RBIଙ୍କ ଘୋଷଣା ରେପୋ ହାର ଓ ସୁଧହାର କୁ ନେଇ କରିଛନ୍ତି ଘୋଷଣା । ଜାଣନ୍ତୁ ପୁରା ଖବର ।

RBIଙ୍କ ଘୋଷଣା ରେପୋ ହାର ଓ ସୁଧହାର କୁ ନେଇ କରିଛନ୍ତି ଘୋଷଣା । ଜାଣନ୍ତୁ ପୁରା ଖବର ।, RBI Announcement Repo and reverse repo rate unchanged said rbi governor , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, RBI, RBI Governor, Shaktikant Das, Bank, Repom Rate, Interest Rate, India

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୌଦ୍ରିକ ନୀତି ସମୀକ୍ଷା ଗୁରୁବାର ଶେଷ ହୋଇଛି । ୩ ଦିବସୀୟ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ରେପୋ ହାରରେ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଦାସ କହିଥିବା ବେଳେ ସୁଧହାର ଅପରିବର୍ତ୍ତିତ ରହିଛି ବୋଲି କହିଛନ୍ତି । ତେବେ ଲୋନ ମୋରେଟରିୟମ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର କୌଣସି ସୂଚନା ଦେଇନଥିବାରୁ ଅଗଷ୍ଟ ୩୧ରୁ ଯୋଜନା ସମାପ୍ତ ହେଉଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

RBI Repo Rate
Google

 

ଶ୍ରୀଯୁକ୍ତ ଦାସ କହିଛନ୍ତି ଯେ ରେପୋ ହାର ପୂର୍ବପରି ୪ ପ୍ରତିଶତରେ ସ୍ଥିର ରହିଛି । ଏଣୁ ଋଣ ଉପରେ ଗ୍ରାହକ ଆଶା କରିଥିବା ସୁଧହାର ହ୍ରାସ ହୋଇ ନାହିଁ କି ଇଏମଆଇ ପାଇଁ କୌଣସି ରିହାତି ମିଳିବ ନାହିଁ । ସେହିପରି ରେପୋ ହାର ସ୍ଥିର ରହିବା ଯୋଗୁ ରିଭର୍ସ ରେପୋ ହାର ମଧ୍ୟ ୩.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଏଣୁ ବ୍ୟାଙ୍କ ହାର ମଧ୍ୟ ୪.୨୫ ପ୍ରତିଶତରେ ସ୍ଥିର ରହିଛି ।

Governor Shaktikanta Das press conference highlights: RBI cuts ...
Google

କରୋନା ମହାମାରୀ ବିଶ୍ୱର ଆର୍ଥିକ ବ୍ୟବସ୍ଥା ବହୁତ ଖରାପ ସ୍ତିତିକୁ ନେଇଯାଇଛି । ହେଲେବି ବୈଦେଶିକ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ଜାରି ରହିଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି । ଏଣୁ ଖୁଚୁରା ମୁଦ୍ରାସ୍ପିତି ନିୟନ୍ତ୍ରଣାଧୀନ ଥିବା ବେଳେ ଦେଶ ଏବେ ଆର୍ଥିକ ସୁଧାର ଆଡକୁ ଗତିକରିବା ଆରମ୍ଭ କରିଛି । ତେବେ ୨୦୨୦-୨୧ ରେ ଜିଡିପି ବୃଦ୍ଧି ହାର ଋଣାତ୍ମକ ରହିବ ବୋଲି ଶ୍ରୀଯୁକ୍ତ ଦାସ ପୁଣି ତରେ ସ୍ପଷ୍ଟ କରିଦେଇଛନ୍ତି ।

କୋଭିଡ-୧୯ ଲକଡାଉନ ଲାଗି ସରକାର ଦୁଇଥରରେ ଲୋନ ମୋରେଟରିୟମକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ । ଏଥିରେ ଲୋକେ ଆରବିଆଇଙ୍କ ନୀତି ସମୀକ୍ଷାକୁ ଅପେକ୍ଷା କରି ରହିଥିବା ବେଳେ ଗଭର୍ଣ୍ଣର ଏ ନେଇ କିଛି ବି କହି ନାଁହାନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଅଗଷ୍ଟ ୩୧ରୁ ଲୋନ ମୋରେଟରିୟମ ସମାପ୍ତ ହେଉଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *