ବ୍ୟୁରୋ ରିପୋର୍ଟ: ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଆଇପିଏଲ ୨୦୨୨ରେ ଆରସିବି ବିରୁଦ୍ଧରେ ୨୯ ରନର ବିଜୟର ଶ୍ରେୟ ଯୁବ ବ୍ୟାଟ୍ସମ୍ୟାନ ରିୟାନ ପରାଗଙ୍କୁ ଦେଇଛନ୍ତି। ସେ କହିଛନ୍ତି ଟିମ ଯେଉଁଭଳି ଆରମ୍ଭ କରିଥିଲା ତାହାକୁଦେଖି ଏହା ଏକ ସୁନ୍ଦର ବିଜୟ ଅଟେ। ଏହି ମ୍ୟାଚରେ ରାଜସ୍ଥାନ ଖରାପ ଆରମ୍ଭ କରି ରିୟାନ ପରାଗଙ୍କ ସୁନ୍ଦର ୫୬ ରନର ଅର୍ଦ୍ଧଶତକ ପାରି ଦ୍ଵାରା ୮ ୱିକେଟ ହରାଇ ୧୪୪ ରନ କରିଥିଲା। ଏହା ପରେ ଆରସିବି ୧୯.୩ ଓଭରରେ ୧୧୫ ରନରେ ଅଲଆଉଟ ହୋଇଯାଇଥିଲା। ପ୍ରେସର ବୋଲର କୁଲଦୀପ ସେନ ୨୦।ରନ ଦେଇ ଚାରିଟି ଓ ୟୁଜବେନ୍ଦ୍ର ଚହଲ ୧୭ ରନ ଦେଇ ତିନୋଟି ୱିକେଟ ନେଇଥିଲେ।

ସାମସନ ମ୍ୟାଚ ପରେ କହିଥିଲେ,”ଆରମ୍ଭକୁ ଦେଖି ବାସ୍ତବରେ ଏହା ଏକ ସୁନ୍ଦର ବିଜୟ ଅଟେ।୧୫ ଓଭର ପର୍ଯ୍ୟନ୍ତ ସ୍ଥିତି ଭଲ ଜଣାପଡୁନଥିଲା କିନ୍ତୁ ଶ୍ରେୟ ରିୟନ ପରାଗଙ୍କୁ ଯାଉଛି। ଆମେ ତାଙ୍କର ସମର୍ଥନ କରୁଛୁ ଓ ସେ ଦୁନିଆକୁ ଦେଖାଇଛନ୍ତିକି ସେ କେଉଁଭଳି ଵିସ୍ପୋଟକ ବ୍ୟାଟ୍ସମ୍ୟାନ ଅଟନ୍ତି”। ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି ଖରାପ ଫିଲଡିଙ୍ଗ ସହ ଶୀର୍ଷକ୍ରମରେ ଖରାପ ବ୍ୟାଟିଙ୍ଗକୁ ପରାଜୟର କାରଣ କହିଛନ୍ତି।
ମ୍ୟାନ ଅଫ ଦି ମ୍ୟାଚ ରିୟାନ ପରାଗ କହିଛନ୍ତି,”ଏହି ପ୍ରଦର୍ଶନ ସନ୍ତୋଷଜନକ ଅଟେ। ରୟାଲ୍ସ ପୂର୍ଵ ତିନିବର୍ଷ ହେବ ମୋ ଉପରେ ଭରସା ଦେଖାଇଛି। ମତେ ପ୍ରେସର ପସନ୍ଦ ଓ ମୁଁ ନିଜେ କ୍ଷମତା ଦେଖାଇବା ଓ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରୁଛି”।

ଡୁପ୍ଲେସି କହିଛନ୍ତି,”ଆମକୁ ଶୀର୍ଷକ୍ରମକୁ ନେଇ ଜଲ୍ଦି କିଛି ସମାଧାନ ବାହାର କରିବାକୁ ହେବ। ଶୀର୍ଷକ୍ରମର ୪ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ସମ୍ଭାଳିକି ଖେଳିବାକୁ ହେବ ଯାହା ଆମେ ନିରନ୍ତର ଭାବେ କରିପାରୁନାହୁଁ। ଆମେ ଆଜି ବ୍ୟାଟିଙ୍ଗ କ୍ରମରେ ପରିବର୍ତ୍ତନ କରିଥିଲୁ ଏହା ସହ ଖରାପ ଫିଲଡିଙ୍ଗର ପରିଣାମ ଆମକୁ ଭୋଗିବାକୁ ପଡିଲା”। ସେ ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ କହିଛନ୍ତି,”ମହାନ ଖେଳାଳି ଏହିପର ପରିସ୍ଥିତି ଦେଇ ଗତିକରୁଛନ୍ତି। ଆମେ ଚାହୁଁନାହୁଁକି ସେ ବାହାରେ ବସି ଖେଳା ବିଷୟରେ ଭାବନ୍ତୁ, ଏହା ଆତ୍ମବିଶ୍ୱାସର ଖେଳ ଅଟେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।