ସୁଶାନ୍ତଙ୍କ କେସରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବଲିଉଡରେ ବିସ୍ତାର ହୋଇଥିବା ଡ୍ରଗ୍ସ ନେବାକୁ ନେଇ ହଙ୍ଗାମା ଜାରିରହିଛି । ଏବେ ଏହି ଡ୍ରଗ୍ସ ବିବାଦକୁ ନେଇ ସମାଜସେବୀ ପାର୍ଟି ସାଂସଦ ଜୟା ବଚ୍ଚନ ଓ ବିଜେପି ସାଂସଦ ରବି କିଷନ ସାମ୍ନାକୁ ଆସିଛନ୍ତି । ରାଜ୍ୟସଭାରେ ମଙ୍ଗଳବାର ଦିନ ଦିଆଯାଇଥିବା ଜୟା ବଚ୍ଚନଙ୍କ ବୟାନ ଉପରେ ବିଜେପି ସାଂସଦ ରବି କିଷନ ନିଜ ମତ ଦେଇଛନ୍ତି । ସେ କହିଛନ୍ତି ମୁଁ ମୋ ଦେଶର ପିଲାଙ୍କୁ ନଷ୍ଟ ହେବାକୁ ଦେବିନି ଏଥିପାଇଁ ଦରକାର ପଡିଲେ ନିଜ ଜୀବନ ଦେଇଦେବି ।

ଆମକୁ ଇଣ୍ଡଷ୍ଟ୍ରିକୁ ବଞ୍ଚାଇବାକୁ ପଡିବ:
ରବି କିଷନ କହିଛନ୍ତି ମୁଁ ଜୟାଜିଙ୍କ ଠୁ ଏହା ଆଶା କରିନଥିଲି। ମୁଁ ତାଙ୍କର ପାଦ ଛୁଇଁଥାଏ । ଆମକୁ ଲାଗିଥିଲା କି ସେ ମତେ ସମର୍ଥନ ଦେବେ । ଦୁନିଆର ସବୁଠୁ ବଡ଼ ଇଣ୍ଡଷ୍ଟ୍ରିକୁ ଏକ ପ୍ଲାନ ସହିତ ନଷ୍ଟ କରାଯାଉଛି। ଜୟାଜି ମୋର ପୁରା ବୟାନ ଶୁଣିନାହାଁନ୍ତି । ସେ କହିଛନ୍ତି ମୁଁ କେବେ କହିନାହିଁ କି ବଲିଉଡ଼ ଖରାପ ବୋଲି ମୁଁ କହିଥିଲି କି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଡ୍ରଗ୍ସ ଦ୍ଵାରା ଏହି ଇଣ୍ଡଷ୍ଟ୍ରିକୁ ଖୋଳ କରୁଛନ୍ତି। ଆମକୁ ଏହି ଇଣ୍ଡଷ୍ଟ୍ରିକୁ ବଞ୍ଚାଇବାକୁ ପଡିବ ।
ମୁଁ ଦେଶର ଯୁବକଙ୍କୁ ନଷ୍ଟ ହେବାକୁ ଦେବିନି:
“ଆମେ ଏହି ସ୍ୱର ଉଠାଉଛୁ, ମୁଁ ଚାହୁଁଥିଲି କି ବରିଷ୍ଠ ଲୋକମାନେ ବି ମୋ ସହିତ ଆସନ୍ତୁ । ତାଙ୍କ ପାର୍ଟି ଅଲଗା ହେଉନା କାହିଁକି, କେହି ମୋର ଦେଶର ଯୁବକଙ୍କୁ ନଷ୍ଟ କରିପାରିବେନି, ମୁଁ ନଷ୍ଟ ହେବାକୁ ଦେବିନି ଏଥିପାଇଁ ମୋ ଜୀବନ ଚାଲିଯାଉପଛେ ।”

“ଏହା କୋଟି କୋଟିର ବ୍ୟବସାୟ ଅଟେ । କାଲି ମୁଁ ଯେବେ ଏହା ବିରୁଦ୍ଧରେ ସ୍ୱର ଉଠାଇଲି ମତେ ଅପମାନ ଦିଆଗଲା । “ମୁଁ ସେହି ଯିଏକି କହିଥିଲି ଜିନ୍ଦେଗି ଝଣ୍ଡବା ଫେରବି ଘମଣ୍ଡ ବା”, ଯେବେ ମୋ ପାଖରେ ଗୋଟିଏ ମଧ୍ୟ ଫିଲ୍ମ ନଥିଲା ।”
“ମୁଁ ନିଜ ଦକ୍ଷତା ବଳରେ ଆସିଛି, କାହା ଥାଳିରେ କ୍ଷତ କରିନାହିଁ । ମୁଁ ଏକ ସାଧାରଣ ପୁରୋହିତଙ୍କର ପୁଅ ଓ ବିନା କାହା ସାହାଯ୍ୟରେ ଆଜି ଏହି ସ୍ଥାନରେ ପହଞ୍ଚିଛି, ମୁଁ ଆଜି ପର୍ଯ୍ୟନ୍ତ ୬୫୦ ଫିଲ୍ମ କରିଛି । ମୁଁ ଯୋଗୀଜିଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି ସେ ବହୁତ ଭଲ କାମ କରୁଛନ୍ତି” ।
ଜୟା ବଚ୍ଚନ ଦେଇଥିଲେ ଏହି ବୟାନ:
ଆପଣଙ୍କୁ କହିରଖିବୁ କି ମଙ୍ଗଳବାର ରାଜ୍ୟସଭାରେ ଜୟା ବଚ୍ଚନ ଡ୍ରଗ୍ସ ମାମଲା ଉପରେ ଆସୁଥିବା ବୟାନ ଦ୍ଵାରା ବଲିଉଡ଼କୁ ବଦନାମ କରାଯାଉଥିବା ଚିନ୍ତା କଥା କହିଛନ୍ତି । ତା ସହିତ ରବି କିଷନଙ୍କ ନାମ ନନେଇ ଟିପ୍ପଣୀ କରିଥିଲେ । ଜୟା ବଚ୍ଚନ କହିଥିଲେ କି:
“କିଛି ଲୋକ ବଲିଓଡ଼କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଓ ଏହାକୁ ଏକ ଅପରିଷ୍କାର ନାଳ କହୁଛନ୍ତି, ମୁଁ ଏଥିରେ ଜମାବି ସହମତ ନୁହେଁ । କିଛି ଲୋକ ଯେଉଁ ଥାଳିରେ ଖାଇଥାନ୍ତି ସେହି ଥାଳିରେ କ୍ଷତ କରିଥାନ୍ତି ଏହା ଭୁଲ କଥା ଅଟେ ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।