ଆଇପିଏଲ ୨୦୨୨ ସିଜିନର ଦ୍ଵିତୀୟ କ୍ଵଲିଫାଏ ମ୍ୟାଚ ବର୍ତ୍ତମାନ ଶେଷ ହୋଇ ଯାଇଛି। ଏହି ମ୍ୟାଚକୁ ରାଜସ୍ଥାନ ରୟାଲସ ୭ ୱିକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି। ଆଇପିଏଲ ୨୦୨୨ ସିଜିନର ଦ୍ଵିତୀୟ କ୍ଵଲିଫାଏ ମ୍ୟାଚ ରାଜସ୍ଥାନ ରୟାଲସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ରାଜସ୍ଥାନ ରୟାଲସ ଅଧିନାୟକ ସଂଜୁ ସାମସନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓପନର ଅଧିନାୟକ ଫାଫ ଡୁ ପ୍ଲେସି ଏବଂ ବିରାଟ କୋହଲି ଓପନିଙ୍ଗ ଆରମ୍ଭ କରିଥିଲେ। ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ମାତ୍ର ୮ ରନରେ ଏହାର ପ୍ରଥମ ୱିକେଟ ହରାଇଥିଲା। ବିରାଟ କୋହଲି ମାତ୍ର ୮ ବଲରେ ମାତ୍ର ୭ ରନ କରି ପ୍ରସିଦ୍ଧ କୃଷ୍ନାଙ୍କ ବଲରେ କ୍ୟାଚ ହୋଇଥିଲେ। ଏହାପରେ ରଜତ ପତିଦାର ଏବଂ ଡୁ ପ୍ଲେସି ଦ୍ଵିତୀୟ ୱିକେଟ ଯୋଡିରେ ୭୦ ରନ କରିଥିଲେ।

ଏହାପରେ ଅଧିନାୟକ ଡୁ ପ୍ଲେସିସ ୨୫ ରନ କରି ଆଉଟ ହୋଇଥଲେ। ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ମ୍ୟାକ୍ସ ୱେଲ ମଧ୍ୟ ୧୩ ବଲରେ ୨୪ ରନ କରି ବୋଲଟଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ରଜତ ପତିଦାର ୪ ଟି ଚୌକା ଏବଂ ୩ ଟି ଛକା ସହିତ ୪୨ ବଲରେ ୫୮ ରନ ସଂଗ୍ରହ କରିଥିଲେ। ସେ ଆଉଟ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟିଂ ଅର୍ଡର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମହିପାଲ ଲୋମରର ୧୦ ବଲରେ ୮ ରନ, ଦିନେଶ କାର୍ତ୍ତିକ ୭ ବଲରେ ୬ ରନ କରିଥିଲେ। ଅନ୍ତିମ ଓଭରରେ ସାହବାଜ ଅହମ୍ମଦ ୮ ବଲରେ ୧୨ ରନ କରି ଦଳକୁ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନରେ ପହଞ୍ଚାଇ ଥିଲେ।
ଏହାର ଜବାବରେ ରାଜସ୍ଥାନ ରୟାଲସ ଓପନର ଜୋସ ଵଟଲର ଏବଂ ୟସସ୍ୱି ଜୟିଶ୍ୱାଲ ଓପନିଙ୍ଗ ଆରମ୍ଭ କରିଥିଲେ। ୟସସ୍ୱି ଜୟସୱାଲ ନିଜ ସ୍କୋରକୁ ଏକ ବଡ଼ ସ୍କୋରରେ ପହଞ୍ଚାଇ ନ ପାରିବ ଯୋଗୁଁ ଦଳ ୬୧ ରନରେ ଏହାର ପ୍ରଥମ ୱିକେଟ ହରାଇଥିଲା। ଏହାପରେ ଅଧିନାୟକ ସଂଜୁ ସାମସନ ଏବଂ ଜୋସ ଵଟଲର ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ୱିକେଟ ଯୋଡିରେ ୬୨ ରନ ଯୋଡିବା ପରେ ଅଧିନାୟକ ସଂଜୁ ସାମସନ ନିଜର ୱିକେଟ ହରାଇଥିଲେ। ସେ ୨୧ ବଲରେ ୨୩ ରନ କରି ହସରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ।

ଏହାପରେ ଦେବଦତ ପାଡିକଲ ୧୨ ବଲରେ ମାତ୍ର ୯ ରନ ହଜେଲଉଡ଼ଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ଜସ ଵଟଲର ୬୦ ବଲରେ ୧୦୬ ରନ ସଂଗ୍ରହ କରିଥିଲେ। ତାଙ୍କର ଏହି ଇନିଂସରେ ୧୦ ଟି ଚୌକା ଏବଂ ୬ ଟି ଛକା ସାମିଲ ଥିଲା। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସିମରନ ହେଟମେୟର ଜୋସ ଵଟଲରଙ୍କ ସହିତ ମିଶି ୩ ବଲରେ ମାତ୍ର ୨ ରନ କରି ରାଜସ୍ଥାନ ରୟାଲସକୁ ବିଜୟୀ କରାଇଥିଲେ।
ବାଙ୍ଗାଲୋର ବୋଲରଙ୍କ ମଧ୍ୟରେ ହାଜେଲଉଡ଼ ୨ ଟି ୱିକେଟ ନେଇଥିବା ବେଳେ ହସାରଂଗା ଗୋଟିଏ ମାତ୍ର ୱିକେଟ ନେଇଥିଲେ। ଜୋସ ଵଟଲରଙ୍କୁ ତାଙ୍କ ଖେଳ ପାଇଁ ମ୍ୟାଚ ଶ୍ରେଷ୍ଠ ପ୍ଲେୟର ଘୋଷଣା କରାଯାଇଥିଲା। ଏଥି ସହିତ ରାଜସ୍ଥାନ ଫାଇନାଲରେ ପ୍ରବେଶ କରିଛି। ଆଗାମୀ ୩୧ ତାରିଖରେ ଗୁଜରାଟ ଏବଂ ରାଜସ୍ଥାନ ଆଇପିଏଲ ୨୦୨୨ ଫାଇନାଲରେ ପରସ୍ପରକୁ ଭେଟିବାର ଅଛି ।
This tweet needs no caption! 😉 pic.twitter.com/ZK62Yu5eiE
— Gujarat Titans (@gujarat_titans) May 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।