ସୁଶାନ୍ତ ଓ ଦିଶା ସାଲିୟନଙ୍କ ମୃତ୍ୟୁ ମାମଲାରେ ରଶ୍ମି କଲେ ଚମକେଇବା ଭଳି ଖୁଲାସା ।

Rashmi Desai reveals shocking on Sushant and Disha Salian's death, ସୁଶାନ୍ତ ଓ ଦିଶା ସାଲିୟନଙ୍କ ମୃତ୍ୟୁ ମାମଲାରେ ରଶ୍ମି କଲେ ଚମକେଇବା ଭଳି ଖୁଲାସା ।, Rashmi Desai, Sushant Singh Rajput, Disha Salian, Mumbai, Bollywood, Nitidina

ବଲିଉଡର କଳାକାର ସୁଶାନ୍ତ ସିଂ ରାଜପୁଜଙ୍କ ମୃତ୍ୟୁ ୧୪ ଜୁନରେ ହୋଇଥିଲା । ଏହା ପର ଠାରୁ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ଆଗରୁ ତାଙ୍କ ମ୍ୟାନେଜର ଦିଶା ସାଲିୟନ ଆତ୍ମହତ୍ୟା କରିଥିଲେ । ସେ ୮ ଜୁନରେ ୧୪ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି ।

ସମସ୍ତଙ୍କୁ ଏହା ଲାଗୁଛି କି ସୁଶାନ୍ତ ଓ ତାଙ୍କ ପୂର୍ବ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମଧ୍ୟରେ ନିଶ୍ଚୟ କିଛି ସମ୍ପର୍କ ରହିଛି । ଏହି ମାମଲାରେ ସିବିଆଇ ବହୁତ ତନାଘନା କରି କିଛି ଲୋକଙ୍କୁ ମଧ୍ୟ ଗିରଫ କରିଛି ।

Rashami Desai grieves Disha Salian's death; reveals details about their  last call | News Break
Google

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଶା ସାଲିୟନଙ୍କ ସାଙ୍ଗ ତଥା ଆକ୍ଟର ରଶ୍ମି ଦେଶାଇ ଚମକେଇବା ଭଳି କଥା କହିଛନ୍ତି । ସେ ନିଜ ଇଣ୍ଟରଭିଉରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି ।

ରଶ୍ମି ଦେଶାଇ ସୁଶାନ୍ତଙ୍କ ପୂର୍ଵ ମ୍ୟାନେଜର ଦିଶା ସାଲିୟନଙ୍କ ସାଙ୍ଗ ଅଟନ୍ତି, ଟିଭିରେ ଜଣାଶୁଣା ଆକ୍ଟର ରଶ୍ମି ଦେଶାଇ ନିଜ ଇଣ୍ଟରଭିଉରେ କହିଛନ୍ତି ଯେ “ମୋ ସାଙ୍ଗ ଦିଶା ସାଲିୟନ ବହୁତ ଭଲ ଝିଅ ଥିଲେ । ଆମ ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ତାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ହିଁ ଦୁଇଜଣ ଚାର୍ଟରେ କଥା ହୋଇଥିଲେ । ଯେଉଁଥିରେ କି ସେମାନେ ସାଧାରଣ କଥା ହେଇଥିଲେ । ଚାର୍ଟ ମାଧ୍ୟମରେ ମୁଁ ତାଙ୍କୁ କହିଥିଲି କି ଆମ ଦୁଇ ଜଣକୁ ମିଶିକି ବାହାରକୁ ବୁଲିବାକୁ ଯିବାକୁ ଅଛି, କାରଣ ଆମେ ଦୁହେଁ ବେସି ଫୋନରେ କଥା ହେଇପାରୁନାହୁଁ । ଏହା ତାର ମୋର ଶେଷ କଥା । ଏହାର ପରଦିନ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।”

“ଦିଶାଙ୍କ ବିଷୟରେ ଆପଣ ମାନଙ୍କୁ ବଲିଉଡ଼ ଇଣ୍ଡଷ୍ଟ୍ରିର ଲୋକମାନଙ୍କ ସହ କଥା ହବାର ଅଛି । କାହିଁକିନା ଦିଶା ବଲିଉଡର ବଡ ବଡ ଲୋକଙ୍କ ସହ କାମ କରିଛନ୍ତି । ସେ କାମ କରିଥିବାରୁ କେହି ନା କେହି ତ ଜାଣିଥିବେ ଏହି ବିଷୟରେ । ଦିଶାଙ୍କ ପରିବାର ଲୋକଙ୍କୁ ହୁଏତ କିଛି ଜଣାଥିବ”।

A day before the suicide, Disha Salian spoke to Rashmi, the actress said -  'It was in October to go to Shimla. « News in English: Latest News,  Breaking News, Live Updates
Google

କଥାକଥାରେ ରଶ୍ମି ଦେଶାଇ ଗୋଟିଏ ପାର୍ଟି କଥା ବି କହିଥିଲେ । ସେ କହିଲେ କି “୮ଜୁନରେ ଗୋଟିଏ ପାର୍ଟି ବି ହୋଇଥିଲା, ଯାହା ବିଷୟରେ ସେ ବେଶି କିଛି ଜାଣିନାହାନ୍ତି । ଏହାଛଡା ଦିଶାଙ୍କ ଏକ ବୟଫ୍ରେଣ୍ଡ ବି ଥିଲା ଯାହାର ନାମ ‘ରୋହନ ରାୟ’ ଥିଲା । ଦିଶା ତା ବିଷୟରେ କିଛି କୁହନ୍ତି ନାହିଁ । ସେଥିପାଇଁ ତାଙ୍କ ବିଷୟରେ ମତେ ବେଶି କିଛି ଜଣା ନାହିଁ ।”

ଆମେ ଆପଣଙ୍କୁ ଯେମିତି ଜଣେଇଲୁ କି ଦିଶା ସୁଶାନ୍ତଙ୍କ ମୃତ୍ୟୁର ୮ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ, ଯାହା ଲୋକମାନେ ଶୁଣି ଆଶ୍ଚର୍ଯ୍ୟ ଥିଲେ ହେଲେ ଏବେ ରଶ୍ମିଙ୍କ କଥା ଶୁଣି ସମସ୍ତଙ୍କ ଭାବନା ସତ ହୋଇଯାଇଛି । ଭିନ୍ନ ଭିନ୍ନ ମୋଡ଼ ଦେଇ ଏହି ମାମଲା ଗତି କରିବାରେ ଲାଗିଛି, ସମସ୍ତଙ୍କୁ ଅପେକ୍ଷାରେ ଏହାର ଫଳାଫଳ କଣ ହେବ ।

Rashmi Desai reveals shocking after Sushant and Disha Salian's death
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *