ଘର ଲୋକଙ୍କ ପାଇଁ ଏହି କାରଣରୁ ଚିନ୍ତାରେ ପଡିଗଲେ ଋଷଭ ପନ୍ତ, ଇରଫାନ ପଠାନ ଆସିଲେ ସାମ୍ନାକୁ,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବ୍ରିସବେନ ଟେଷ୍ଟରେ ହିରୋ ରହିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଭାରତକୁ ଫେରିଲେଣି।ଅଷ୍ଟ୍ରେଲିଆରେ ଧୂଆଁଧାର ବ୍ୟାଟିଂ କରି ପ୍ରଶଂସାର ପାତ୍ର ହୋଇଥିବା ପନ୍ତଙ୍କ ପାଇଁ ଅଚାନକ ସବୁ କିଛି ବଦଳିଗଲା।

Google

ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ବିଜୟୀ ପାରି ଖେଳିବାରୁ ଅଚନାକ ତାଙ୍କର ଫ୍ୟାନ ଫଲୋଇଙ୍ଗ ବଢିଗଲା। କିଛି ସମୟ ପର୍ଯ୍ୟନ୍ତ ନିଜ ଫର୍ମକୁ ନେଇ ସଂଘର୍ଷ କରୁଥିବା ପନ୍ତ ଟେଷ୍ଟ କ୍ରିକେଟରେ ନିଜର ଦାବିଦାରୀକୁ ଆହୁରି ମଜଭୁତ କରିସାରିଲେଣି। ତାଙ୍କୁ ଏବେ ଇଂଲଣ୍ଡ ବିରୁଦ୍ଧରେ ଘରୋଇ ମୈଦାନରେ ମ୍ୟାଚ ଖେଳିବାର ଅଛି। ହେଲେ ଏହା ପୂର୍ବରୁ ସେ ଏକ କଥାକୁ ନେଇ ଖୁବ ଚିନ୍ତାରେ ଅଛନ୍ତି।

ପନ୍ତ ନିଜର ଚିନ୍ତା ଟ୍ୱିଟରରେ କହି ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି। ସେ ଗୁରୁବାରକୁ ନିଜର ଟ୍ୱିଟର ଆକାଉଣ୍ଟରେ କହିଲେ,”ଯେବେଠୁ ଅଷ୍ଟ୍ରେଲିଆରୁ ଫେରିଛି ଘର ଲୋକ କହୁଛନ୍ତି ନୂଆ ଘର କିଣି ନିଅ ଏବେ। ଗୁଡ଼ଗାଁ ଠିକ ରହିବ?ଆଉ କେଉଁ ଅପସନ ଅଛି ତ କୁହ।”

ପନ୍ତଙ୍କ ଏହି ଟ୍ୱିଟ ପାଇଁ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଯାଇ ବହୁତ ଜାଗାର ନାମ କହିଛନ୍ତି। ଏଥିରେ ଏକ ରିପ୍ଲାଇ ପୂର୍ବ ଭାରତୀୟ ଖେଳାଳି ଇରଫାନ ପଠାନଙ୍କ ମଧ୍ୟ ଆସିଛି। ପଠାନ ମଜାକରେ କହିଛନ୍ତି,”କ୍ରିକେଟ ଗ୍ରାଉଣ୍ଡ କିଣିବା କିପରି ରହିବ?”

କହିରଖିଛୁ କି ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚରେ ପନ୍ତ ୮୯ ଅପରାଜିତ ରନ କରି ୩୨୮ ରନର ପିଛାକୁ ସହଜରେ ହାସିଲ କରିଦେଲେ । ଭାରତ ପ୍ରଥମ ଥର ଗାବାରେ ଜିତିଲା ଓ ଏହା ସହ ଦ୍ଵିତୀୟ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି ବିଜୟ ପ୍ରାପ୍ତ କଲା।

ଋଷଭ ପନ୍ତ ଟେଷ୍ଟ ସିରିଜରେ ସର୍ବାଧିକ ରନ କରିବାରେ ଭାରତୀୟ ହେଲେ। ସେ ୩ ମ୍ୟାଚର ୫ ପାରିରେ ୬୮.୫୦ ଔଷତରେ ୨୭୪ ରନ କରି ନିଜ ନାମକୁ ଟେଷ୍ଟ ଦଳରେ ଆହୁରି ମଜଭୁତ କରିଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *