ଫେରିଲେ ପୁରୁଣା ଯୁବରାଜ! ଲଗାତାର ଚାରିଟି ବଲରେ ଦେଖେଇଦେଲେ ଜଲବା, ଚାରିଆଡେ ଭାଇରଲ।ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଯୁବରାଜ ସିଂ ପୁଣି ଥରେ ଉନ୍ନତ ସ୍ତରର ବ୍ୟାଟିଂ ପ୍ରଦର୍ଶନ କଲେ। ରୋଡ଼ ସେଫ୍ଟି ୱାର୍ଲଡ଼ ସିରିଜରେ ସେ ଇଣ୍ଡିଆ ଲିଜେଣ୍ଡସ ତରଫରୁ ଖେଳି ଲଗାତାର ୪ଟି ବଲରେ ୪ଟି ଛକା ମାରିଲେ। ସେ ଅର୍ଦ୍ଧଶତକୀୟ ଇନିଂଗ୍ସ ଖେଳିଲେ ଆଉ ଦୁଇଟି ୱିକେଟ ବି ଅକ୍ତିଆର କଲେ। ଏହା ସହିତ ହି ସେ ଇଣ୍ଡିଆ ଲିଜେଣ୍ଡସଙ୍କ ପାଇଁ ପଞ୍ଚମ ବିଜୟ ବି ଦେଲେ। ଟିମ ମ୍ୟାଚରେ ୫୬ ରନରେ ଜିତିଲା। ଯୁବରାଜ ପ୍ଲେୟର ଅଫ ଦି ମ୍ୟାଚ ହେଲେ।

Google

ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ରାୟପୁରରେ ଖେଳା ଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ବାଛିଥିଲେ। ବିରେନ୍ଦ୍ର ସେହ୍ଵାଗ ୬ ରନ କରି ଜଲଦି ଆଉଟ ହେଲେ ଆଉ ଅଧିନାୟକ ସଚିନ (୬୦) ବହୁତ ଉନ୍ନତ ବ୍ୟାଟିଂ କଲେ। ସେ ୩୭ ବଲର ସାମ୍ନା କଲେ ଆଉ ୯ଟି ଚୌକା ତଥା ୧ଟି ଛକା ମାରିଲେ। ସଚିନ ଆଉ ବଦ୍ରିନାଥ ଦ୍ୱିତୀୟ ୱିକେଟ ପାଇଁ ୯୫ ରନର ପାର୍ଟନରଶିପ କଲେ। ଯୁବରାଜ ସିଂ ୨୨ ବଲରେ ୫୨ ରନ କରିକି ନଟ ଆଉଟ ରହିଲେ , ସେ ୨ଟି ଚୌକା ଆଉ ୬ଟି ଛକା ମାରିଲେ। ୧୮ତ୍ତମ ଓଭରରେ ସେ ଦ୍ରୁତ ବୋଲର ଜେଣ୍ଡର ଡି ବ୍ରାଉନଙ୍କୁ ଲଗାତାର ଚାରୋଟି ବଲରେ ଚାରିଟି ଛକା ମାରିଲେ। ଏସ ବଦ୍ରିନାଥ ବି ୪୨ ଆଉ ୟୁସୁଫ ପଠାନ ୨୩ ରନ କଲେ। ଇଣ୍ଡିଆ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରିକି ୨୦ ଓଭରରେ ୩ ୱିକେଟ ବିନିମୟରେ ୨୦୪ ରନ କଲେ।

Google

ଲକ୍ଷ୍ୟ ପୀଛା କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଲିଜେଣ୍ଡସଙ୍କର ଟିମର ଆରମ୍ଭ ବହୁତ ଜବରଦସ୍ତ ରହିଲା। ଅପନିଙ୍ଗ କରିବା ପାଇଁ ଆସିଥିବା ଏଣ୍ଡ୍ରିଉ ପୁଟିକ (୪୨) ଆଉ ମୋରନେ ଭୟାନ ବିକ(୪୮) ପ୍ରଥମ ୱିକେଟ ପାଇଁ ୮୭ ରନ ଯୋଡିଲେ। ମାତ୍ର ଏହାପରେ କେହି ବି ବ୍ୟାଟ୍ସମ୍ୟାନ ଭଲ ରେ ରହିକି ଖେଳି ପାରିଲେ ନାହିଁ। ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ ବିନିମୟରେ ମାତ୍ର ୧୪୮ ରନ ହିଁ କରି ପାରିଲା। ୟୁସୁଫ ପଠାନ ୩ଟି ଆଉ ଯୁବରାଜ ୨ଟି ୱିକେଟ ନେଲେ। ଦକ୍ଷିଣ ଆଫ୍ରିକା ପାଇଁ ଏହା ପାଞ୍ଚଟି ମ୍ୟାଚରେ ଦ୍ୱିତୀୟ ହାର ଅଟେ। ଅଙ୍କ ତାଲିକା କଥା କହିବା ତ ଇଣ୍ଡିଆ ଲିଜେଣ୍ଡସ ୨୦ ପଏଂଟ ସହ ଟପରେ ଅଛନ୍ତି। ଶ୍ରୀଲଙ୍କା ୧୬ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆଉ ଦକ୍ଷିଣ ଆଫ୍ରିକା ୧୨ ଅଙ୍କ ସହ ତୃତୀୟ ରାଙ୍କରେ ରହିଛନ୍ତି। ସିରିଜର ଫାଇନାଲ ୨୧ ମାର୍ଚ୍ଚକୁ ଅନୁଷ୍ଠିତ ହେବ। ପୂର୍ବ ବର୍ଷ କରୋନା କାରଣରୁ ସିରିଜ ଶେଷ ହୋଇପାରିନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *