ରିଷଭ ପନ୍ତ ଛାଡ଼ିଲେ ସୋସିଆଲ ମିଡ଼ିଆ ଏବଂ ଦେଲେ ବଡ଼ ବୟାନ । ଜାଣନ୍ତୁ ତାଙ୍କୁ କଣ ପାଇଁ ଛାଡ଼ିବାକୁ ପଡ଼ିଲା ।

ଅଷ୍ଟ୍ରେଲିଆରେ ଚମତ୍କାର ବ୍ୟାଟିଂ କରି ପ୍ରଶଂସାର ପାତ୍ର ହୋଇଥିବା ଭାରତୀୟ ୱିକେଟ କିପର ରିଷଭ ପନ୍ତ ଏହି ଗସ୍ତ ପୂର୍ବରୁ ନିଜକୁ ଦୁନିଆ ଠାରୁ ଅଲଗା କରିଦେଇଥିଲେ ହେଲେ ସେ ସବୁଦିନ ଚିନ୍ତାରେ ରହୁଥିଲେ। କ୍ରିକେଟ ଦୁନିଆର ସର୍ବକାଳୀନ ସର୍ବଶ୍ରେଷ୍ଠ ବୋଲିଂ ବିରୁଦ୍ଧରେ ବ୍ରେସବେନ ଓ ସିଡନୀରେ ଋଷଭ ଭଲ ଖେଳି ଭାରତକୁ ୨-୧ ରେ ସିରିଜ ଜିତାଇବାରେ ମୁଖ୍ୟ ଭୂମିକା ଲିଭେଇଥିଲେ। ସିଡ୍ନୀ ସେ ୯୭ ରନ କରି ଟେଷ୍ଟ ଡ୍ର କରିବାରେ ସମର୍ଥ ହୋଇଥିଲେ ଓ ବ୍ରିସବେନରେ ଅପରାଜିତ ୮୯ ରନ କରି ଭାରତକୁ ମ୍ୟାଚ ଜିତାଇଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କ ପାଖରୁ ଏମିତି ପାରିର ଆଶା ରହିଥିଲା ହେଲେ ସେ ପୁରା କରିପାରିନଥିଲେ।

Google

ପନ୍ତ ଇଣ୍ଡିଆ ଟୁଡେରେ କହିଲେ,”ମୁଁ ସବୁଦିନ ଚିନ୍ତାରେ ଥିଲି।ଏହା ମୋର ଖେଳର ଭାଗ ଅଟେ। ଏକ ବ୍ୟକ୍ତି ହିସାବରେ ନିଜ ଉପରେ ବିଶ୍ୱାସ ରହିବ ଆବଶ୍ୟକ।”ସେ କହିଲେ ,”ଯଦି ଆପଣ ଆଗକୁ ବଢୁଛନ୍ତି ତ ଏହାର ମାନେ ଏହା କି ଆପଣ ସୁଧାର କରୁଛନ୍ତି। ଏହି କଷ୍ଟ ସମୟରେ ମୁଁ ଏହା ଶିଖିଲି। ନିଜ ଖେଳ ଉପରେ ଏମିତି ଧ୍ୟାନ କେନ୍ଦ୍ରିତ କର କି ଆଉ କିଛି ନଜର ନ ଆସିବ। ସୋସିଆଲ ମିଡ଼ିଆ ପାଇଁ ଏଥିରେ ବାଧା ଆସେ। ହେଲେ ମୁଁ ମୋ ନିଜକୁ ଏଥିରୁ ଅଲଗା କରିଦେଇଛି।”

ଏବେ କେବେଳ ନିଜ ଖେଳ ଉପରେ ଧ୍ୟାନ:ପନ୍ତ:

ପନ୍ତ କହିଛନ୍ତି କି,”ଯେତେବେଳେ ଆପଣ ଭଲ କରୁଛନ୍ତି ଲୋକେ ଭଲ ଲେଖିବେ ହେଲେ ଯେତେବେଳେ ଏପରି ହୁଏନି ଲୋକେ ସମାଲୋଚନା କରନ୍ତି। ଏହା ଆଜିକାଲି କ୍ରିକେଟ ଦୁନିଆର ଏକ ଭାଗ ଅଟେ। ଏମିତିରେ ଯଦି ଆପଣ ନିଜର ଆଲୋଚନା କଥା ଭୁଲି ନିଜ ଖେଲ ଉପରେ ଧ୍ୟାନ ଦେବେ ତେବେ ଭଲ ହେବ।”ବ୍ରେସବେନର ଚତୁର୍ଥ ଟେଷ୍ଟରେ ଯେତେବେଳେ ଟିମ ଇଣ୍ଡିଆ ୩୨୮ ରନର ପିଛା କରୁଥିଲା ସେତେବେଳେ ପନ୍ତଙ୍କ ଧର୍ଯ୍ୟ ଓ ଆକ୍ରମଣ ବ୍ୟାଟିଂରେ ଭଲ ମିଶ୍ରଣ କରି ଜିତାଇଥିଲେ। ସେ ଶୃଙ୍ଖଳାର ତୃତୀୟ ସର୍ବାଧିକ ସ୍କୋର (୩ ଟେଷ୍ଟରେ ୨୭୪) ଥିଲେ। ସେ କହିଲେ ବ୍ରିସବେନରେ ଡ୍ର ଅପେକ୍ଷା ତାଙ୍କ ପାଖରେ ଅନ୍ୟ ଉପାୟ ନଥିଲା।

Google

ପନ୍ତ କହିଲେ,”ଆମ ମାନସିକତା ସର୍ବଦା ସାଧାରଣ କ୍ରିକେଟ ଖେଳିବାର ଥିଲା ,ଟିମ ପ୍ରବନ୍ଧନ ମଧ୍ୟ ଏହି ବିଷୟରେ ରାୟ ଦେଇଥିଲେ। ଆମେ ଖରାପ ବଲର ଫାଇଦା ଉଠେଇ ରନ କରିବାକୁ ଚାହୁଁଥିଲୁ ଓ କ୍ରିଜରେ ଥାଇ ଯାହା ସମ୍ବବ ତାହା କରିଥାନ୍ତୁ। ସେ କହିଲେ,”ଟିମ ପ୍ରବନ୍ଧନର ଯୋଜନା ଜିତିବାର ଥିଲା। ମୁଁ ମଧ୍ୟ ଜିତିବା ଲକ୍ଷ୍ୟ ନେଇ ଖେଳୁଥିଲି। ମୁଁ ସବୁ ମ୍ୟାଚ ଜିତିବାକୁ ଚାହୁଁଚି। ମୋ ପାଇଁ ଡ୍ର ଦ୍ଵିତୀୟ ଉପାୟ ଅଟେ।”

୨୦୧୯ ୱାଲର୍ଡ଼ କପ ଆଶା ପୁରା କରିପାରି ନଥିଲେ ପନ୍ତ:

ସେ କହିଲେ କି ଇଂଲଣ୍ଡରେ ହୋଇଥିବା ୱାଲର୍ଡ଼ କପରେ ସେ ବହୁତ ନିରାଶ କରିଥିଲେ। ସେ କହିଲେ ଖେଳରେ ଆଗ ପଛ ହୁଏ ହେଲେ ବିଶ୍ୱକପ ମୋ ପାଇଁ ଆଗୁଆ ଥିଲା କାହିଁକିନା ଏହା ୪ ବର୍ଷରେ ଥରେ ଆସେ। ମୁଁ ବହୁତ ନିରାଶ ଥିଲି ମୋ ପାଇଁ ଏହା ବଡ଼ ମୌକା ଥିଲା ହେଲେ ମୁଁ ୩୦ ରନ କରି ଆଉଟ ହେଇଯାଉଥିଲି। ଏଥିରେ ମୋର କ୍ୟାରିୟର ପ୍ରଭାବିତ ହେଲା ଓ ମୁଁ ଖେଳ ଉପରେ ଧ୍ୟାନ ଦେବା ଆରମ୍ଭ କଲି କାହିଁକିନା ଜୀବନରେ ସୁଧାରର ମୌକା ସବୁବେଳେ ରହିଥାଏ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *