IPL ୨୦୨୧: ରବୀନ୍ଦ୍ର ଜାଡେଜାଙ୍କ ଦମଦାର ରେକର୍ଡ। ସଚୀନଙ୍କ ସମେତ ଏହି ୬ ଖେଳାଳିଙ୍କୁ ଛାଡିଲେ ପଛରେ।

ଇଣ୍ଡିଆନ କ୍ରିକେଟ ଟିମ ଏବଂ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ନିଜ ବୋଲିଙ୍ଗ ଏବଂ ବ୍ୟାଟିଙ୍ଗ ଛଡା ଫିଲଡିଂ ପାଇଁ ମଧ୍ୟ ଜଣାଯାଆନ୍ତି। ତାଙ୍କର ଏହି ପ୍ରତିଭାକୁ ଦେଖି ସିଏସକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ‘ସାର’ ଉପାଧି ଦେଇଥିଲେ। ଏହି ଖେଳାଳି ଧୋନୀଙ୍କ ବିଶ୍ୱାସ ପୁଣିଥରେ ଜିତିଛନ୍ତି। ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ସେ ଜବରଦସ୍ତ ପଦର୍ଶନ କରିବାର ଦେଖା ଯାଇଛନ୍ତି।

Google

ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ସୋମବାର ୧୯ ଏପ୍ରିଲକୁ ରବୀନ୍ଦ୍ର ଜାଡେଜା ବ୍ୟାଟିଙ୍ଗରେ ୭ବଲରେ ୮ରନ କରିବା ପରେ ବୋଲିଙ୍ଗର ୪ ଓଭରରେ ୨୮ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ସେ ଜୋସ ବଟଲର ଏବଂ ସିବମ ଦୁବେଙ୍କ ପରି ବିସ୍ଫୋଟକ ବ୍ୟାଟ୍ସମ୍ୟାନଙ୍କ ୱିକେଟ ଅକ୍ତିଆର କରିଛନ୍ତି। ବଟଲର ୪୯ ରନ କରି ଜାଡେଜାଙ୍କର ଏକ ସୁନ୍ଦର ବଲରେ ବୋଲ୍ଡ ହୋଇଯାଇଥିଲେ। ସେ ବଲକୁ ବୁଝିହିଁ ପାରିନଥିଲେ। ଏହା ପରେ ମ୍ୟାଚ ବଦଳିଯାଇଥିଲା। ବ୍ୟାଟିଂ ଏବଂ ବୋଲିଙ୍ଗ ପରେ ଜାଡେଜା ଫିଲଡିଂରେ ୪ଟି କ୍ୟାଚ ଧରିଥିଲେ। ସେ ମନନ ବୋହରା,ରିୟାନ ପରାଗ,କ୍ରିସ ମୋରିସ,ଏବଂ ଜୟଦେବ ଉନାଦକତଙ୍କ କ୍ୟାଚ ଧରିବାର ନଜର ଆସିଥିଲେ। ସେ ଗୋଟେ ମ୍ୟାଚରେ ୪ଟି କ୍ୟାଚ ଧରିଥିବା ଖେଳାଳିମାନଙ୍କ ଲିଷ୍ଟରେ ସାମିଲ ହୋଇଗଲେ।

ଜାଡେଜାଙ୍କ ପୂର୍ବରୁ ୬ଜଣ ଖେଳାଳି ଗୋଟେ ମ୍ୟାଚରେ ୪ଟି କ୍ୟାଚ ଧରିବାର ନଜର ଆସିଛନ୍ତି। ୨୦୦୮ରେ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ସଚିନ ତେନ୍ଦୁଲକର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୪ଟି କ୍ୟାଚ ଧରିବାର ନଜର ଆସିଥିଲେ। ତାଙ୍କ ପରେ ଡେଭିଡ଼ ୱାରନର ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ଖେଳି ୨୦୧୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୪ଟି କ୍ୟାଚ ଧରିଦେଇଥିଲେ। ଜ୍ୟାକ କାଲିସ କୋଲକାତା ତରଫରୁ ୨୦୨୧ରେ ମୁମ୍ବାଇ ବିପକ୍ଷରେ,ଏବଂ ରାହୁଲ ତିବତୀୟା ୨୦୧୯ରେ ଦିଲ୍ଲୀ କ୍ୟାପିଟଲ୍ସ ତରଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ଟି କ୍ୟାଚ ମଧ୍ୟ ଧରିବାର ନଜର ଆସିଥିଲେ। ଡେଭିଡ଼ ମିଲର କିଙ୍ଗସ ଇଲେବେନ ପଞ୍ଜାବ ତରଫରୁ ୨୦୧୯ରେ ମୁମ୍ବଇ ବିପକ୍ଷରେ ଓ ଫାଫ ଡୁପ୍ଲେସି ଚେନ୍ନାଇ ସୁପର କିଙ୍ଗସ ତରଫରୁ ୨୦୧୯ରେ କୋଲକାତା ବିରୁଦ୍ଧରେ ୪ଟି କ୍ୟାଚ ଧରିବାର ନଜର ଆସିଥିଲେ।

Google

ଜାଡେଜା ସିବମ ଦୁବେଙ୍କୁ ଆଉଟ କରିବା ସହ ଟି-୨୦ରେ ନିଜର ପୁରୁଣା ସାଥି ଖେଳାଳି ଆଶିଷ ନେହେରାଙ୍କୁ ପଛରେ ଛାଡିଦେଲେ। ତାଙ୍କର ୨୫୪ତମ ଟି-୨୦ ମ୍ୟାଚରେ ଟୋଟାଲ ୧୬୪ଟି ୱିକେଟ ହୋଇଗଲା। ନେହେରା ୧୩୨ତମ ମ୍ୟାଚରେ ୧୬୨ଟି ଅକ୍ତିଆର କରିଥିଲେ। ଟି-୨୦ରେ ସବୁଠୁ ବେସି ୱିକେଟ ନେବାର ରେକର୍ଡ ଚେନ୍ନାଇର ବ୍ରାଭୋ ବ୍ରାଭୋଙ୍କ ନାମରେ ଅଛି। ସେ ୪୭୬ଟି ମ୍ୟାଚରେ ୫୧୭ଟି ୱିକେଟ ଅକ୍ତିଆର କରିଛନ୍ତି। ଭାରତ ତରଫରୁ ସବୁଠୁ ବେଶି ୱିକେଟ ପୀୟୂଷ ଚାୱଲା ଅକ୍ତିଆର କରିଛନ୍ତି। ସେ ୨୪୯ଟି ମ୍ୟାଚରେ ୨୬୨ଟି ୱିକେଟ ନିଜ ନାମରେ ନାମିତ କରାଇଛନ୍ତି। ଚାୱଲାଙ୍କ ପରେ ଅଛନ୍ତି ଅମିତ ମିଶ୍ରା। ସେ ୨୩୩ଟି ମ୍ୟାଚରେ ୨୫୬ଟି ୱିକେଟ ଅକ୍ତିଆର କରିବାର ନଜର ଆସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *