ବଲିଉଡ଼ରେ ରାନୁ ମଣ୍ଡଳଙ୍କୁ ପୁଣି ମିଳିଲା କାମ କରିବାର ମୌକା, ଏହି ଫିଲ୍ମରେ ଗାଇବେ ଗୀତ ।

ଦୀପିକା ଚିଖଲିୟା ନିଜ ଟ୍ୱିଟର ଆକାଉଣ୍ଟରେ ରାନୁ ମଣ୍ଡଳଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି। ସେହି ଭିଡ଼ିଓରେ ରାନୁ ମଣ୍ଡଳ କହୁଛନ୍ତିକି ସେ ଧିରଜ ମିଶ୍ରାଙ୍କ ସହିତ କାର୍ଯ୍ୟ କରୁଛନ୍ତି।

Google

ଦୀପିକା ଚିଖଲିୟା ଫିଲ୍ମ “ସରୋଜିନ” କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହା ଏକ ବାୟୋପିକ ଫିଲ୍ମ ଅଟେ। ଫିଲ୍ମରେ ସେ ସରୋଜିନ ନାଇଡୁଙ୍କ ରୋଲ କରୁଛନ୍ତି। ତାଙ୍କର ସେହି ଫିଲ୍ମରେ ରାନୁ ମଣ୍ଡଳ ଗୀତ ବୋଲୁଛନ୍ତି। ସୋସିଆଲ ମିଡିଆରେ ଦୀପିକା ଏହାର ସୂଚନା ଦେଇଛନ୍ତି ।ଦୀପିକା ଲେଖିଛନ୍ତି,”ମୋ ଫିଲ୍ମ ସରୋଜିନରେ ..ରେ ଧିରଜ ମିଶ୍ରା ଲେଖିଥିବା ଗୀତ ରାନୁ ମଣ୍ଡଳ ଗାଉଛନ୍ତି”। ଏହା ସହିତ ସେ ଏକ ଭିଡ଼ିଓ ସେୟାର କରିଛନ୍ତି । ସେହି ଭିଡ଼ିଓରେ ରାନୁ ମଣ୍ଡଳ କହୁଛନ୍ତିକି ସେ ଧିରଜ ମିଶ୍ରାଙ୍କ ସହିତ କାର୍ଯ୍ୟ କରୁଛନ୍ତି। ସେ ସରୋଜିନଙ୍କ ଗୀତ ଗାଉଛନ୍ତି। ଫିଲ୍ମରେ ସବୁ ଗୀତ ସେ ଗାଉଛନ୍ତି। ରାନୁ କହିଛନ୍ତି ମତେ ବିଶ୍ୱାସ ଅଛି ସେହି ଭଲ ପାଇବା ଓ ସମ୍ମାନ ମତେ ମିଳିବ ଯାହା ଆପଣମାନେ ମତେ ଦେଇ ଆସୁଛନ୍ତି।

କିଏ ଅଟନ୍ତି ରାନୁ ମଣ୍ଡଳ:-

ରାନୁ ମଣ୍ଡଳଙ୍କର ରେଳ ଷ୍ଟେସନରେ ଗାଉଥିବା ଗୀତ ଭାଇରାଲ ହୋଇଥିଲା। ଯାହା ପରେ ସେ ରାତା ରାତି ଷ୍ଟାର ହୋଇଯାଇଥିଲେ। ଲତା ମଙ୍ଗେସକରଙ୍କ ଗୀତ ପ୍ୟାରକା ନଗମା ଗୀତ ଗାଇବା ଦ୍ଵାରା ରାନୁ ମଣ୍ଡଳଙ୍କୁ ଲୋକପ୍ରିୟତା ମିଳିଥିଲା। ଏହା ପରେ ହୀମେସ ରେଶମିୟା ବି ତାଙ୍କୁ ଗାଇବାର ମୌକା ଦେଇଥିଲେ। ସେ ହୀମେସଙ୍କ ସହିତ ମଧ୍ୟ ଗୀତ ଗାଇଥିଲେ। ଆଜି ରାନୁ ଫେମସ ନାମ ହୋଇଯାଇଛି।

କହିରଖିବୁକି କିଛି ଦିନ ପୂର୍ବରୁ ଖବର ଆସିଥିଲାକି ରାନୁ ମଣ୍ଡଳଙ୍କ ଜୀବନରେ ପୁଣି ଅନ୍ଧକାର ମାଡ଼ିଆସିଛି। ସେ ନିଜ ନୂଆ ଘର ଛାଡ଼ି ପୁରୁଣା ଘରକୁ ଚାଲିଯାଇଛନ୍ତି। ରାନୁ ମଣ୍ଡଳଙ୍କ ପାଖରେ ଏହି ସମୟରେ କାମ ନାହିଁ। ବଲିଉଡ଼ରେ କରୋନା ଭାଇରସ କାରଣରୁ କାମ ନମିଳିବା ଦ୍ଵାରା ତାଙ୍କ ଆର୍ଥିକ ସ୍ଥିତି ଖରାପ ହେଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *