ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟକୁ ବଡ଼ ଝଟକା! ଅବସର ଘୋଷଣା କଲେ ଆରୋନ ଫିଞ୍ଚ

ବ୍ୟୁରୋ ରିପୋର୍ଟ: ପ୍ରତିଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଦଳ ଭାରତ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ହ୍ଵାଇଟ ବଲ କ୍ରିକେଟର ଅଧିନାୟକ ଆରୋନ ଫିଞ୍ଚ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ଯାଇଛନ୍ତି।

ତାଙ୍କର ଏହି ନିଷ୍ପତ୍ତି ଅନେଲଙ୍କୁ ଆଶ୍ଚର୍ଯ୍ୟ ପ୍ରାୟ କରି ଦେଇଥିବା ବେଳେ ସେ କହିଛନ୍ତି ଯେ, ସେ ଏହା ଜାଣିଛନ୍ତି ଯେ, ସେ ଆଗାମୀ ୨୦୨୪ ରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ଵକପ ଖେଳି ପାରିବେ ନାହିଁ। ସେ ଏକଥା ମଧ୍ୟ କହିଥିଲେ ଯେ, ଅବସର ନେବା ପାଇଁ ଏହା ଠିକ ସମୟ। ଯାହାଦ୍ୱାରା ଅଷ୍ଟ୍ରେଲିଆ ଦଳ ନିଜର ନୂଆ ରଣନୀତି ପ୍ରସ୍ତୁତ କରି ପାରିବ। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ନିଜର ଅବସର ଘୋଷଣା କରିବା ଅଷ୍ଟ୍ରେଲିଆ ଦଳକୁ ଏକ ଶକ୍ତ ଝଟକା ଦେଇଛି।

ଆରୋନ ପିଞ୍ଚ ନିଜର କ୍ରିକେଟ କ୍ୟାରିୟରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ୨୦୨୨ ସେପ୍ଟେମ୍ବର ମାସରେ ଫିଞ୍ଚ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ବେଳେ ବର୍ତ୍ତମାନ ଉଭୟ ଟେଷ୍ଟ କ୍ରିକେଟ ଏବଂ ଟି-ଟ୍ୱେଣ୍ଟି ଫର୍ମାଟରୁ ମଧ୍ୟ ଅବସର ନେଇ ଯାଇଛନ୍ତି। ସେ ନିଜ କ୍ୟାରିଅରରେ ୫ ଟି ଟେଷ୍ଟ ମ୍ୟାଚ, ୧୪୬ ଟି ଦିନିକିଆ ମ୍ୟାଚ ଏବଂ ୧୦୩ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି। ସେ ଟି-ଟ୍ୱେଣ୍ଟିରେ ୩୪.୨୮ ଔସତରେ ରନ ସଂଗ୍ରହ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ ୧୪୨ ରୁ ମଧ୍ୟ ଅଧିକ ରହିଛି।

ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ତରଫରୁ ୭୬ ଟି ଟି-ଟ୍ୱେଣ୍ଟି ମ୍ୟାଚରେ ଅଧିନାୟକତ୍ୱ କରି ସାରିଛନ୍ତି। ୨୦୧୮ ମସିହାରେ ସେ ଜିମ୍ବାୱେ ବିପକ୍ଷରେ ୭୬ ବଲରେ ୧୭୨ ରନର ଏକ ଧୂଆଁଧାର ପାରି ଖେଳିଥିଲେ। ନିଜର ଜବରଦସ୍ତ ଖେଳ ପାଇଁ ଜଣାଶୁଣା ଆରୋନ ଫିଞ୍ଚ ନିଜର ଅବସର ଘୋଷଣା କରି ନେଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ତାଙ୍କ ବିନା ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ପଡିଆକୁ ଓହ୍ଲାଇବ। ଫିଞ୍ଚ ଆଗକୁ କଣ କରିବେ , ସେ ନେଇ କିଛି ସୂଚନା ଦେଇ ନାହାନ୍ତି।

ତେବେ ପିଞ୍ଚ ଅନେକ ମ୍ୟାଚ ଖେଳିଛନ୍ତି। ସେ ଜଣେ ଅନୁଭବୀ ଖେଳାଳି ଅଟନ୍ତି। IPL ରେ ବି ସେ ଅନେକ ମ୍ୟାଚ ଖେଳିଛନ୍ତି।

Leave a Reply

Your email address will not be published. Required fields are marked *