ରବିଚନ୍ଦ୍ରନ ଅଶ୍ୱିନୀ ଟେଷ୍ଟରେ ଏହି କୀର୍ତ୍ତିମାନ କରିବାରେ ବନିଲେ ପ୍ରଥମ ଭାରତୀୟ ଏବଂ ଦୁନିଆର ଦ୍ୱିତୀୟ।

ରବିଚନ୍ଦ୍ରନ ଅଶ୍ୱିନୀ ୧୫ ଫେବୁଆରୀ ୨୦୨୧ କୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିଥିବା ଓ ୫ ୱିକେଟ ନେଇଥିବା ଭାରତୀୟ ହୋଇଯାଇଛନ୍ତି। ଏତିକି ନୁହେଁ ସେ ଏହି ମାମଲାରେ ଦୁନିଆରେ ମଧ୍ୟ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି। ସେ ଗ୍ୟାରି ସୋବର୍ସ, ମୁସ୍ତାକ ମହମ୍ମଦ, ଜ୍ୟାକ୍ସ କ୍ୟାଲିସ ଓ ସାକୀବ ଅଲ ହସନଙ୍କ ଭଳି ଅଲରାଉଣ୍ଡରଙ୍କୁ ପଛରେ ଛାଡିଦେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଥର ୫ ୱିକେଟ ନେବା ଶହ ଶତକ ମାରିଥିବା ମାମଲାରେ ଦୁନିଆରେ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି।

Google

ଅଶ୍ୱିନୀ ଟେଷ୍ଟରେ ତୃତୀୟ ଥର ଗୋଟେ ପାରିରେ ୫ ୱିକେଟ ନେବା ସହ ଶତକ ମାରିଥିବା ରେକର୍ଡ କରିଛନ୍ତି। ସେ ବିନୁ ମାଙ୍କଡ଼ ଓ ପୋଲି ଉମରିଗରଙ୍କୁ ପଛରେ ଛାଡିଦେଇଛନ୍ତି।ବିନୁ ମାଙ୍କଡ଼ ଓ ପୋଲି ଉମରିଗର ନିଜ କ୍ୟାରିୟର ସମୟରେ ଟେଷ୍ଟରେ ଦୁଇ ଦୁଇ ଥର ଗୋଟେ ପାରିରେ ଶତକ ମାରିବା ସହ ୫ ୱିକେଟ ଅକ୍ତିଆର କରିଥିଲେ। ଏବେ ଅଶ୍ୱିନୀ ତାଙ୍କଠୁ ଆଗକୁ ଚାଲିଯାଇଛନ୍ତି। ସର୍ବାଧିକ କଥା କହିବା ତ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଥର ଶତକ ମାରିବା ସହ ୫ ୱିକେଟ ଗୋଟେ ପାରିରେ ମାରିଥିବା ରେକର୍ଡ ଇଂଲଣ୍ଡର ଅଲରାଉଣ୍ଡର ଇୟାମ ବୋଥମଙ୍କ ନାମରେ ଅଛି। ସେ ନିଜ କ୍ୟାରିୟରରେ ଏପରି ୫ ଥର କରିଛନ୍ତି।

ରବିଚନ୍ଦ୍ରନ ଅଶ୍ୱିନୀ ପ୍ରଥମ ଖେଳାଳି ଅଟନ୍ତି ଯିଏକି ଘରୋଇ ପଡ଼ିଆରେ ଟେଷ୍ଟରେ ଶତକ ମାରିଛନ୍ତି ଓ ୫ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଏକ ଦିନ ପୂର୍ବରୁ ମାନେ ୧୪ ଫେବୁଆରୀ ୨୦୨୧ କୁ ମହମ୍ମଦ ସିରାଜ ମଧ୍ୟ ଘରୋଇ ପଡ଼ିଆ ସହ ଜଡିତ ଏକ ଉପଲବଧି ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ବଲରେ ୱିକେଟ ନେଇଥିବା ପ୍ରଥମ ଭାରତୀୟ ଖେଳାଳୀ ଅଟନ୍ତି। ଏହା ପୂର୍ବରୁ ସୁରେଶ ରାଇନା ଦ୍ୱିତୀୟ ବଲରେ ୱିକେଟ ନେଇଥିଲେ। ସେବେ ସେ ରିଙ୍କି ପଏଣ୍ଟିଙ୍ଗଙ୍କୁ ଜାଲରେ ଫସାଇଥିଲେ।

ଅଶ୍ୱିନୀ ଓ ସିରାଜ ଶେଷ ୱିକେଟ ପାଇଁ ୪୯ ରନର ପାର୍ଟନରସିପ କରିଥିଲେ। ଏତିକି ରନର ପାର୍ଟନରସିପ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନଙ୍କ ଭିତରେ ପ୍ରଥମ ପାରିରେ ହୋଇନଥିଲା। ଅଶ୍ୱିନୀ ୪୦ ମ୍ୟାଚ ଓ ୪.୫ ବର୍ଷ ପରେ ଟେଷ୍ଟରେ ଶତକ ଲଗାଇଛନ୍ତି। ଏବେ ପୂର୍ବରୁ ସେ ଅଗଷ୍ଟ ୨୦୧୬ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶତକ ଲଗାଇଥିଲେ।ସେବେ ସେ ୧୧୮ ରନର ପାରି ଖେଳିଥିଲେ। ସେ ଏହା ପୂର୍ବରୁ ଘରୋଇ ଶତକ ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କୋଲକତାରେ ଲଗାଇଥିଲେ। ସେବେ ସେ ୧୬୭ ରନର ପାରି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *