ଗୁଜୁରାଟର କଚ୍ଛ ଜିଲ୍ଲାର ଏକ ବ୍ୟକ୍ତି ୨୦୦୮ରେ ଭୁଲରେ କଚ୍ଛ ବର୍ଡରସୀମା ପାର କରି ପାକିସ୍ତାନର ସୀମାକୁ ଚାଲିଯାଇଥିଲେ। ତାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରିନିଆଯାଇଥିଲା। ପଡୋଶୀ ଦେଶର ଜିଲ୍ଲାରେ ଲମ୍ବା ସମୟରୁ ବନ୍ଦ ରହିବା ପରେ ଶେଷରେ ସେ ଘରକୁ ପ୍ରତ୍ୟାବର୍ତ୍ତନ କଲେ।

ଗୁଜୁରାଟରୁ ସଟି ପାକିସ୍ତାନ ସୀମାରୁ ପାଖାପାଖି ୬୦ କିଲୋମିଟର ଦୂର କଚ୍ଛର ନାନା ଦିନାରା ଗ୍ରାମର ୬୦ ବର୍ଷୀୟ ଇଶ୍ମାଇଲ ୨୦୦୮ରେ ନିଜ ଘରୁ ଗାଈ ଚରାଇବା ପାଇଁ ବାହାରିଥିଲେ କିନ୍ତୁ ଆଉ ଫେରିପାରିନଥିଲେ। ସେ ଭୁଲରେ ପାକିସ୍ତାନରେ ପ୍ରବେସ କରିନେଇଥିଲେ। ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ଗୁପ୍ତଚର ଅଭିଯୋଗରେ ତାଙ୍କୁ ଜେଲରେ ବନ୍ଦୀ କରିଦିଆଯାଇଥିଲା।
ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ କୌଣସି କଥା ଜଣାପଡିନଥିଲା କିନ୍ତୁ ଅକ୍ଟୋବର ୨୦୧୭ରେ ପାଖ ଗ୍ରାମର ବାସିନ୍ଦା ରଫିଫ ପାକିସ୍ତାନରୁ ମୁକ୍ତ ହେବା ପରେ ଘରକୁ ଆସିଲେ ଓ ସେ କହିଥିଲେ କି ସେ ଓ ଇଶ୍ମାଇଲ କରାଚି ଜେଲରେ ଏକାସାଙ୍ଗରେ ଥିଲେ। ଏହା ପରେ ଅନେକ ବର୍ଷ ଇଶ୍ମାଇଲର ପରିବାର ଲୋକ ତାଙ୍କୁ ଘରକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ।
ଗୁପ୍ତଚର ଅଭିଯୋଗରେ ଇଶ୍ମାଇଲଙ୍କୁ ୨୦୧୧ରେ ପାକିସ୍ତାନର ଏକ ଅଦାଲତ ୫ ବର୍ଷର ସଜା ଶୁଣାଇଥିଲା ଓ ତାଙ୍କୁ ହାଇଦ୍ରାବାଦ ପାକିସ୍ତାନ ସେଣ୍ଟ୍ରାଲ ଜେଲରେ ବନ୍ଦୀ କରାଯାଇଥିଲା। ଅକ୍ଟୋବର ୨୦୧୬ରେ ତାଙ୍କ ସଜା ପୁରା ହୋଇଯାଇଥିଲା କିନ୍ତୁ ସେ ଚାରିବର୍ଷ ଅଧିକ ସମୟ ପର୍ଯ୍ୟନ୍ତ ପାକିସ୍ତାନର ଏକ ଡିଟେକ୍ସନ ସେଣ୍ଟରରେ ରହିଲେ କାରଣ ଭାରତୀୟ ଅଧିକାରୀଙ୍କୁ ତାଙ୍କ ରାଷ୍ଟ୍ରୀୟ ପୃଷ୍ଟି କରିବା ପାଇଁ ସମୟ ଲାଗିଗଲା।

ଏବେ ପାଖାପାଖି ୧୨ ବର୍ଷ ପରେ ଇଶ୍ମାଇଲ ଘରକୁ ଫେରିପାରିଛନ୍ତି। ଭାରତୀୟ ଉଚ୍ଚାୟୋଗ ଦ୍ଵାରା ଏକ ପତ୍ର ଦ୍ଵାରା ଇସ୍ଲାମାବାଦ ଉଚ୍ଚନ୍ୟାୟାଳୟ ର ଆଦେଶ ପରେ ୨୬ ଜାନୁଆରୀ ୨୦୨୧କୁ ତାଙ୍କୁ ଭାରତକୁ ପଠାଗଲା। ନିଜ କାହାଣୀ ଶୁଣାଇ ଇଶ୍ମାଇଲ କହିଛନ୍ତି ସେ ଗାଈ ଚରାଇବା ପାଇଁ ଯାଇଥିଲେ ଓ ଭୁଲରେ ପାକିସ୍ତାନରେ ପ୍ରବେଶ କରିଦେଇଥିଲେ କିନ୍ତୁ ତାଙ୍କୁ ସେଠାରେ ଏକ ଗୁପ୍ତଚର ଭାବି ଜେଲରେ ବନ୍ଦୀ କରିଦିଆଯାଇଥିଲା।
ସେ କହିଛନ୍ତିକି ଆଇଏସଆଇ ମତେ ୬ ମାସ ପର୍ଯ୍ୟନ୍ତ ଜେଲରେ ରଖିଥିଲେ ଓ ପରେ ମତେ ପାକିସ୍ତାନ ସେନାକୁ ଦେଇଥିଲେ। ପାଞ୍ଚ ବର୍ଷର ସଜା ଶୁଣାଯିବା ପୂର୍ବରୁ ମତେ ତିନିବର୍ଷ ରିମାଣ୍ଡରେ ରଖାଯାଇଥିଲା। ଅକ୍ଟୋବର ୨୦୧୬ରେ ମୋର ସଜା ସରିବା ପରେ ମଧ୍ୟ ମତେ ମୁକ୍ତ କରାଯାଇନଥିଲା। ୨୦୧୮ ପର୍ଯ୍ୟନ୍ତ ମୁଁ ସାତ ବର୍ଷ ହାଇଦ୍ରାବାଦ ସେଣ୍ଟ୍ରାଲ ଜେଲରେ ରହିଥିଲି। ଏହା ପରେ ମତେ ଅନ୍ୟ ଦୁଇ ଭାରତୀୟଙ୍କ ସହିତ କରାଚି ସେଣ୍ଟ୍ରାଲ ଜେଲ ପଠାଯାଇଥିଲା।

ଏହା ମଧ୍ୟରେ ଇଶ୍ମାଇଲଙ୍କ ସହିତ ପାକିସ୍ତାନ ସୁରକ୍ଷା କର୍ମୀ ବହୁତ ଖରାପ ବ୍ୟବହାର କରୁଥିଲେ। ଇଶ୍ମାଇଲଙ୍କୁ ପାକିସ୍ତାନରେ ବହୁତ ମାଡପିଟ କରାଯାଉଥିଲା କିନ୍ତୁ ୧୨ ବର୍ଷ ପରେ ଇଶ୍ମାଇଲ ଘରକୁ ଫେରିବା ପରେ ଘରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଇଶ୍ମାଇଲ କହିଛନ୍ତି ତାଙ୍କୁ କେବେ ଆଶାନଥିଲା କି ସେ ଆଉ ଭାରତ ପ୍ରତ୍ୟାବର୍ତ୍ତନ କରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।