୨୦୨୩ ମସିହାରେ ହେବାକୁ ଥିବା ଆଇପିଏଲ ସିଜିନ ଅର୍ଥାତ ଆଇପିଏଲ ସିଜିନ -୧୬ ରେ ଚେନ୍ନାଇ ସୁପର କିଂସ ଏବଂ ଏହାର ଅଭିଜ୍ଞ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇପାରେ।

ସୂଚନାଯୋଗ୍ୟ ଯେ, ୨୦୨୨ ଆଇପିଏଲ ସିଜିନ-୧୫ ର ମଧ୍ୟ ଭାଗରେ ରବୀନ୍ଦ୍ର ଜାଡେଜାଙ୍କୁ ତାଙ୍କ ଅଧିନାୟକ ପଦରୁ ହଟେଇ ଦିଆ ଯାଇଥିଲା। ସେଥିପାଇଁ ରବୀନ୍ଦ୍ର ଜାଡେଜାଙ୍କର ତାଙ୍କ ଦଳ ସହିତ ସମ୍ପର୍କ ଖରାପ ହୋଇଥିଲା ଏବଂ ମତାନ୍ତର ସୃଷ୍ଟି ହୋଇଥିଲା।
ତେବେ ଯଦି ଏହି ସମସ୍ୟା ବହୁତ ଜଲ୍ଦି ସମାଧାନ ନ ହୁଏ, ତେବେ ବହୁତ ଦିନ ଧରି ଥିବା ଏହି ଖେଳାଳିଙ୍କ ସହିତ ସମ୍ପର୍କ ଶେଷ ହୋଇ ଯାଇପାରେ। ଚେନ୍ନାଇର ସମର୍ଥମାନେ ଭଲ ଭାବରେ ଜାଣିଛନ୍ତି ଯେ, ଚେନ୍ନାଇ ଏକ ଆଇପିଏଲ ଦଳ ହେଲେ ମଧ୍ୟ ଏହାର ସଦସ୍ୟମାନେ ପରସ୍ପର ସହିତ ପରିବାର ଭଳି ଏକାଠି ରହିଛନ୍ତି।

ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ ଉତ୍ତମ ବୁଝାମଣା ରହିଛି। ଅଧିନାୟକ ପଦରୁ ହଟିବା ପର ଠାରୁ ରବୀନ୍ଦ୍ର ଜାଡେଜା ଚେନ୍ନାଇ ମ୍ୟାନେଜମେଣ୍ଟ ସହ କୌଣସି ପ୍ରକାରର ସମ୍ପର୍କରେ ମଧ୍ୟ ନାହାନ୍ତି କି କେବେ ତାଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା ମଧ୍ୟ କରି ନାହାନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ଆଇପିଏଲ ସିଜିନ -୧୫ ରେ ସେ ଅଧିନାୟକ ପଦରୁ ହଟିବା ପରେ ନିଜ ଇଂଜୁରୀ କାରଣରୁ ଦଳରୁ ବାହାରେ ରହିଥିଲେ। ବର୍ତ୍ତମାନ ସେ ତାଙ୍କ ସୋସିଆଲ ମିଡିଆରୁ ଚେନ୍ନାଇ ସୁପର କିଂସ ସହ ସମ୍ବନ୍ଧ ଥିବା ସମସ୍ତ ପୋଷ୍ଟ ଡିଲେଟ କରି ଦେଇଛନ୍ତି। ଜୁଲାଇ ୭ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ କରାଯାଇଥିବା ଜନ୍ମଦିନ ଶୁଭେଚ୍ଛା ଭିଡ଼ିଓରେ ମଧ୍ୟ ଜାଡେଜା ନଥିଲେ।

ଜାଡେଜା ଯେବେ ବି ପ୍ରାୟ ଚେନ୍ନାଇ ସମ୍ପର୍କିତ ପ୍ରଶ୍ନ ଶୁଣୁଛନ୍ତି, ଏହାର କୌଣସି ଉତ୍ତର ନ ଦେଇ ଅଣଦେଖା କରି ଦେଉଛନ୍ତି। ୨୦୧୨ ରେ ସେ ଚେନ୍ନାଇ ଦଳ ସହିତ ଯୋଗ ଦେଇଥିଲେ। ୨୦୨୨ ମସିହାରେ ତାଙ୍କ ୧୦ ବର୍ଷର ପୂର୍ତ୍ତିରେ ଚେନ୍ନାଇ ନିଜର ଟୁଇଟର ପେଜରେ ତାଙ୍କ ସମ୍ପର୍କରେ ପ୍ରଶଂସା କରି ଟୁଇଟ କରିଥିଲା।
ଏଥିରେ ଜାଡେଜା କମେଣ୍ଟ ମଧ୍ୟ କରିଥିଲେ। କିନ୍ତୁ ଏବେ ଏହାକୁ ଜାଡେଜା ଡିଲେଟ କରି ଦେଇଛନ୍ତି। ଜାଡେଜାଙ୍କ ଅଧିନୟକତ୍ୱରେ ଚେନ୍ନାଇ ୮ ଟି ମ୍ୟାଚରୁ ୬ ଟି ମ୍ୟାଚ ହାରିଥିଲା। ସେ ନିଜେ ସମ୍ପୂର୍ଣ୍ଣ ସିଜିନରେ ୧୧୧ ରନ କରି ମାତ୍ର ୩ ଟି ଉଇକେଟ ନେଇ ପାରିଥିଲେ। ତେବେ ଏହାର ପରିମାଣ କଣ ହେଉଛି ତାହା ସିଜିନ-୧୬ ରେ ଜଣା ପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।