ଏବେ ପାଖାପାଖି ୪ ମାସ ପରେ ରଣବୀର ସିଂହଙ୍କ ତରଫରୁ ଟ୍ୱିଟ ଆସିଛି । ସେ ଏକ ସନ୍ଦେଶ ଦେବା ପାଇଁ ଟ୍ୱିଟ କରିଛନ୍ତି। ଆକ୍ଟର ରଣବିର ସିଂହ ସେମିତିରେ ସୋସିଆଲ ମିଡିଆରେ ସବୁବେଳେ କର୍ମଶୀଳ ରହିଥାନ୍ତି,କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସେ ଟ୍ୱିଟର ବ୍ୟବହାର କରିବା ଛାଡ଼ିଦେଇଥିଲେ। ଆକ୍ଟର କେଉଁ ବି ମିଜାଜରେ କିଛି ବି ଲେଖିଲା ଭଳି ଦେଖାଯାଉନଥିଲେ। ହେଲେ ପ୍ରାୟ ୪ ମାସ ହେବ ରଣବିରଙ୍କ ତରଫରୁ ଏକ ଟ୍ୱିଟ ଆସିଛି। ଟ୍ୱିଟ ମଧ୍ୟ ସେ ଏକ ସନ୍ଦେଶ ଦେବା ପାଇଁ କରିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ରଣବିର ସିଂହଙ୍କ ପ୍ରଥମ ଟ୍ୱିଟ:-
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରନା ଭାଇରସ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ର ଆରମ୍ଭ କରିଛନ୍ତି।ପର୍ବପର୍ବାଣୀ ଆଗକୁ ଅଛି ଦେଖି ପିଏମ ମୋଦି ସବୁଠାରୁ ଅଧିକ ସତର୍କ ଓ ୨ଗଜ ଦୂରତା ବଜାୟ ରଖିବା ନିୟମକୁ ପାଳନ କରିବାକୁ କହିଛନ୍ତି। ତାଙ୍କର ଏହି ଆନ୍ଦୋଳନରେ ବ ଲିଉଡ଼ର ସେଲେବସ ସକ୍ରିୟ ଭୂମିକା ଗ୍ରହଣ କରିଛି। ଏହି କଥାରେ ରଣବୀର ସିଂହ ପିଏମ ମୋଦିଙ୍କୁ ସମର୍ଥନ କରିଛନ୍ତି। ସେ ପିଏମ ମୋଦିଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି କି- “କୋରନା ସହ ଲଢେ଼ଇ କରିବା ପାଇଁ ଏକଜୁଟ ହୋଇଯାଅ।” ସେ ହ୍ୟାସଟ୍ୟାଗ ୟୁନିଟଟୁ ଫାଇଟକୋରନା ବ୍ୟବହାର କରଥିଲେ।
Let us #Unite2FightCorona ! 👊🏾🧿 https://t.co/zHN9XBCGDa
— Ranveer Singh (@RanveerOfficial) October 8, 2020
ପିଏମ ମୋଦିଙ୍କ ଶୁଭାରମ୍ଭକୁ ମିଳିଲା ବଲିଉଡର ସମର୍ଥନ:-
ଏହା ପୂର୍ବରୁ ସଲମାନ ଖାନ ମଧ୍ୟ ମୋଦିଙ୍କ ଏହି କାର୍ଯ୍ୟକୁ ସମ୍ମାନ ଦେଇ ଟ୍ୱିଟ କରିଥିଲେ। ସେ ଲେଖିଥିଲେ-“ଭାଇ ଓ ଭଉଣୀମାନେ ,ଏହି କଷ୍ଟ ସମୟରେ କେବଳ ତିନିଟି କାମ କର। ୬ଫୁଟର ଦୂରତା,ମାସ୍କ ପିନ୍ଧିବା ଓ ହାତକୁ ଧୋଇବା।ପିଏମଙ୍କ ଏହି ଜଣ ଆନ୍ଦୋଳନକୁ ସଫଳ କରେଇବା।ଏହାଛଡା କୃତି ସନନ,ଶଙ୍କର ମହାଦେବନ,କାର୍ତିକ ଆରୀଆ, କଙ୍ଗନାରଣାୱାତଙ୍କ ସେମେତ ଆଉ ମଧ୍ୟ ଏହି ମୂହିମରେ ଯୋଡ଼ି ହୋଇଛନ୍ତି। ସମସ୍ତେ କୋରୋନା ଉପରେ ବିଜୟ କରିବା ପାଇଁ ମନ କରିନେଇଛନ୍ତି। ସୋସିଆଲ ମିଡିଆରେ ଏହି କଥା ଛାଇ ଯାଇଛି ଓ ହ୍ୟାସଟ୍ୟାଗ ୟୁନିଟ ଟୁ ଫାଇଟ କୋରନା ଟ୍ରେଣ୍ଡ କରୁଛି।

ସେହିପରି ରଣବୀର ସିଂହଙ୍କ କଥା କହିବା ତ ସେ କେତେଦିନ ତଳୁ ସୋସିଆଲ ମିଡ଼ିଆ ଠାରୁ ଦୂରରେ ଅଛନ୍ତି। ଯେବେ ଦୀପିକା ପାଦୁକୋନଙ୍କୁ ଏନସିବି ପଚରା ଉଚରା କରିଥିଲା ତାଙ୍କ ତରଫରୁ କିଛି ପ୍ରତିକ୍ରିୟା ନଥିଲା। ତାଙ୍କୁ ସେହି ସମୟରେ ଟ୍ରୋଲ କରାଯାଉଥିଲା। ହେଲେ ସେ କୌଣସି କଥାରେ ବି ପ୍ରତିକ୍ରିୟା ନଦେବାକୁ ଠିକ ଭାବିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।