ଆଇପିଏଲର ୧୩ ତମ ସଂସ୍କରଣ ଶେଷ ହେବା ପରେ ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ଲିମିଟେଡ଼ ଓଭରରେ ଟିମ ଇଣ୍ଡିଆର ଅଧିନାୟକ କରିବାକୁ ଦାବି କରାଯାଉଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଳ୍ପ ଦିନ ତଳେ ମୁମ୍ବାଇ ଇଂଣ୍ଡିଆନ୍ସ ପଞ୍ଚମ ଥର ଆଇପିଏଲ ଟ୍ରଫି ଜିତିଲା। ରୋହିତଙ୍କ ସୁନ୍ଦର ରେକର୍ଡକୁ ଦେଖାଯାଇ ତାଙ୍କୁ ବିରାଟ କୋହଲିଙ୍କ ଜାଗାରେ ଲିମିଟେଡ଼ ଓଭରରେ ଅଧିନାୟକ କରିବାକୁ ଦାବି କରାଯାଉଛି। ପୂର୍ଵ ମହାନ ଖେଳାଳି ଗୌତମ ଗମ୍ଭୀରଙ୍କ କହିବା ଅଟେକି ରୋହିତ ଶର୍ମା ଅଧିନାୟକତ୍ୱ ମାମଲାରେ କୋହଲିଙ୍କ ଠୁ ବହୁତ ଆଗରେ।ବିରାଟଙ୍କ ଅନୁଗାମୀରେ ଆରସିବି ସହ ଖେଳୁଥିବା ପାର୍ଥିବ ପଟେଲ ମଧ୍ୟ ରୋହିତଙ୍କୁ ବିରାଟଙ୍କ ଠୁ ଭଲ ଅଧିନାୟକ କହିଛନ୍ତି ।

ଗୌତମ ଗମ୍ଭୀରଙ୍କ କହିବା ଅଟେକି ବିରାଟ କୋହଲି ନିଜ ଭୂମିକା ଭଲ କରୁଛନ୍ତି ତଥାପି ରୋହିତ ଅଧିକ ସଫଳ ହେବେ। ସେ କହିଛନ୍ତି,”ବିରାଟ କୋହଲି ନିଜ ବିଭାଗରେ ଠିକ ଅଛନ୍ତି କିନ୍ତୁ ରୋହିତ ଶର୍ମା ଅଧିନାୟକତ୍ୱ ମାମାଲରେ କୋହଲିଙ୍କ ଠୁ ଆଗରେ ଅଛନ୍ତି।
ଗମ୍ଭୀର କହିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆଇପିଏଲରେ ଅଧିନାୟକତ୍ୱର ରେକର୍ଡ ଚେକ କରିବା ଉଚିତ। କେକେଆରର ପୂର୍ବ ଅଧିନାୟକ କହିଛନ୍ତି,”ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଂଣ୍ଡିଆନ୍ସ ଟିମ ୮ ରୁ ୫ ଥର ଆଇପିଏଲ ଟ୍ରଫି ଜିତିଛି ଓ ସେ ଆଇପିଏଲର ସବୁଠୁ ସଫଳ ଅଧିନାୟକ ଅଟନ୍ତି। ଆରସିବି ଏବେ ପର୍ଯ୍ୟନ୍ତ ଥରେ ଆଇପିଏଲ ଟ୍ରଫି ଜିତିପାରିନାହିଁ।ବିରାଟ କୋହଲି ୨୦୧୩ ଓ ୨୦୧୬ରେ ଟିମକୁ ଫାଇନଲ ପର୍ଯ୍ୟନ୍ତ ନେଇଥିଲେ”।
ପାର୍ଥିବ ମଧ୍ୟ ରୋହିତଙ୍କୁ ଭଲ ମାନିଛନ୍ତି:
ଗମ୍ଭୀର ଆଇପିଏଲର ପ୍ରଦର୍ଶନ ଆଧାରରେ ଅଧିନାୟକ ବାଛିବାକୁ କହିଛନ୍ତି। “ଯଦି ଆପଣ ଆଇପିଏଲ ପ୍ରଦର୍ଶନ ଆଧାରରେ ଟିମ ବଛାଯାଉଛି ତେବେ କଣ ପାଇଁ ଆଇପିଏଲ ଆଧାରରର ଅଧିନାୟକ ବଛାଯାଇପାରିବ ନାହିଁ। ଯଦି ଏପରି ନୁହେଁ ତ ଆଇପିଏଲର ପ୍ରଦର୍ଶନ ଆଧାରରେ ବୋଲର ଓ ବ୍ୟାଟ୍ସମ୍ୟାନ ବାଛିବା ଉଚିତ ନୁହେଁ।

ବିରାଟ କୋହଲିଙ୍କ ସହ ଆରସିବିର ଖେଳିଥିବା ପାର୍ଥିବ ପଟେଲ ରୋହିତଙ୍କୁ ଭଲ ଅଧିନାୟକ ମାନିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ କହିଛନ୍ତି,”ପ୍ରେସର ସ୍ଥିତିରେ ରୋହିତ ଶର୍ମା ବିରାଟ କୋହଲିଙ୍କ ଠୁ ଭଲ ନିଷ୍ପତି ନେଇଥାନ୍ତି। ରୋହିତ ଶର୍ମାଙ୍କ ଏହି ଗୁଣ ତାଙ୍କୁ ଜଣେ ଭଲ ଅଧିନାୟକ କରିଥାଏ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।