ରେଖାଙ୍କ ପାଇଁ ଅମିତାଭ ବଚ୍ଚନ କରିଦେଇଥିଲେ ଏପରି କାମ କି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକମାନେ।

ଏହା ପ୍ରେମର ଏପରି ଅବସ୍ଥା ଥିଲା ଯାହା ଶେଷ ହବାର ନାନେଉ ନଥିଲା। କହିବାକୁତ ରେଖା ଓ ଅମିତାଭ ବଚ୍ଚନଙ୍କ ପ୍ରେମ ୮୦ ଦଶକରେ ଶେଷ ହୋଇଯାଇଥିଲା କିନ୍ତୁ ଆଜି ବି ସେହି ସବୁ କଥା ଲୋକଙ୍କ ପାଇଁ ବେସ ଆଶ୍ଚର୍ଯ୍ୟଜନକ।ବହୁତ କମ ଲୋକଙ୍କୁ ଏହା ଜଣାଅଛି କି ରେଖା କେବେବି ଅମିତାଭଙ୍କୁ ତାଙ୍କ ନାମ ଧରି ଡାକୁନଥିଲେ।  ସେ ଅମିତାଭଙ୍କ ପାଇଁ”ଇନକୋ”, “ଉନହୋନେ” ଭଳି ଶବ୍ଦ ବ୍ୟବହାର କରିଥାନ୍ତି। ଆପଣ ଜାଣିଥିବେ ଅମିତାଭ ବଚ୍ଚନ ନିଜ ଶାନ୍ତ ସ୍ୱଭାବ ପାଇଁ ଜଣାଯାଇଥାନ୍ତି କିନ୍ତୁ ଥରେ ତାଙ୍କୁ ବହୁତ ରାଗରେ ଦେଖା ଯାଇଥିଲା। ଥରେ ସେ ରେଖାଙ୍କ ପାଇଁ ନିଜ ଆପାଙ୍କୁ ହରାଇବସିଛନ୍ତି।

Google
ସୁଟିଙ୍ଗ ସମୟରେ ଆସିଥିଲା ଜୋରଦାର ରାଗ:-

ଯେବେ ଅମିତାଭ ବଚ୍ଚନ ଓ ରେଖା ଗଙ୍ଗା କି ସୌଗନ୍ଧର ସୁଟିଙ୍ଗ ପାଇଁ ଜୟପୁର ଯାଇଥିଲେ। ସେଠାରେ ଦୁହିଁଙ୍କୁ ଦେଖିବା ପାଇଁ ବହୁତ ଭିଡ ଜମାହୋଇଥିଲା।ଭିଡରେ ଥିବା ଜଣେ ବ୍ୟକ୍ତି ରେଖାଙ୍କ ଉପରେ ଖରାପ କମେଣ୍ଟ କରିବା ଆରମ୍ଭ କରିଥିଲେ। ସେହି ବ୍ୟକ୍ତିକୁ ବହୁତ ବୁଝାଇବା ପରେ ମଧ୍ୟ ସେ ମାନିନଥିଲା। ଏହା ପରେ ଏହାକୁ ନେଇ ଅମିତାଭ ବଚ୍ଚନଙ୍କୁ ବହୁତ ରାଗ ଆସିଲା ଓ ସେ ନିଜ ରାଗକୁ କଣ୍ଟ୍ରୋଲ କରିନପାରି ସେହି ବ୍ୟକ୍ତି ପାଖୁ ଯାଇ ତାକୁ ବହୁତ ମାରିଥିଲେ। ଅମିତାଭଙ୍କ ସେହି ରୂପ ଦେଖି ଉପସ୍ଥିତ ଲୋକ ବଞ୍ଚାଇବାକୁ ଆସିଲେ। ଏହି ଘଟଣା ପରେ ଅମିତାଭ ଓ ରେଖାଙ୍କ ସମ୍ପର୍କ କଥା ଚର୍ଚ୍ଚା ଧରିଲା। ୟାସରି ଉସମାନଙ୍କ ଦ୍ଵାରା ଲେଖାଯାଇଥିବା ଏକ ବହି”ରେଖା ଦ ଅନ ଟୋଲ୍ଡ ଷ୍ଟୋରି”ରେ ଏହି ବିଷୟରେ ପୁରା ତଥ୍ୟ ଦିଆଯାଇଛି।

Google
ଜୟା ଦେଇନଥିଲେ କୌଣସି ପ୍ରତିକ୍ରିୟା:-

ଯେବେ ଜୟା ବଚ୍ଚନଙ୍କ ପାଖରେ ଅମିତାଭଙ୍କ ରାଗ କଥା ପହଁଚିଲା ସେ ଶାନ୍ତ ରହିଥିଲେ ଏବଂ ଏହା ପରେ ରେଖା ଓ ଅମିତାଭ ଭି ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଲେନାହିଁ। କୁହାଯାଇଛି କି ରେଖା ଓ ଅମିତାଭଙ୍କ ସମ୍ପର୍କକୁ ନେଇ ଜୟାଙ୍କୁ ପରେ ବହୁତ ଅଶୁବିଧା ହୋଇଥିଲା।ଜଣାପଡ଼ିଛି କି ସେ ଅମିତାଭଙ୍କୁ ରେଖାଙ୍କ ସହ ଫିଲ୍ମ କରିବା ପାଇଁ ମଧ୍ୟ ମନାକରିଥିଲେ। ରେଖା ଓ ଅମିତାଭ ଏକ ସଙ୍ଗେ ଶେଷ ଫିଲ୍ମ “ସିଲସିଲା” କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *