ଅବସର ନେଇଥିବା କ୍ରିକେଟରଙ୍କ ଧାର ହୋଇନାହିଁ କମ, ସଚୀନଙ୍କ ସମେତ ଏହି ଖେଳାଳି ଜିତିନେଲେ ମନ, ଦେଖନ୍ତୁ ଭିଡିଓ।

ଯୁବରାଜ ସିଂହ, ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ଵାଗ, ୟୁସୁଫ ପଠାନ, ମହମ୍ମଦ କେଫ, ଇରଫାନ ପଠାନଙ୍କ ଭଳି ଅନେକ ପୂର୍ବ ମହାନ ଭାରତୀୟ କ୍ରିକେଟର ଆଜି ୫ ମାର୍ଚ୍ଚକୁ ଗୋଟେ ଥର ପୁଣି କ୍ରିକେଟର ଗ୍ରାଉଣ୍ଡରେ ଆକ୍ସନରେ ଦେଖାଯାଇଛନ୍ତି । ଏହି ସବୁ ଖେଳାଳି ରୋଡ଼ ସେପଟି ବିଶ୍ୱ ସିରିଜ ୨୦୨୧ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଦେଖାଦେବେ। ଏହି ଟୁର୍ଣ୍ଣାମେଣ୍ଟ ଛତିଶଗଡ଼ର ରାୟପୁରରେ ସହିଦ ନାରାୟଣ ସିଂହ ଇଣ୍ଟରନେସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ୬ ଦେଶର ଖେଳାଳି ଖେଳିବେ ଓ ଏଥିପାଇଁ ଏହି ଖେଳାଳି ମାନେ କିଛି ଦିନ ପୂର୍ଵରୁ ସେଠି ପହଁଚିକି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।

Google

କ୍ରିକେଟରୁ ରିଟାୟାର ହୋଇଥିବା ଖେଳାଳି ରାୟପୁରରେ ବହୁତ ଅଭ୍ୟାସ କରିଛନ୍ତି। ଯୁବରାଜ ସିଂହ ଓ ୟୁସୁଫ ପଠାନ ନିଜ ଅଭ୍ୟାସର ଭିଡ଼ିଓ ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବାର ନଜର ଆସିଛନ୍ତି। ଦୁଇ କ୍ରିକେଟର ଅଭ୍ୟାସ ସମୟରେ ନିଜ ପୁରୁଣା ଝଲକ ଦେଖାଇଛନ୍ତି। ଏହି ସିରଜର ପ୍ରଥମ ମ୍ୟାଚ ଇଣ୍ଡିଆ ଲିଜେଣ୍ଡସ ଓ ବଙ୍ଗଳାଦେଶ ଲିଜେଣ୍ଡସ ମଧ୍ୟରେ ଅନୁଷ୍ଠିତ ହେବ।

ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱ ଇଣ୍ଡିଆ ଲିଯେଣ୍ଡସ ତରଫରୁ ଯୁବରାଜ ସିଂହ ଖେଳୁଥିବା ଦେଖାଦେବେ।ଯୁବରାଜ ପୂର୍ବ ସଂସ୍କରଣରେ ମଧ୍ୟ ଏହି ସିରିଜ ଖେଳିଥିଲେ କିନ୍ତୁ କରୋନା ମହାମାରି ପାଇଁ ଏହି ସିରିଜକୁ ରଦ୍ଦ କରିଦିଆଯାଇଥିଲା। ପୂର୍ଵ ବର୍ଷ ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ବିରୁଦ୍ଧରେ ଯୁବରାଜ କିଛି ଖାସ ପ୍ରଦର୍ଶନ କରିପାରିନଥିଲେ କିନ୍ତୁ ଏଥର ସେ ଫର୍ମରେ ଦେଖାଯାଉଛନ୍ତି।

Google

କହିରଖବୁକି ଇଣ୍ଡିଆ ଲିଜେଣ୍ଡସ ଟିମ ତରଫରୁ ଯୁବରାଜ ସିଂହ ସବୁଠୁ ଫିଟ ଖେଳାଳି ଅଟନ୍ତି। ଏହି ୩୯ ବର୍ଷୀୟ ଅଲରାଉଣ୍ଡର ଦୁଇବର୍ଷ ହେବ କ୍ରିକେଟରୁ ସନ୍ୟାସ ନେଇଥିଲେ। ଯାହା ପରେ କିଛି ବିଦେଶୀ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଦେଖାଯାଇଥିଲେ। ଯୁବରାଜ ସିଂହ ଘରୋଇ କ୍ରିକେଟ ସୈଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ୨୦୨୧ରେ ଖେଳିବାକୁ ଚାହୁଁଥିଲେ କିନ୍ତୁ ବିସିସିଆଇ ତାଙ୍କର ଏହି ଅପିଲକୁ ଖାରଜ କରିଦେଲା। ଯୁବରାଜ ଜଣେ ବଡ ଖେଳାଳି ଅଟନ୍ତି। ସେଥିପାଇଁ ଫ୍ୟାନସ ତାଙ୍କ ଉପରେ ଭଲ ଖେଳର ଆଶା କରିଛନ୍ତି।

 

ସଚିନ ତେନ୍ଦୁଲକର ମଧ୍ୟ ନିଜର ଏକ ଅଭ୍ୟାସ କରୁଥିବା ମ୍ୟାଚ ସୋସିଆଲ ମୋଡିଆରେ ସେୟାର କରିଛନ୍ତି ଓ ଲେଖିଛନ୍ତି – ଇଣ୍ଡିଆ ପାଇଁ ଖେଳିବା ସବୁବେଳେ ରୁମ ଠିଆ ହେଲା ଭଳି ଅନୁଭବ ଅଟେ।

ଭାରତ ପାଇଁ ଲମ୍ବା ସମୟରୁ କ୍ରିକେଟ ଖେଳିବା ପରେ ପଠାନ ଭାଇ ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଲେ।ଇରଫାନ ପ୍ରେସ ଅଲରାଉଣ୍ଡର ରୂପରେ ଓ ୟୁସୁଫ ସ୍ପିନ ଅଲରାଉଣ୍ଡର ରୂପରେ ଭାରତ ତରଫରୁ ଖେଳୁଥିଲେ।ୟୁସୁଫ ଅଳ୍ପ ସମୟ ହେବ ସନ୍ୟାସ ନେଇଛନ୍ତି। ୟୁସୁଫ ମଧ୍ୟ ନିଜର ଏକ ଅଭ୍ୟାସର ଭିଡ଼ିଓ ସେୟାର କରିବାର ନଜର ଆସିଛନ୍ତି। ଯେଉଁଥିରେ କି ସେ ବଡ଼ ଶର୍ଟ ଖେଳୁଥିବା ଦେଖାଯାଇଛନ୍ତି ।

 

ଏହି ଦୁଇ ପଠାନ ଭାଇଙ୍କ ଯୋଡି ସନ୍ୟାସ ନେବା ପରେ ପୁଣି ଥରେ ଏକାସାଥିରେ ଖେଳୁଥିବାର ଦେଖାଯିବେ। ଇରଫାନ ବଡ଼ ଭାଇଙ୍କ ସହ ଟ୍ୱିଟରରେ ଦୁଇଟି ଫଟୋ ସେୟାର କରିବାର ନଜର ଆସିଛନ୍ତି। ସେଥିରେ ସେ ଲେଖିଛନ୍ତି ରିଟାୟରମେଣ୍ଟ ପରର ଫଟୋ।

ଇଣ୍ଡିଆ ଲିଜେଣ୍ଡସ:ସଚିନ ତେନ୍ଦୁଲକର(ଅଧିନାୟକ), ବିରେନ୍ଦ୍ର ସେହ୍ଵାଗ, ଯୁବରାଜ ସିଂହ, ନମନ ଓଝା,ମହମ୍ମଦ କେଫ, ୟୁସୁଫ ପଠାନ,ଜାହିର ଖାନ, ପ୍ରଜ୍ଞାନ ଓଝା, ନିୟୋଲ ଦ୍ରାଭିଡ଼, ମୁନାଫ ପଟେଲ, ମନପ୍ରିତ ଗୋନି ଓ ଇରଫାନ ପଠାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *