ଆପଣମାନେ ଜାଣିଥିବେ ରାନି ପଣ୍ଡା ସର୍ବଦା କୌଣସି କଥାକୁ ନେଇ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି।ବର୍ତ୍ତମାନ ସେ ଏକ ଏପରି କଥା କହିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଣୀପଣ୍ଡା କହିଛନ୍ତି ମୁଁ ସିଏମଙ୍କୁ ସିଏ , ପାଣ୍ଡିଆନ ସାରଙ୍କୁ ମୋର ଦିଅର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ଦେଢ଼ସୁର ଭାବେ। ରାଣୀ ପଣ୍ଡା ଏହା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଏହି କଥା ରାଜଧାନୀ ଭୁବନେଶ୍ବର ପିଏମଜି ଛକରେ ଯାତ୍ରା ପରିବେଷଣପାଇଁ ଅନୁମତି ପାଇବା ପାଇଁ କରୁଥିବା ଦାବି ଯାତ୍ରାରେ ଏପରି କଥା ସେ କହିଥିଲେ।

ଆପଣ ଜାଣିଥିବେ ଅନେକ ମାସ ହେବ ସମଗ୍ର ବିଶ୍ୱକୁ କରୋନା ମହାମାରି ନିଜ କବଳରେ ରଖିଛି। ଏହା ଦ୍ଵାରା ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି। ହଜାର ହଜାର ଲୋକ ଖାଇବା ପାଇଁ ଡହଳ ବିକଳ ହୋଇଛନ୍ତି।ଏହା ସହ ଅନେକ ସମୟରୁ ସମସ୍ତ ଜିନିଷ ଉପରେ ସରକାର କଟକଣା ଲଗାଯାଇଥିଲା କିନ୍ତୁ ଏବେ ଧୀରେ ଧୀରେ ସବୁ ଖୋଲା ଯାଉଛି। ଏହା ସହିତ ଯାତ୍ରା କୁ ମଧ୍ୟ ବନ୍ଦ ରଖାଯାଇଥିଲା କିନ୍ତୁ ଗତ ୭ ରୁ ଅଧିକ ମାସ ହେବ ଏହାକୁ ଖୋଲିବା ପାଇଁ ଅନୁମତି ମିଳିନାହିଁ। ଯେଉଁମାନେ ଯାତ୍ରାରେ କାମ କରି ନିଜ ପେଟ ପୋଷୁଥିଲେ ସେମାନେ ଏବେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏତେ ଦିନ କାମ କରିବା ଦ୍ୱାରା ଯାହା ସଞ୍ଚୟ ଥିଲା ଯାହା ମଧ୍ୟ ସରିଗଲାଣି। ଏହା ସହ ଯାତ୍ରାଜଗତ ଭାଙ୍ଗିବା ଅବସ୍ଥାକୁ ଆସିଗଲାଣି। ତେଣୁ ଆଗକୁ ଯାତ୍ରା ପାଇଁ ଅନୁମତି ପ୍ରାପ୍ତ କରିବା ପାଇଁ ଯାତ୍ରା କଳାକାର ରାଣୀ ପଣ୍ଡା ଏକ ଦାବି ଯାତ୍ରା କରିଛନ୍ତି।

ଏହାକୁ ନେଇ ରାଣୀ ପଣ୍ଡା ଅନେକ ଯାତ୍ରା କଳାକାରଙ୍କୁ ନେଇ ଭୁବନେଶ୍ୱରରେ ଏକ ଦାବି ଯାତ୍ରା କରିବା ସହିତ କହିଛନ୍ତି ଆମ ଦାବି ଅଲବତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବ। ସେ ଏହା ମଧ୍ୟ କହିଛନ୍ତି ଯଦି ଆମ ଦାବି ନହଁଚିଲା ଅଗାକୁ ପରିସ୍ଥିତି ଆହୁରି ଖରାପ ହେଲା। ଆଗକୁ ସରକାର ଫିଲ୍ମ ଦେଖିବେ। ରାଣୀ କହିଲେ ଆମେ ସରକାରଙ୍କ ସବୁ ନିୟମ ବହୁତ ଦିନ ମାନିଲା ପରେ ମଧ୍ୟ ଆମକୁ ନ୍ୟାୟ ମିଳିପାରୁନି।ସେ କହିଛନ୍ତି ମୁଖ୍ୟମନ୍ତ୍ରୀ କେବେ ଏହା ଭାବି ନାହାଁନ୍ତି କି ଏହି ପରିସ୍ଥିତିରେ ଏତେ ଦିନ ହେଲା କଳାକାର ମାନେ କିପରି ବଞ୍ଚିଛନ୍ତି। ରାଣୀ କହିଛନ୍ତି ନିର୍ବାଚନ ସମୟରେ କିପରି ମେଲୋଡି ଚାଲିଥିଲା କାରଣ ସେତେବେଳେ କାମ ଥିଲା ଓ କାମ ସରିବା ପରେ ସବୁ ବନ୍ଦ ଏହା କଣ ଠିକ। ସେ ଆଗକୁ ମଧ୍ୟ କହିଛନ୍ତି କି ମତେ ମାତ୍ର ତିନି ମାସ ପାଇଁ ସିଏମ କରିକି ଦେଖ କଣ ହେଉଛି।
ରାଣୀ ପୁଣି କହିଛନ୍ତି ଆମେ ଅଧିକ କିଛି ଦାବି କରୁନୁ ଆମେ ବଞ୍ଚିବା ପାଇଁ ଆମ ପେଷା କୁ ଖୋଲିବା ପାଇଁ କହୁଛି ଏହା ସହିତ ଆମ ପାଇଁ ଯାହା ନିୟମ ମଧ୍ୟ ରହିବ ତାହା ମାନିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ। ସମସ୍ତଙ୍କ ସହ ନ୍ୟାୟ ହେଲା ହେଲେ ଏବେ ପର୍ଯ୍ୟନ୍ତ ଆମକୁ କଣ ପାଇଁ ନ୍ୟାୟ ମିଳିନି। ସେ ଆହୁରି ମଧ୍ୟ ଏକ ଆଶ୍ଚର୍ଯ୍ୟ ଚକିତ କଥା କହିଛନ୍ତି ଯେ ଯଦି ଆମ ଦାବି ପୁରଣ ନକରାଯାଏ ତେବେ ଆମେ ସବୁ ଯାତ୍ରା କଳାକାର ମିଶି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।