ରବିନ୍ଦ୍ର ଜାଡେଜା ଷ୍ଟିଭ ସ୍ମିଥଙ୍କୁ ରନ ଆଉଟ କରି ଦେଲେ ଏହି ବଡ଼ ବୟାନ ,ଏବେ ସବୁ ଏକ୍ସପର୍ଟ ଚକିତ।

ଷ୍ଟିଭ ସ୍ମିଥ ୧୩୧ ରନରେ ବ୍ୟାଟିଙ୍ଗ କରୁଥିଲେ ଓ ସେ ୧୧ ନମ୍ବର ବ୍ୟାଟ୍ସମ୍ୟାନ ଜୋସ ହେଜଲହୁଡ଼ଙ୍କ ସହିତ ଅଧିକ ବଲ ଖେଳିବା ମୁଡ଼ରେ ଥିଲେ କିନ୍ତୁ ଜାଡେଜାଙ୍କ ସୁନ୍ଦର ଫିଲ୍ଡଙ୍ଗ ଦ୍ଵାରା ତାଙ୍କ ପାରିର ଅନ୍ତ ଘଟିଲା। ଜାଡେଜା ଡ଼ିପ ସ୍କୋୟାର ଲେଗ ରୁ ଦୌଡ଼ିକି ଆସି ବଲ ଧରି ସିଧା ଷ୍ଟମ୍ପକୁ ମାରିଥିଲେ।

Google

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡ଼ନିରେ ଚାଲୁଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ସୁନ୍ଦର ଶତକ ମାରିଛନ୍ତି। ସ୍ମିଥଙ୍କୁ ୧୩୧ ରନ ସ୍କୋରରେ ରବିନ୍ଦ୍ର ଜାଡେଜା ରନ ଆଉଟ କରିଦେଲେ। ଜାଡେଜା ଏହାକୁ ତାଙ୍କର ସର୍ଵଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପ୍ରଦର୍ଶନ କହିଛନ୍ତି। ସେ କହିଛନ୍ତି ସେ ବାରମ୍ବାର ଏହାକୁ ଦେଖିବାକୁ ଚାହିଁବେ।

ଷ୍ଟିଭ ସ୍ମିଥ ୧୩୧ ରନରେ ବ୍ୟାଟିଙ୍ଗ କରୁଥିଲେ ଓ ସେ ୧୧ ନମ୍ବର ବ୍ୟାଟ୍ସମ୍ୟାନ ଜୋସ ହେଜଲହୁଡ଼ଙ୍କ ସହିତ ଅଧିକ ବଲ ଖେଳିବା ମୁଡ଼ରେ ଥିଲେ। କିନ୍ତୁ ଜାଡେଜାଙ୍କ ସୁନ୍ଦର ଫିଲ୍ଡଙ୍ଗ ଦ୍ଵାରା ତାଙ୍କ ପାରିର ଅନ୍ତ ଘଟିଲା। ଜାଡେଜା ଡ଼ିପ ସ୍କୋୟାର ଲେଗରୁ ଦୌଡ଼ିକି ଆସି ବଲ ଧରି ସିଧା ଷ୍ଟମ୍ପକୁ ମାରିଥିଲେ। ଏହା ପଚାରିବା ଦ୍ଵାରା କି ସେ କଣ ଦେଖିବାକୁ ପସନ୍ଦ କରିବେ। ଯେଉଁ ଚାରୋଟି ଆଉଟ କରିଛନ୍ତି ନା ଯେଉଁ ରନ ଆଉଟ କରିଛନ୍ତି ,ଏଥିରେ ସିନିୟର ଅଲରାଉଣ୍ଡର ଜାଡେଜା କହିଛନ୍ତି ରନ ଆଉଟ।

ଜାଡେଜା କହିଥିଲେ,”ମୁଁ ଏହି ରନ ଆଉଟକୁ ରିବାଇଣ୍ଡ କରି ଦେଖିବାକୁ ଚାହିଁବି କାରଣ ଏହା ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ୩୦ ମିଟର କ୍ଷେତ୍ର ବାହାରେ ସିଧା ହିଟ କରିବା ଏହା ଏହା କ୍ଷଣ ଆପଣଙ୍କୁ ସନ୍ତୋଷ ଲାଭ କରାଇଥାଏ। ତିନୋଟି ବା ଚାରୋଟି ୱିକେଟ ଠିକ ଅଛି କିନ୍ତୁ ଏହି ରନ ଆଉଟ ସବୁବେଳେ ମୋର ମନେ ରହିବ”। ଜାଡେଜା ଏହି ଗ୍ରସ୍ତରେ ଫିଲ୍ଡଙ୍ଗିରେ ବହୁତ ଭଲ କରିଛନ୍ତି। ଏହା ସହ ଏହି ଗ୍ରସ୍ତରେ ସେ ଭଲ କ୍ୟାଚ ମଧ୍ୟ ଧରିଛନ୍ତି।

ଜାଡେଜା ମେଲବର୍ଣ୍ଣରେ ଦୌଡ଼ିକି ମାଥିଉ ୱେଡ଼ଙ୍କର କ୍ୟାଚ ଧରିଥିଲେ ଓ ଶୁକ୍ରବାରକୁ ଷ୍ଟିଭ ସ୍ମିଥଙ୍କୁ ରନ ଆଉଟ କରିବା ମଧ୍ୟ ବହୁତ ମୁଖ୍ୟ ଥିଲା। ଯଦି ଜାଡେଜା ସେହି ସମୟରେ ସ୍କିଥଙ୍କୁ ରନ ଆଉଟ କରିନଥାନ୍ତେ ତେବେ ଅଷ୍ଟ୍ରେଲିଆ ଖାତାରେ ୨୫-୩୦ ରନ ଆଉ ଯୋଡିହୋଇଯାଇଥାନ୍ତା।ଭାରତ ଅଷ୍ଟ୍ରେଲିଆକୁ ପ୍ରଥମ ପାରିରେ ୩୩୮ ରନରେ ଅଲଆଉଟ କରି ଦ୍ୱିତୀୟ ଦିନ ଖେଳ ଶେଷ ସୁଧା ୨ ୱିକେଟ ହରାଇ ୯୬ ରନ କରିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *