ବିରାଟ କୋହଲି ପୂର୍ବ ୧୨ଟି ମ୍ୟାଚ ମଧ୍ୟରୁ ୧୦ଥର ଟସରେ ହାରିଛନ୍ତି, ଏହାକୁ ନେଇ ଅଶ୍ୱିନୀ ଦେଲେ ଚମକେଇଦେବା ଭଳି ବୟାନ।

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ପୁଣି ଏକ ଥର ଟସ ହାରିଗଲେ। ଇଂଲଣ୍ଡ ବିରୁଦ୍ଧରେ ସିରିଜର ତୃତୀୟ ଦିନିକିଆରେ ବି ଅତିଥି ଦଳର କାର୍ଯ୍ୟବାହକ ଅଧିନାୟକ ଯଶ ବଟଲର ଟସ ଜିତିଲେ ଓ ଫିଲଡିଂ କରିବାର ଫଇସଲା ନେଲେ। ଏହାପରେ ଟସକୁ ନେଇ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଏବଂ ପୂର୍ବ ବ୍ୟାଟ୍ସମ୍ୟାନ ୱାଶିମ ଜାଫର ମଜା ନେଲେ।

Google

ଇଂଲଣ୍ଡ ବିରୁଦ୍ଧରେ ୪ ମ୍ୟାଚର ଟେଷ୍ଟ ସିରିଜରେ ବିରାଟ ଏକ ଥର ଜିତିଲେ,ପୁଣି ପାଞ୍ଚଟି ମ୍ୟାଚର ଟି୨୦ ସିରିଜରେ ବି ଏକ ଥର ଟସ ଜିତିଲେ ଏବଂ ଦିନିକିଆ ସିରିଜରେ ତ ତିନିଥର ଟସ ହାରିଗଲେ।

ବିରାଟ କୋହଲି ପୂର୍ବ ୧୨ଟି ମ୍ୟାଚ ମଧ୍ୟରୁ ୧୦ଥର ଟସ ହାରିଛନ୍ତି। ଏତିକି ହିଁ ନୁହେଁ,ଏହା ଲଗାତାର ଛଅ ଥର ବିରାଟ ଟସ ହାରିଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଏହି ସିରିଜର କଥା କହିବା ତେବେ ଲଗାତାର ତିନୋଟି ଦିନିକିଆ ମ୍ୟାଚରେ ଟସ ଯଶ ବଟଲର ଜିତିଛନ୍ତି। ଏହକୁ ନେଇ ଅଶ୍ଵିନ ଟ୍ୱିଟରେ କହିଲେ,’ମୁଦ୍ରା ହିଁ ବଦଳାଇ ଦିଅ।’ସେ ଏହା ସହିତ ହ୍ୟାଜଟ୍ୟାକରେ ମ୍ୟାଚ ରେଫରି ଏବଂ ଟସ ବି ଲେଖିଛନ୍ତି।

୪୩ ବର୍ଷୀୟ ୱାଶିମ ଜାଫର ଟ୍ୱିଟ କଲେ,’ପୂର୍ବରୁ ଇୟନ ମର୍ଗାନ ହେଉଥିଲା,ଏବେ ଯଶ ବଟଲର ହୋଇଗଲେଣି। ବିରାଟ କୋହଲି କିଛି ବି ବ୍ରେକ ନେଇପାରୁନାହାନ୍ତି।

 

ବିରାଟ ବି ଟସ ହାରିବା ପରେ କହିଛନ୍ତି କି ତାଙ୍କର ଏହା ଉପରେ କୌଣସି ଜୋର ନାହିଁ। ସେ କହିଲେ,”ମୁଁ ବି ପ୍ରଥମେ ବୋଲିଂ କରିବାର ଭାବୁଥିଲି,କିନ୍ତୁ ଲାଗୁଛି କି ଏବେ ପୁରା ଭାବରେ ଟସ ଉପରେ ମୋର ଜୋର ନାହିଁ। ଏହି ପିଚରେ ଅଧିକ ଘାସ ଅଛି। ଆମକୁ କିଛି ଜିନିଷ ଉପରେ ସୁଧାର କରିବାର ଅଛି।’ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ବଦଳରେ ନଟରାଜନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

Google

ମ୍ୟାଚର କଥା କହିବାକୁ ଗଲେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରି ୩୦୦ରୁ ଅଧିକ ରନ କଲେ। ଭାରତୀୟ ପାଳି ୪୮.୨ ଓଭରରେ ୩୨୯ରନରେ ସରିଗଲା। ଭାରତୀୟ ଦଳର ରୋହିତ ଶର୍ମା(୩୭) ଓ ଶିଖର ଧୱନ(୬୭)ପ୍ରଥମ ୱିକେଟ ପାଇଁ ୧୦୩ରନ ସଂଗ୍ରହ କରି ନେଇଥିଲେ। ଏହା ପରେ ରିଷବ ପନ୍ତ(୭୮) ରନ କରି ନିଜ ଦିନିକିଆ କ୍ୟାରିୟରର ବେଷ୍ଟ ସ୍କୋର ବନେଇଲେ ଓ ହାର୍ଦିକ ପାଣ୍ଡ୍ୟାଙ୍କ ସହିତ ପଞ୍ଚମ ୱିକେଟ ପାଇଁ ୯୯ ରନ ଯୋଡିଥିଲେ। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୬୪ ରନ କରିଥିଲେ। ଶାରଦୁର୍ଲ ଠାକୁର ମଧ୍ୟ ୩୦ ରନ କରିଥିଲେ। ଇଂଲଣ୍ଡ ତରଫରୁ ମାର୍କ ଉଡ଼ ସବୁଠାରୁ ଅଧିକ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *