ଦିଲ୍ଲୀ କ୍ୟାପିଟାଲସକୁ ଆଇପିଏଲ ଆରମ୍ଭ ହେବା ଆଗରୁ ତାଙ୍କର ଟିମର ତୃତୀୟ ସ୍ଥାନରେ କିଏ ଖେଳିବ ତାହା ସମାଧାନ କରିବାକୁ ହେବ। ତାଙ୍କର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଗୋଡ଼ ରେ ଆଘାତ କାରଣରୁ ଟିମରୁ ବାହାରି ଯାଇଥିଲେ। ତାଙ୍କସ୍ଥାନରେ ୨୩ବର୍ଷୀୟ ଖେଳାଳି ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରା ଯାଇଛି। ମାତ୍ର ଏହା ଏଯାଏ ଏକ ସମସ୍ୟା ହେଇକି ରହିଛି କି ୫୧୯ରନ କରିଥିବା ଏହି ବ୍ୟାଟ୍ସମ୍ୟାନଙ୍କର ଜାଗା କିଏ ପୁରାକରିବ। ଦିଲ୍ଲୀ ପାଖରେ ଏହି ସମସ୍ୟାର ସମାଧାନ କରିବା ପାଇଁ ଅନେକ ପ୍ଲେୟର ଅଛନ୍ତି। ତାଙ୍କ ପାଖରେ ଆଜିଙ୍କ୍ୟ ରାହାଣେ ଅଛନ୍ତି ଆଉ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମୀଥ ବି ଅଛନ୍ତି। ରାଜସ୍ଥାନ ରୟଲସର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲସ ୨.୨ କୋଟି ଟଙ୍କାର ବେଶ ପ୍ରାଇସରେ ପୂର୍ବ ବର୍ଷ କିଣି ଆଣିଥିଲେ। ତାଙ୍କର ହେଡ କୋଚ ରିକି ପଣ୍ଟିଙ୍ଗ ଏହା ସଫା କହିଛନ୍ତି କି ଯଦି ସ୍ମିଥଙ୍କୁ ଖେଳିବାର ମୌକା ମିଳେ ତାହେଲେ ସେ ଟପ ୩ରେ ହିଁ ନଜର ଆସିବେ।

ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ପଣ୍ଟିଙ୍ଗ କହିଲେ,” ଯେଉଁ ଟିମ ପାଇଁ ସେ ଏତେ ବର୍ଷରୁ ଖେଳିଲେ ସେହି ଟିମ ଦ୍ୱାରା ରିଲିଜ କରି ଦିଆଯିବା ପରେ ତାଙ୍କର ଭୋକ ଆହୁରି ବଢ଼ି ଯାଇଥିବ। ତେଣୁ ସେ ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବେ । ତେଣୁ ସେ ଯଦି ଖେଳିବାକୁ ଆସନ୍ତି ତାହେଲେ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ଟପ ୩ ରେ ହିଁ ଜାଗା ଦିଆଯିବ। ଆଉ ଯଦି ତାଙ୍କୁ ମୌକା ମିଳେ ତାହେଲେ ଆମେ କହିରଖୁଛୁ କି ଏହି ବର୍ଷ ଦିଲ୍ଲୀ ପାଇଁ ବହୁତ ଭଲ ଯିବାର ଅଛି।”
ପୂର୍ବ ବର୍ଷ ସାରା ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲସ ମାର୍କସ ଷ୍ଟୋଇନିସ, ଶିମରନ ହେଟମାୟାର, କାଗିସ ରବାଡ଼ା ତଥା ଆନରିଚ ନର୍ଖିଆଙ୍କୁ ଟିମରେ ଖେଳେଇ ଥିଲେ। ଏହିବର୍ଷ ଦିଲ୍ଲୀ ପାଇଁ ରବାଡ଼ା,ନର୍ଖିଆ ତଥା ଷ୍ଟୋଇନିସ ଖେଳିବା ତୟ ଅଟେ ମାତ୍ର ହେଟମୟାର ଅଥବା ସ୍ମିଥ କାହାକୁ ଖେଳାଇବେ ତାହା ହି ଏକମାତ୍ର ଚିନ୍ତା। ହେଟମୟାର ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଦ୍ରୁତ ରନ ବନେଇବାରେ ସକ୍ଷମ ଅଟନ୍ତି। ପଂଟିଂ ଏହା ସଫା ସଫା କହିନାହାନ୍ତି କି ସ୍ମିଥ ଖେଳିବେ କି ନାହିଁ ସେ ବାସ କହିଲେ,” ଯଦି ବି ସ୍ମିଥଙ୍କୁ ଖେଳିବାର ମୌକା ନ ମିଳେ ତାହେଲେ ତାଙ୍କ ଭଳି ଖେଳାଳି ଜଣେ ଟିମ ସହ ରହିବା ବହୁତ ବଡ଼ କଥା।”

ଦିଲ୍ଲୀର ପୁରା ସ୍କ୍ବାଡ଼:
ଷ୍ଟିଭ ସ୍ମିଥ,ଲଳିତ ଯାଦବ,ଆଜିଙ୍କ୍ୟ ରାହାଣେ, କ୍ରିସ ଓକ୍ସ,ଅମିତ ମିଶ୍ର, ଆବେଶ ଖାନ, ଅକ୍ଷର ପଟେଲ,ରିପଲ ପଟେଲ, ଇଶାନ୍ତ ଶର୍ମା, କାଗିସ ରବାଡ଼ା, ମାର୍କସ ଷ୍ଟୋଇନିକସ ପୃଥ୍ବୀ ଶ, ଆର ଅଶ୍ୱିନ , ଋଷଭ ପନ୍ତ(ଅଧିନାୟକ ତଥା ୱିକେଟ କିପର),ଶିମରନ ହେଟମୟାର, ଆନରିଚ ନର୍ଖିଆ, ପ୍ରଭିନ ଦୁବେ, ଟମ କରାନ , ସାମ ବିଲିଙ୍ଗସ, ଉମେଶ ୟାଦବ,ଲୁକମାନ ମେରିବାଲା ଓ ଏମ ସିଦ୍ଧାର୍ଥ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।