ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ

ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, outside odisha people will return back to Odisha

ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ ।

ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ଏବେ କେବଳ ଗୋଟିଏ ଚିନ୍ତା, ଘରକୁ ଫେରିବାର ଚିନ୍ତା । ଖାଇବା, ରହିବା ଯେନତେଣ ପ୍ରକାରର ହୋଇଯାଉଛି, ହେଲେ ଘରକୁ ଫେରିବା ପାଇଁ ବଡ ଚିନ୍ତା । ସ୍ଥାନୀୟ ପ୍ରଶାସନଙ୍କ ସହାୟତା  ପାଇଁ ଖାଇବା ରହିବା ମିଳିଛି । ହେଲେ ମାସେ ରୁ  ଅଧିକ ସମୟ ହେଲାଣି କାମଧନ୍ଦା ନ ଥିବାରୁ ସମସ୍ତଙ୍କୁ ଘରକୁ ଫେରିବା ଚିନ୍ତା ବଢ଼ିଯାଇଛି ।

ରାଜ୍ୟ ସରକାର ଏବେ ବାହାରେ ରହୁଥିବା ଓଡ଼ିଆବାସୀ ଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ବ୍ୟବସ୍ତା କରିଛନ୍ତି । ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି  ରାଜ୍ୟ ବାହାର ଫେରନ୍ତାଙ୍କ ପଞ୍ଜିକରଣ । ରାଜ୍ୟ ବାହାରେ ଥିବା ଓଡ଼ିଶାର ଲୋକ ନିଜ ନିଜ ଗାଁକୁ ଫେରିବା ବେଳେ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି । WWW.COVID19.ODISHA.GOV.IN । ଏହା ହେଉଛି ବାହାର ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ପଞ୍ଜିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ୱେବସାଇଟ୍ ।

ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, outside odisha people will return back to Odisha
ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ

ବାହାର ରାଜ୍ୟରେ ଫସି ରହିଥିବା ହେଉ କିମ୍ବା ନିଜ ଗାଁକୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ଓଡ଼ିଆ ଏଥିରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।

ପଞ୍ଜିକରଣ କରିବା ବାଧ୍ୟତାମୂଳକ:

ସମସ୍ତେ ଯେପରି ପଞ୍ଜିକରଣ କରିବେ, ଏହାର ତଦାରଖ ଦାୟିତ୍ୱ ସରପଞ୍ଚଙ୍କ ହାତରେ । ସମ୍ପୃକ୍ତ ବ୍ଲକର ବିଡ଼ିଓ ଏହାର ଅନୁଧ୍ୟାନ କରିବେ ।

ପଞ୍ଜିକରଣ କରିବା ପରେ ସେମାନଙ୍କୁ ନିଜ ନିଜ ଗାଁରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବ, ଯେଉଁଠି ଖାଇବା, ରହିବା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ କରାଯିବ । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ସବୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ସଚିବ ।

ନିଜେ ପଞ୍ଜିକରଣ କରିବା ହେଉ କିମ୍ବା ନିଜ ପରିବାର କିମ୍ବା ପଡ଼ୋଶୀଙ୍କ ଦ୍ୱାରା ପଞ୍ଜିକରଣ କି ଗ୍ରାମ ପଞ୍ଚାୟତ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ପଞ୍ଜିକରଣ କରିହେବ । ଏଥିପାଇଁ ପଞ୍ଚାୟତ ସ୍ତରରେ ୧୦ ଜଣିଆ କମିଟି ଗଢ଼ାହୋଇଛି । ଏହି ୧୦ଜଣଙ୍କୁ ମଧ୍ୟରୁ ବିଡ଼ିଓ ୫ ଜଣିଆ କୋର୍ କମିଟି ଗଠନ କରିବେ ଯେଉଁଥିରେ ସରପଞ୍ଚ ନୋଡ଼ାଲ ଅଫିସର ଭାବେ ଏବଂ ଆଇସିଡ଼ିଏସ୍ ସୁପରଭାଇଜର୍‌, ଗ୍ରାମ ରୋଜଗାର ସେବକ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ସଦସ୍ୟଭାବେ କାମ କରିବେ ।

ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, outside odisha people will return back to Odisha

ଅନ୍ୟ ୫ଜଣଙ୍କୁ ବ୍ୟାକ୍‌ଅପ୍ ଟିମ୍ ଭାବେ ଷ୍ଟାଣ୍ଡ ବାଏରେ ରଖାଯିବ । ସମସ୍ତ ୧୦ ଜଣଙ୍କୁ ବିଡ଼ିଓ ପ୍ରଶିକ୍ଷଣ ଦେଇଛନ୍ତି । ଏହି କମିଟି ପଞ୍ଜିକରଣର ସମସ୍ତ ଦାୟିତ୍ୱ ତୁଲାଇବେ । କମିଟି ପାଖରେ ପର୍ଯ୍ୟନ୍ତ ପରିମାଣର ପଞ୍ଜିକରଣ ଫର୍ମ ଥିବା ଏମାନେ ଫର୍ମ ପୂରଣରେ ମଧ୍ୟ ସାହାଯ୍ୟ କରିବେ ।

ଫର୍ମ ପୂରଣ ପରେ ସ୍ଥାନୀୟ ସ୍ତରରେ ଏହାର ଜାଞ୍ଚ କରି ବିଡିଓଙ୍କୁ ପଠାଇବେ । ଆସନ୍ତୁ ନଜର ପକାଇବା ଏହି ଫର୍ମ ଉପରେ ।

କାହା ଦ୍ୱାରା ଫର୍ମ ପୂରଣ ହେଉଛି ? ବାହାରେ ରହିଥିବା ଲୋକ କେଉଁ ଶ୍ରେଣୀର ?

ଦାଦନ ଶ୍ରମିକ/ ଛାତ୍ରଛାତ୍ରୀ / ପ୍ରଫେସନାଲ/ ତୀର୍ଥ ଯାତ୍ରୀ । ବାହାର ରାଜ୍ୟରେ ଥିବା ଲୋକଙ୍କ ନାମ, ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର, ଆଧାର ନମ୍ବର ସହ ଏବେ କେଉଁଠି ଅଛନ୍ତି ?

ସହର, ଜିଲ୍ଲା, ରାଜ୍ୟର ତଥ୍ୟ ସାଙ୍ଗକୁ ନିଜ ପରିବାର ସଦସ୍ୟଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସହ ଓଡ଼ିଶାରେ ନିଜର ବିସ୍ତୃତ ଠିକଣା ଦେବାକୁ ପଡ଼ିବ ।

ତେବେ ଆସନ୍ତୁ ଦେଖିବା କେଉଁ ରାଜ୍ୟ ଓ ରାଜ୍ୟ ବାହାରର କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଓଡ଼ିଆ ଅଛନ୍ତି ? 

ଓଡ଼ିଶାରେ ବାହାର ରାଜ୍ୟର ୮ଲକ୍ଷ ୫୫ ହଜାରରୁ ଅଧିକ ଲୋକେ ଅଛନ୍ତି ବୋଲି ଜଣାପଡିଛି । ଶ୍ରମ ବିଭାଗ ଦ୍ୱାରା ଖୋଲାଯାଇଥିବା ୨୪ ଘଣ୍ଟିଆ ସହାୟତା ନମ୍ବରରେ ଦିନକୁ ପ୍ରାୟ ୨୦୦ରୁ ୩୦୦ ଶହ କଲ୍‌ ଆସୁଛି । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ବାହାର ରାଜ୍ୟରେ ଥିବା ଓଡ଼ିଆ ଫେରିବେ ଓଡିଶାକୁ କେମିତି ଜାଣନ୍ତୁ, Lockdown, Boost Your Immunity System, Foods for increase Your Immune System, Nitidina, Odisha, News, outside odisha people will return back to Odisha

ପ୍ରଥମେ ଖାଦ୍ୟ, ପାନୀୟର ଅଭିଯୋଗ ଆସୁଥିଲା । ହେଲେ ଏବେ ସମସ୍ତଙ୍କୁ ଘରବାହୁଡ଼ା ଚିନ୍ତା ଘାରିଛି । ଗୃହ ବିଭାଗ ଦ୍ୱାରା ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଖବର ରଖାଯାଉଛି, ଯାହାର ଦାୟିତ୍ୱ ଯୁବ ଆଇପିଏସ୍ ଅଫିସରଙ୍କ ଉପରେ ନ୍ୟସ୍ତ କରାଯାଇଛି । ଶ୍ରମ ସଚିବ ଅନୁ ଗର୍ଗ ପ୍ରତି ମୁହୂର୍ତ୍ତରେ ଖବର ରଖିବା ସହ ଏହାର ନିୟମିତ ସମୀକ୍ଷା କରୁଛନ୍ତି ।

ବାହାର ରାଜ୍ୟରୁ ନିଜ ଗାଁକୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଘରକୁ ଯିବା ପାଇଁ ଅନୁମତି ମିଳିବ ଏବଂ ସରକାର ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବି ଦେବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *