ଟାଟା ସଂସ୍ଥାର ଚେୟାରମ୍ୟାନ ରତନ ଟାଟାଙ୍କୁ ମୁମ୍ବାଇ ପୁଲିସ ଟ୍ରାଫିକ ନିୟମର ଉଲଂଘନ ପାଇଁ ଚାଲାଣ କାଟିବାର ମେସେଜ ପଠାଇଲେ ତ ଟାଟା ସମୂହ ଅଧିକାରୀ ହରକତରେ ଆସିଗଲେ। ରତନ ଟାଟା ତାଙ୍କ କାରର ନିୟମ ଉଲଂଘନ ଓ ଜୋରିମାନା ମେସେଜ ଉପରେ ଚକିତ ହୋଇଗଲେ। ଏହାପରେ ଟାଟା ଗ୍ରୁପ ଅଧିକାରୀ ମାନେ ମୁମ୍ବାଇ ପୁଲିସ ସହ ଏହି ମାମଲାରେ କଥା ହେଲେ।ଅଧିକାରୀମାନେ କହିଲେ କି ଫବକ କାର କେବେ ନିୟମ ଉଲଂଘନ କରେ ନାହିଁ। ଏହାପରେ ମୁମ୍ବାଇ ପୁଲିସ ଯାଞ୍ଚ କରି ସତ୍ୟ ଆଗକୁ ଆଣିଥିଲା।

ଟ୍ରାଫିକ ନିୟମ ଉଲଂଘନ କରିବା ଜାଗାରୁ ଯାଇନାହିଁ ରତନ ଟାଟାଙ୍କ କାର:
ମୁମ୍ବାଇ ପୁଲିସର ଯାଂଚରୁ ଜଣାପଡିଲା କି ଏକ ମହିଳା ରତନ ଟାଟାଙ୍କ ନମ୍ବରପ୍ଲେଟ ବ୍ୟବହାର କରୁଥିଲା। ପୁଲିସ କହିବା ଅନୁସାରେ ମହିଳାଙ୍କୁ ଏହା ମଧ୍ୟ ଜଣା ନଥିଲା କି ସେ ରତନ ଟାଟାଙ୍କ ନମ୍ବରପ୍ଲେଟ ବ୍ୟବହାର କରୁଛନ୍ତି। ପୁଲିସ କହିଛି କି ରତନଟାଟାଙ୍କ ଅଧିକାରୀଙ୍କ ମୁତାବକ ତାଙ୍କ କାର ସେହି ଜାଗା ଦେଇ ଯାଇ ନଥିଲା। ଏହାପରେ ପୁଲିସ ସିସିଟିଭି ଯାଞ୍ଚ କରି ଜାଣିଲେ ଯେ ସେହି ନମ୍ବର ଗାଡି ନିୟମ ଉଲଂଘନ କରିଛି। ବହୁତ ଯାଞ୍ଚ ପରେ ସେହି ଗାଡିର ଠିକଣା ମିଳିଲା।
ମୁମ୍ବାଇ ପୁଲିସ କେସ ଦର୍ଜ କରି ମହିଳାଙ୍କୁ କଲା ଗିରଫ:
ପୁଲିସ କହିଛି କି ଆରୋପୀ ମହିଳାଙ୍କ ଉପରେ ଆଇପିସି ଧାରା ୪୨୦,୪୬୫ ଓ ସେଣ୍ଟ୍ରାଲ ଭେଇକିଲ ଆକ୍ଟ ଜରିଆରେ ମାମଲା ଦର୍ଜ ହୋଇଛି। ଆଜି ତାଙ୍କୁ ପଚରାଉଚରା ପାଇଁ ଥାନା ଡକାଗଲା। ମହିଳା ଅଙ୍କ ଜ୍ୟୋତିଷ ଉପରେ ବିଶ୍ୱାସ କରି ଥାନାରେ ପହଞ୍ଚିଗଲେ। ମୁମ୍ବାଇ ପୁଲିସ କହିଛି କି ନିୟମ ଉଲଂଘନ ହୋଇଥିବା ଜାଗା ବର୍ଲିର ଥିଲା। ଆରୋପୀ ମହିଳାଙ୍କ କାର ମେସର୍ସ ନରେନ୍ଦ୍ର ଫରବର୍ଡ ପ୍ରାଇଭେଟ ଲିମିଟେଡ଼ ନାମରେ ରେଜିଷ୍ଟ୍ରର ଥିଲା।

ମହିଳା ନିଜ ନମ୍ବର କାଟି ଜ୍ୟୋତିଷଙ୍କ ଦ୍ୱାରା କୁହାଯାଇଥିବା ନମ୍ବର ପ୍ଲେଟ ଲଗାଇଥିଲେ:
ପୁଲିସ ଯାଞ୍ଚ ପରେ ଜାଣିଲା କି ସେ କାରକୁ ଜଣେ ମହିଳା ଚଲାଉଥିଲେ। ଏହାପରେ ଜାଣିବାକୁ ମିଳିଲା କି ସେ ନିଜ କାର ନମ୍ବର ବ୍ୟବହାର ନ କରି ଜ୍ୟୋତିଷ ନିର୍ମିତ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ। ପୁଲିସ ମାଟୁଙ୍ଗା ପୁଲିସ ଷ୍ଟେସନରେ କାରକୁ ଜବତ କରିଛି। କହିରଖିଛୁ କି ଆଜିକାଲି କୋରନା କାରଣରୁ ନିୟମ ଉଲଂଘନ ପାଇଁ ଅନଲାଇନରେ ଚାଲାଣ କାଟୁଚି। ଏହି କ୍ରମରେ ରତନ ଟାଟାଙ୍କୁ ମଧ୍ୟ ଚାଲାଣ କାଟିବାର ମେସେଜ ଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।