କୋହଲିଙ୍କ ଏପରି ପ୍ରଦର୍ଶନ ପରେ ତାଙ୍କ ସହ କଥା ହେବେ ସିଲେକ୍ଟର୍ସ! କଣ ଦଳରୁ ମିଳିବ ଛୁଟି?

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଖରାପ ରହିଛି। ଏହି ଆଇପିଏଲ ସିଜନରେ ସେ ତିନିଥର ଗୋଲଡେନ ଡ଼କରେ ଆଉଟ ହୋଇଥିଲେ। ଏବେ ତାଙ୍କର ପ୍ରଦର୍ଶନ ଦେଖି ତାଙ୍କୁ ବିଶ୍ରାମଦେବା ପାଇଁ ମଧ୍ୟ କୁହାଯାଉଛି।ଆଇପିଏଲ ପରେ ଭାରତ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବ ଯେଉଁଠି ଦକ୍ଷିଣ ଆଫ୍ରିକା ସହ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି ସିରିଜ ପାଇଁ ଚୟନ ଆଇପିଏଲ ଆଧାରରେ ହେବ। ଏହି ସିରିଜର ଖେଳାଳି ଚୟନ ପୂର୍ବରୁ ଚେତନ ଶର୍ମାଙ୍କ ଚୟନ ସମିତି କୋହଲିଙ୍କ ସହ କଥା ହେବକି କଣ ସେ ବ୍ରେକ ନେବାକୁ ଚାହୁଁଛନ୍ତି?

Google

ଟିମ ଇଣ୍ଡିଆର ଚୟନ ସମିତିର ସଦସ୍ୟ ଇନସାଇଡ଼ ସ୍ପୋର୍ଟକୁ କହିଛନ୍ତିକି,”ଏହା ଏକ ଏପରି ସମୟ ଯେଉଁଥିରେ ସବୁ ଖେଳାଳି ଯାଇଥାନ୍ତି ଓ ଏବେ ବିରାଟ କୋହଲିଙ୍କ ଏପରି ସମୟଆସିଛି। ସେ ଏହି ସମୟରୁ ନିଶ୍ଚିନ୍ତ ବାହାରିଯିବେ। ଜଣେ ଚୟନକର୍ତା ହିସାବରେ ଆମେ ଆଗ ଟିମ ବିଷୟରେ ଭାବିବୁ ଓ ତାଙ୍କ ସହ ମଧ୍ୟ କଥା ହେଉବି କଣ ସେ ବ୍ରେକ ନେବାକୁ ଚାହୁଁଛନ୍ତି”।

ବିରାଟଙ୍କୁ ଆରାମ କଣ ପାଇଁ:

ବିରାଟ କୋହଲି ଆଇପିଏଲ ୨୦୨୨ ପୂର୍ବରୁ ନିଜ ବ୍ୟାଟିଙ୍ଗ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଟିମ ଇଣ୍ଡିଆ ସହିତ ଆରସିବିର ଅଧିନାୟକତ୍ୱ ପଦ ମଧ୍ୟ ଛାଡିଦେଇଥିଲେ। ଏହା ଦ୍ଵାରା କିନ୍ତୁ କୌଣସି ଫାଇଦା ହୋଇନାହିଁ କାରଣ ଆଇପିଏଲ ୨୦୨୨ରେ ସେ ତିନିଥର ଗୋଲଡେନ ଡ଼କ ଆଉଟ ହୋଇଛନ୍ତି। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୧୨ ଟି ମ୍ୟାଚରେ ୧୯ର ଔଶତରେ ୨୧୬ ରନ କରିଛନ୍ତି। ଗୋଟେ ମାତ୍ର ଅର୍ଦ୍ଧଶତକ ମାରିଛନ୍ତି ଓ ୧୦୦ ମ୍ୟାଚରୁ ଅଧିକ ମ୍ୟାଚ ହେବ ସେ ଶତକ ମାରିପାରିନାହାଁନ୍ତି।

Google

ସେ ପୂର୍ଵ କୋଚ ରବି ଶାସ୍ତ୍ରୀଙ୍କ କଥା ମାନି ରାଜସ୍ଥାନ ବିରୁଦ୍ଧରେ ମ୍ୟାଚରେ ଓପନିଙ୍ଗ ମଧ୍ୟ କରିଥିଲେ କିନ୍ତୁ ତାହା ମଧ୍ୟ ସଫଳ ହେଲା ନାହିଁ। ଆଇପିଏଲ ୨୦୨୨ରେ ତାଙ୍କର ଷ୍ଟାଇକରେଟ ୧୧୦ ର ରହିଛି। ଆଇପିଏଲ ଦ୍ଵାରା ମୁଖ୍ୟତଃ ଖେଳାଳିଙ୍କ ଚୟନ ହୋଇନଥାଏ କିନ୍ତୁ କିଛି ସମୟରୁ ଇଣ୍ଟରନେସନାଲ କ୍ରିକେଟରେ ମଧ୍ୟ କୋହଲି ଖାସ ପ୍ରଦର୍ଶନ କରିପାରିନାହାଁନ୍ତି।

କୋହଲି ବ୍ରେକକୁ ନେଇ ଚୟନକର୍ତାଙ୍କ ସହ କଥା ହୋଇନାହାଁନ୍ତି:

ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ, ମାଇକଲ ବନଙ୍କ ସହ ଅନେକ ମହାନ ଖେଳାଳି ମଧ୍ୟ ଏହା କହୁଛନ୍ତିକି କୋହଲିଙ୍କୁ ଏବେ କିଛି ସମୟ ପାଇଁ ବ୍ରେକ ନେବାର ଆବଶ୍ୟକତା ଅଛି। କିନ୍ତୁ କୋହଲି ଏବେ ପର୍ଯ୍ୟନ୍ତ ଚୟନକର୍ତାଙ୍କୁ ବ୍ରେକ ବିଷୟରେ କିଛି କହିନାହାଁନ୍ତି।

ବିଶ୍ୱକପ ପାଇଁ ଟି-୨୦ ବିଶ୍ୱକପ ପ୍ରମୂଖ:

Google

ଏହି ବର୍ଷ ଅକ୍ଟୋବର-ନଭେମ୍ବର ଟି-୨୦ ବିଶ୍ୱକପ ହେବାର ଅଛି। ଟିମ ଇଣ୍ଡିଆ ଅନେକ ବର୍ଷରୁ ଆଇସିସି ଟ୍ରଫି ଜିତିପାରିନାହିଁ। ତେଣୁ ବିସିସିଆଇ ଏଥର ଟ୍ରଫି ଜିତିବା ପାଇଁ ପୁରା ପ୍ରୟାସ କରିପାରେ। ଅନେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ତେଣୁ ଯଦି କୋହଲିଙ୍କର ଏପରି ଖରାପ ଫର୍ମ ଜାରିରହେ ତେବେ ତାଙ୍କୁ ଡ୍ରପ କରାଯାଇପାରେ।

କହିରଖିବୁକି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଟି ଟି-୨୦ ମ୍ୟାଚ ସିରିଜ ପାଇଁ ଆଇପିଏଲ ୨୦୨୨ ପ୍ଲେ ଅଫ ସମୟରେ ଟିମ ବଛାଯିବ। ଅଧିନାୟକ ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାଭିଡଙ୍କ ସହ ଚୟନକର୍ତା କଥା ହେବା ପୂର୍ବରୁ କୋହଲିଙ୍କ ସହ କଥା ହେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ , ମନରୋଞ୍ଜନ୍ ଧର୍ମୀ ବିଷୟ , ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *