ପୃଥୀ ସ୍ୱ ବୋଲ୍ଡ ହେବା ପରେ ଟ୍ୱିଟରେ ସେହ୍ଵାଗବି ଟ୍ରେଣ୍ଡ ହେବାକୁ ଲାଗିଲେ। ଖାସ ଏହା ରହିଲା କି ପୃଥୀ ସ୍ୱ ବ୍ୟାଟିଙ୍ଗ କରିବା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିଙ୍କି ପଏଣ୍ଟିଙ୍ଗ ତାଙ୍କ ବ୍ୟାଟିଙ୍ଗର କମି ବିଷୟରେ ଆଲୋକପାତ କରିଥିଲେ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୋଲାପୀ ବଲ ଟେଷ୍ଟରେ ଭାରତର ଆରମ୍ଭ ଖରାପ ରହିଛି। ଓପନର ପୃଥୀ ସ୍ଵ ମ୍ୟାଚର ଦ୍ୱିତୀୟ ବଲରେ ଷ୍ଟାର୍କଙ୍କ ବଲରେ ବୋଲ୍ଡ ହୋଇଗଲେ। ସେ ଖାତାବି ଖୋଲିପାରିଲେ ନାହିଁ। ଏପଟେ ପୃଥୀ ସ୍ଵ ଜିରୋରେ ଆଉଟ ହେଲେ ସେପଟେ ସୋସିଆଲ ମିଡିଆରେ ଭାରତର ହେର୍ଡ କୋଚ ରବି ଶାସ୍ତ୍ରୀଙ୍କର ମଜାକ ଉଡ଼ାଗଲା। ପୃଥୀ ସ୍ଵ ପୂର୍ବ ୧୧ ପାରିରୁ ୫ ଥର ଜିରୋରେ ଆଉଟ ହୋଇଗଲେ।ଆଇପିଏଲରେ ବି ତାଙ୍କ ପ୍ରଦର୍ଶନ ଭଲ ରହିନଥିଲା।
ପୃଥୀ ସ୍ଵ ଆଇପିଏଲ ୨୦୨୦ରେ ୧୩ଟି ମ୍ୟାଚରେ ୧୭.୫୩ ଔସତରେ ମୋଟ ୨୨୮ ରନ କରିଥିଲେ। ଶେଷ ୮ଟି ଆଇପିଏଲ ମ୍ୟାଚରେ ତାଙ୍କର ପ୍ରଦର୍ଶନ ୧୯,୪,୦,୦,୭,୧୦,୯, ଓ ୦ ଥିଲା। ପୃଥୀ ସ୍ୱ ପୂର୍ଵ ୧୧ ପାରିରେ ୦,୦,୭,୧୦,୯,୦,୦,୧୯,୪୦,୩,୦ ରନ କରିଛନ୍ତି।ମ୍ୟାଚ ପୂର୍ବରୁ ରବି ଶାସ୍ତ୍ରୀ ପୃଥୀ ସ୍ୱଙ୍କର ବହୁତ ପ୍ରଶଂସା କରିଥିଲେ। ଶାସ୍ତ୍ରୀ କହିଥିଲେ ପୃଥୀ ସ୍ୱଙ୍କ ପାଖରେ ମହାନ ବ୍ୟାଟ୍ସମ୍ୟାନ ସଚିନ ଟେନ୍ଦୁଲକର, ବିରେନ୍ଦ୍ର ସେହ୍ଵାଗ, ଓ ବ୍ରାଏନ ଲାରାଙ୍କ ଝଲକ ଦେଖାଯାଇଥାଏ। ଶାସ୍ତ୍ରୀଙ୍କ ଏହି ବୟାନରେ ସୋସିଆଲ ମିଡିଆ ୟୁଜର୍ସ ଏହା ଉପରେ ସୁନ୍ଦର ମିମ୍ସ ତିଆରି କରିଛନ୍ତି। ଏହା ସହ ମଜାଦାର କମେଣ୍ଟସ ବି ଦେଇଛନ୍ତି।

ଏତିକି ନୁହେଁ ପୃଥୀ ସ୍ୱ ବୋଲ୍ଡ ହେବା ପରେ ଟ୍ୱିଟରେ ସେହ୍ଵାଗବି ଟ୍ରେଣ୍ଡ ହେବାକୁ ଲାଗିଲେ। ଖାସ ଏହା ରହିଲା କି ପୃଥୀ ସ୍ୱ ବ୍ୟାଟିଙ୍ଗ କରିବା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଏଣ୍ଟିଙ୍ଗ ତାଙ୍କ ବ୍ୟାଟିଙ୍ଗର କମି ବିଷୟରେ ଆଲୋକ ପାତ କରାଇଥିଲେ। ପଏଣ୍ଟିଙ୍ଗ ଏହି ଦିନ ୭ଟି ୱିକେଟ ପାଇଁ କମେଟ୍ରି କରୁଥିଲେ।
ସେ କମେଟ୍ରି ସମୟରେ କହିଥିଲେ,”ଇନ ସୁଇଂଙ୍ଗ ବଲ କୁ ଖେଳିବା ସମୟରେ ପୃଥୀ ସ୍ୱଙ୍କ ବ୍ୟାଟ ଓ ପ୍ୟାଡ଼ ମଝିରେ ଗ୍ୟାପ ରହିଥାଏ”। ପଏଣ୍ଟିଙ୍ଗ କହିଛନ୍ତି “ଯଦି ପୃଥୀ ସ୍ୱଙ୍କର ବ୍ୟାଟିଙ୍ଗରେ କୌଣସି କମି ଅଛି ତ ତାହା ହେଉଛି ଭିତରକୁ ଆସୁଥିବା ବଲ। ସେ ବଲକୁ ନିଜ ଶରୀରଠୁ ଦୂରରେ ଖେଳିବାକୁ ସହଜ ଅନୁଭବ କରନ୍ତି”।
ରିକି ପଏଣ୍ଟିଙ୍ଗ କହିଲେ କି ,”ପୃଥୀ ସ୍ଵ ମୁଣ୍ଡକୁ ବଲର ଆଗରେ ନେଇଆସନ୍ତି କିନ୍ତୁ ନିଜ ଫ୍ରଣ୍ଟ ଫୁଟକୁ ବଲର ଲାଇନରେ ଆଣିପାରନ୍ତି ନାହିଁ। ଏଥିପାଇଁ ଅନେକ ଥର ବ୍ୟାଟ ଓ ପ୍ୟାଡ଼ ମଝିରେ ବହୁତ ଗ୍ୟାପ ରହିଯାଇଥାଏ। ଏଠାରେ ଅଷ୍ଟ୍ରେଲିଆ ବୋଲର ତାଙ୍କୁ ଅଶୁବିଧାରେ ପକାଇପାରିବେ। ମିଚେଲ ଷ୍ଟାର୍କ ଚେଷ୍ଟା କରିବେ କି ସେ ବଲକୁ ଭିତରକୁ ଆଣିବା ପାଇଁ”।
ଏହା ପରେ ମିଚେଲ ଷ୍ଟାର୍କ ପୃଥୀ ସ୍ୱଙ୍କୁ ଅଫ ଷ୍ଟମ୍ପରେ ଫୁଲ ଇନସୁଇଂଙ୍ଗ ବଲ ପକାଇଲେ। ପୃଥୀ ସ୍ଵ ଡ୍ରାଇଭ କରିବାକୁ ଚେଷ୍ଟା କଲେ କିନ୍ତୁ ବଲ ହାଲକା ବ୍ୟାଟରେ ବାଜି ଆସି ଷ୍ଟମ୍ପରେ ବାଜିଲା। କହିରଖିବୁକି ପୃଥୀ ସ୍ଵ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଂଶ ଅଟନ୍ତି। ପଏଣ୍ଟିଙ୍ଗ ଦିଲ୍ଲୀ କ୍ୟାପିଟଲ୍ସର ହେର୍ଡ କୋଚ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।