ରିଷଭ ପନ୍ତଙ୍କର ଅଷ୍ଟ୍ରେଲିଆ ବିରୁଦ୍ଧରେ ଭଲ ରେକର୍ଡ ରହିଅଛି,ତାଙ୍କୁ ଋଦ୍ଧିମାନ ଶାହାଙ୍କ ସ୍ଥାନରେ ୨ୟ ଟେଷ୍ଟରେ ଚାନ୍ସ ମିଳିଛି।ସେ ଅଷ୍ଟ୍ରେଲିଆରେ ୬ ପାରିରେ ୫୪ର ଔସତରେ ୩୭୯ ରନ କରିଛନ୍ତି।

ମେଲବର୍ଣ୍ଣରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଏହି ଖାସ କ୍ଳବରେ ସାମିଲ ହୋଇଯାଇଛନ୍ତି। ପନ୍ତ ଭାରତର ପ୍ରଥମ ପାରିରେ ୪୦ ବଲରେ ୨୯ ରନ କରିଥିଲେ ଓ ଅଧିନାୟକ ରାହାଣେଙ୍କ ସହିତ ୫ମ ୱିକେଟ ପାଇଁ ୫୭ ରନର ପାର୍ଟନରସିପ କରିଥିଲେ। ଭାରତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଶେଷ ସୁଧା ରାହାଣେଙ୍କ ସୁନ୍ଦର ଶତକ କାରଣରୁ ୫ ଟି ୱିକେଟ ହରାଇ ୨୭୭ ରନ କରିଥିଲା। ରାହାଣେ ୧୦୪ ଓ ଜାଡେଜା ୪୦ ରନ କରି ବ୍ୟାଟିଙ୍ଗ କରିଥିଲେ।
ଅଷ୍ଟ୍ରେଲିଆରେ ଲଗାତର ୮ଟି ପାରିରେ ୨୫ ରୁ ଅଧିକ ରନ:
ପନ୍ତ ଅଷ୍ଟ୍ରେଲିଆରେ ପୂର୍ବ ଲଗାତର ୮ଟି ପାରିରେ ୨୫ ରୁ ଅଧିକ ରନ କରି ବୋଲି ହେମଣ୍ଡ ,ବିବିୟନ ରିଚର୍ଡସଙ୍କ ଓ ଋଷି ରୁରତିଙ୍କ ରେକର୍ଡର ବରାବରୀ କରିଛନ୍ତି। ପନ୍ତ ଅଷ୍ଟ୍ରେଲିଆରେ ପୂର୍ଵ ୮ଟି ପାରିରେ ଲଗାତର-୨୫, ୨୮, ୩୬, ୩୦,୩୯,୩୩ ,୧୫୯ ଓ ୨୯ ରନ କରିଛନ୍ତି। ତାଙ୍କୁ ମେଲବର୍ଣ୍ଣ ଟେଷ୍ଟରେ ରିଦ୍ଧିମାନ ସାହାଙ୍କ ଜାଗାରେ ସାମିଲ କରାଯାଇଛି।କିନ୍ତୁ ପନ୍ତ ପଡ଼ିଆରେ ଭଲ ଆରମ୍ଭ କରିମଧ୍ୟ ଲମ୍ବା ପାରି ଖେଳିପାରିନଥିଲେ।
ପନ୍ତଙ୍କର ଅଷ୍ଟ୍ରେଲିଆ ବିରୁଦ୍ଧରେ ଭଲ ରେକର୍ଡ ରହିଛି। ସେ ଅଷ୍ଟ୍ରେଲିଆରେ ୬ ପାରିରେ ୫୪ର ଔସତରେ ୩୭୯ ରନ କରିଛନ୍ତି।

ଭାରତ ନେଲା ୮୨ ରନର ଲିଡ଼:
ଭାରତ ପ୍ରଥମ ଦିନ ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନୀ ଓ ମହମ୍ମଦ ସିରାଜଙ୍କ ସୁନ୍ଦର ଵୋଲିଙ୍ଗ କାରଣରୁ ଅଷ୍ଟ୍ରେଲିଆକୁ ପ୍ରଥମ ପାରିରେ ମାତ୍ର ୧୯୫ ରନରେ ଅଲଆଉଟ କରିଦେଲା। ଦ୍ୱିତୀୟ ଦିନ ରାହାଣେ, ଜାଡେଜା ଓ ଶୁଭମନ ଗିଲଙ୍କ ଭଲ ବ୍ୟାଟିଙ୍ଗ କାରଣରୁ ଅଷ୍ଟ୍ରେଲିଆ ଉପରେ ଗୁରୁତ୍ୱପୂର୍ଣ୍ଣ ୮୨ ଆଗୁଆ ଅଛି।
ରାହାଣେ ନିଜ କ୍ୟାରିଅରର ୧୨ ତମ ଟେଷ୍ଟ ଶତକ ପୁରା କରିଛନ୍ତି। ସେ ଅଷ୍ଟ୍ରେଲିଆ ମାଟିରେ ଶତକ ମାରିଥିବା ପ୍ରଞ୍ଚମ ଭାରତୀୟ ଅଧିନାୟକ ହୋଇଗଲେ। ରାହାଣେ ହନୁମା ବିହାରୀ (୨୧) ଙ୍କ ସହିତ ୫୨ ,ରିଷଭ ପନ୍ତ(୨୯)ଙ୍କ ସହିତ ୫୭ ରନର ଅର୍ଦ୍ଧଶତକୀୟ ପାର୍ଟନର ସିପ କରିଥିଲେ ଯାହା ଟିମ କୁ ସାମ୍ଭାଳିବାରେ ସହାୟକ ହେଲା। ଏହା ପରେ ରାହାଣେ ଜାଡେଜାଙ୍କ ସହିତ ୧୦୪ ରନର ପାର୍ଟନରସିପ କରି ଟିମକୁ ଏକ ମଝବୁତ ସ୍ଥିତିରେ ପହଞ୍ଚାଇଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।