ଆଇପିଏଲ ଇତିହାସର ୧୦ଟି ରେକର୍ଡ ବାଙ୍ଗାଲୋରର ଯାହା ଅଲଗା ଟିମ ଭାଙ୍ଗିବା ପ୍ରାୟତଃ ମୁସ୍କିଲ।

ଆପଣଙ୍କୁ ଯଦି କେହି ପଚାରେ କି ଆଇପଏଲର ସବୁଠୁ ଦୁର୍ଭାଗ୍ୟବାନ ଟିମ କିଏ ତାହେଲେ ହୁଏତ ଆପଣଙ୍କର ଉତ୍ତର ଆସିବ ଆରସିବି। ଯେଉଁ ଟିମରେ ବିରାଟ କୋହଲି ଆଉ ଏବି ଡିଭିଲିଆର୍ସ ଭଳି ଧୁରନ୍ଦର ଖେଲାଳି ଥିବା ସତ୍ତ୍ୱେ ବି ସେମାନେ ଗୋଟେ ବି କପ ଜିତି ପାରିନାହାନ୍ତି ସେମାନଙ୍କୁ ଦୁର୍ଭାଗ୍ୟବାନ କୁହାଯିବନି ତ ଆଉ କଣ କୁହା ଯିବ। ଟ୍ରଫି ଜିତିବା ବ୍ୟତୀତ ଅନ୍ୟ ସମସ୍ତ କାରିନାମା ଏହି ଟିମ କରି ସାରିଛି। ଏପରି ଏପରି ରେକର୍ଡ ତାଙ୍କ ନାମରେ ଅଛି ଯାହା କି ହୁଏତ ଆଗକୁ କେବେ ଭାଙ୍ଗି ନପାରେ। ତ ଆସନ୍ତୁ ଜାଣିବା ଏପରି ୧୦ଟି ରେକର୍ଡ ଯାହା କି ଅଭଙ୍ଗନିୟ ଅଟେ।

Google

୧:ସର୍ବାଧିକ ବ୍ୟକ୍ତିଗତ ସ୍କୋର: କ୍ରୀସ୍ ଗେଲ ହୁଏତ ଆଜି ଆରସିବିର ଅଂଶ ନାହାନ୍ତି ମାତ୍ର ସେ ଆରସିବି ପାଇଁ ବହୁତ ବଡ଼ ବଡ଼ କାରିନାମା କରିଛନ୍ତି। ୨୦୧୩ରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ପୁନେ ୱାରିଅର୍ତ୍ସଙ୍କ ବିପକ୍ଷରେ ସେ ୧୭୫ ରନର ଇନିଂଗ୍ସ ଖେଳିଥିଲେ ଯାହା କି ଆଇପିଏଲ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅଟେ। ମାତ୍ର ୬୬ ବଲ ଖେଳି ସେ ୧୬ଟି ଛକା ତଥା ୧୩ଟି ଚୌକା ସାହାଯ୍ୟରେ ଏହି କାରିନାମା କରିଥିଲେ।

୨: ଗୋଟେ ସଂସ୍କରଣରେ ସବୁଠୁ ଅଧିକ ଶତକ: ବିରାଟ କୋହଲି ତଥା ଭାରତୀୟ ଟିମର ଅଧିନାୟକ ୨୦୧୬ରେ ଅଲଗା ସ୍ତରର କ୍ରିକେଟ ଦେଖାଇଥିଲେ। ଗୋଟେ ହି ସଂସ୍କରଣରେ ସର୍ବାଧିକ ୪ଟି ଶତକ କରି ସେ ଆରସିବି କୁ ୨୦୧୬ ଫାଇନାଲରେ ପହଂଚାଇଥିଲେ।

Google

୩:ସର୍ବାଧିକ ଟିମ ସ୍କୋର: ଏହି ୨୬୩ ରନର ରେକର୍ଡ ଆରସିବି ପୁନେ ୱାରିଆର୍ସଙ୍କ ବିପକ୍ଷରେ ୨୦୧୩ରେ ବନାଇଥିଲେ। ଏହିଦିନ ହି ଗେଲ ୧୭୫ ରନର ଇନିଂଗ୍ସ ଖେଳି ପୁନେର ବୋଲର ମାନଙ୍କର ହାଲ ଖରାପ କରି ଦେଇଥିଲେ।

୪: ଆଇପିଏଲର ସବୁଠୁ ଦ୍ରୁତ ଶତକ: କ୍ରୀସ୍ ଗେଲ ଯେବେ ନିଜର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ସେହି ମ୍ୟାଚରେ ହିିଁ ସେ ନିଜର ଶତକ ମାତ୍ର ୩୦ଟି ବଲରେ କରିଥିଲେ। ଏହା ଆଜି ଯାଏ ଆଇପିଏଲର ସବୁଠୁ ଦ୍ରୁତ ଶତକ ହେଇ ଅଛି।

Google

୫: ଗୋଟେ ସଂସ୍କରଣରେ ସର୍ବାଧିକ ବ୍ୟକ୍ତଗତ ରନ: ୨୦୧୬ରେ ବିରାଟ କୋହଲି ଏକ ଅଲଗା ସ୍ତରର କ୍ରିକେଟ ଦେଖାଉଥିଲେ ଆଉ ସେହି ସଂସ୍କରଣରେ ସେ ୪ଟି ଶତକ ସହ ୯୭୩ ରନ କରିଥିଲେ ଯାହା କି ଏଯାଏ ଏକ ରେକର୍ଡ ହେଇ ଅଛି।

୬:ଗୋଟେ ଟିମ ପାଇଁ ସର୍ବାଧିକ ମ୍ୟାଚ: ବିରାଟ କୋହଲି ଆଇପିଏଲ ଆରମ୍ଭ ସଂସ୍କରଣରୁ ହି ବ୍ୟଙ୍ଗଲୋର ସହ ଅଛନ୍ତି ଆଉ ସେ ଏକମାତ୍ର ଖେଳାଳି ଯିଏ କି ଗୋଟେ ହି ଟିମ ପାଇଁ ୨୦୦ ମ୍ୟାଚ ଖେଳି ସାରିଛନ୍ତି।

Google

୭: ସବୁଠୁ ବଡ଼ ପାର୍ଟନରଶିପ: ବିରାଟ କୋହଲି ଆଉ ମିଷ୍ଟର ୩୬୦ ଏବି ଡିଭିଲିଆର୍ସ ଗୁଜୁରାଟ ଲାୟନସ୍ ଙ୍କ ବିପକ୍ଷରେ ୨୦୧୬ରେ ୨୨୯ ରନର ପାର୍ଟନରଶିପ କରିଥିଲେ ଯାହା କି ସବୁଠୁ ଲମ୍ବା ପାର୍ଟନରଶିପ ଭାବେ ଏଯାଏ ଅଛି।

୮: ଗୋଟେ ଟିମ ପାଇଁ ସର୍ବାଧିକ ରନ: ବିରାଟ କୋହଲି ଆରସିବି ପାଇଁ ଆଇପିଏଲ ଆରମ୍ଭରୁ ହି ଅଛନ୍ତି। ସେ ଏଯାଏ ପ୍ରାୟ ୧୩ଟି ସିଯିନ ଖେଳି ଖେଳି ୬୦୦୦ ରନ କରି ସାରିଛନ୍ତି ଯାହା କି ଏକ ଅଭଙ୍ଗନିୟ ରେକର୍ଡ ଅଟେ।

Google

୯:ଆଇପିଏଲ ଇତିହାସର ସବୁଠୁ ଛୋଟ ଟିମ ଟୋଟାଲ: ଆରସିବି ନାମରେ ସବୁଠୁ ବଡ଼ ହି ନୁହଁ ସବୁଠୁ ଛୋଟ ସ୍କୋର କରିବାର ରେକର୍ଡ ବି ଅଛି। ୨୦୧୭ରେ କେକେଆର ବିପକ୍ଷରେ ଏହି ଟିମ ମାତ୍ର ୪୯ ରନରେ ହି ଆଉଟ ହେଇ ଯାଇଥିଲା।

୧୦:ଗୋଟେ ଟିମ ପକ୍ଷରୁ ସର୍ବାଧିକ ଶତକ: ଆରସିବି ହିଁ ଏକମାତ୍ର ଟିମ ଯିଏ ଆଜିଯାଏ ଆଇପିଏଲରେ ୧୩ଟି ଶତକ ନିଜ ନାମରେ କରିଛି। ଏମାନଙ୍କ ଭିତରୁ ବିରାଟ କୋହଲି ୫ଟି , ଗେଲ ୪ଟି, ଡିଭିଲିୟର୍ସ ୩ଟି ଆଉ ମନୀଷ ପାଣ୍ଡେ ଗୋଟେ ଶତକ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *