ICC ରାକିଂଙ୍ଗ:ଋଷଭ ପନ୍ତ ଦୁଇ ବର୍ଷରେ ଯେଉଁ ସ୍ଥାନରେ ପହଁଚିଲେ ତାହା ଧୋନୀ ତାଙ୍କ ପୁରା ଜୀବନ ଭିତରେ ପହଂଚିପାରି ନଥିଲେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ତାଜା ବିଶ୍ୱ ରାଙ୍କିଙ୍ଗରେ ଋଷଭ ପନ୍ତ ବ୍ୟାଟ୍ସମ୍ୟାନ ମାନଙ୍କ ସୁଚିରେ ୧୧ତମ ସ୍ଥାନକୁ ଆସି ସାରିଛନ୍ତି। ତାଙ୍କର ଏବେ ୭୧୫ ପଏଣ୍ଟ ଅଛି ଆଉ ସେ ପ୍ରଥମ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ହେଲେ ଯିଏ କି ୭୦୦ରୁ ଅଧିକ ରେଟିଂ କ୍ରସ କଲେ। ଭାରତର ମହାନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ସର୍ବାଧିକ ୬୬୨ ପଏଂଟ କ୍ରସ କରିଥିଲେ। ତାଙ୍କ ବ୍ୟତୀତ ଫାରୁକ ଇଂଜିନିଅରଙ୍କର ରେଟିଂ ୬୧୯ ଥିଲା ଆଉ ଧୋନୀଙ୍କର କ୍ୟାରିୟର ପୋଜିସନ ୧୯ତ୍ତମ ସ୍ଥାନ ଥିଲା। ୧୯୭୩ରେ ଫାରୁକ ଇଂଜିନିଅର ବି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୧୭ତମ ରେଟିଂରେ ପହଂଚି ଥିଲେ।

Google
ଲଗାତାର ଚତୁର୍ଥ ଟେଷ୍ଟରେ ଅର୍ଧଶତକ କଲେ:

ପନ୍ତ ଅଷ୍ଟ୍ରେଲିଆ ଦୋହରା ଠାରୁ ହିଁ ଫର୍ମରେ ରହିଛନ୍ତି। ସେ ସିଡ୍ନୀ ଟେଷ୍ଟ ମ୍ୟାଚରେ ୯୭ ରନର ଇନିଂସ ଖେଳିଥିଲେ ଯାହାଦ୍ୱାରା ଭାରତ ସେହି ଟେଷ୍ଟ ଡ୍ର କରିବାରେ ସକ୍ଷମ ହେଇ ଯାଇଥିଲା। ସେ ବ୍ରିସବେନ ଟେଷ୍ଟ ମ୍ୟାଚ୍ରେ ବି ୮୯ ରନ ନଟ ଆଉଟ ଇନିଂସ ଖେଳି ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ଚେନ୍ନାଇ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳା ଯାଇଥିବା ୯୧ ରନର ଇନିଂସ ଆଉ ଦ୍ୱିତୀୟ ଟେଷ୍ଟରେ ସେ ୭୭ ବଲରେ ୫୮ ନଟ ଆଉଟ ରନର ଇନିଂସ ଖେଳିଥିଲେ।

ରବି ଅଶ୍ୱିନ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ବ୍ୟାଟ ଆଉ ବଲରେ ଉନ୍ନତ ପ୍ରଦର୍ଶନ ଦ୍ୱାରା ଏବେ ଅଲ ରାଉଣ୍ଡର ମାନଙ୍କର ସୂଚୀରେ ୫ମ ରାଙ୍କରେ ପହଂଚି ଯାଇଛନ୍ତି। ସେ ଚେନ୍ନାଇ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରି ୧୦୪ ରନ ବନେଇଲେ ଆଉ ମ୍ୟାଚରେ ଆଠଟି ୱିକେଟ ଅକ୍ତିଆର କରିଥିଲେ। ଭାରତ ଏହି ମ୍ୟାଚ ୩୧୭ ରନରେ ଜିତିଗଲା। ଆର ପଟେ ଅଧିନାୟକ ବିରାଟ କୋହଲି ଏଯାଏ ବ୍ୟାଟ୍ସମ୍ୟାନ ମାନଙ୍କ ସୁଚିରେ ପଞ୍ଚମ ସ୍ଥାନରେ ଅଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ୧୬୧ ରନର ବିଧ୍ଵଂସକ ଇନିଂସ ଖେଳିବା ପରେ ରୋହିତ ଶର୍ମା ନିଜ କ୍ୟାରିୟରର ୯ଟି ସୋପାନ ଅତିକ୍ରମ କରି ୧୪ ତମ ସ୍ଥାନରେ ଅଛନ୍ତି।

Google

 

ବୋଲରଙ୍କର ସୁଚିରେ ଅଶ୍ୱିନ ୭ମ ସ୍ଥାନରେ:

ଅଲ ରାଉଣ୍ଡରଙ୍କର ସୁଚୀରେ ଆର ଅଶ୍ୱିନଙ୍କର ଏବେ ୩୩୬ ଅଙ୍କ ହେଇ ଯାଇଛି ଆଉ ସେ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ସୂଚୀରେ ୪୦୭ ଅଙ୍କ ସହିତ ୱେଷ୍ଟ ଇଣ୍ଡିଜର ଯେସନ ହୋଲଡ଼ର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଅଶ୍ୱିନଙ୍କର ସ୍ପିନ ଯୋଡିଦାର ରବୀନ୍ଦ୍ର ଜାଡେଜା ୪୦୩ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଆଉ ତା ପରେ ଇଂଲଣ୍ଡର ବେନ ଷ୍ଟୋକ୍ସ ୩୯୭ ଅଙ୍କ ସହ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ନମ୍ବର ଆସେ ବାଂଲାଦେଶର ଶାକିବ ଅଲ ହାସନଙ୍କର ଯିଏ କି ୩୫୨ ଅଙ୍କ ସହ ଏବେ ଚତୁର୍ଥ ସ୍ଥାନରେ ଅଛନ୍ତି।

ବୋଲର ମାନଙ୍କ ଲିଷ୍ଟରେ ଏହି ୩୪ ବର୍ଷୀୟ ଅଶ୍ୱିନ ୮୦୪ ରେଟିଂ ସହ ୭ମ ସ୍ଥାନରେ ଅଛନ୍ତି ଯେତେବେଳେ କି ଯଶପ୍ରୀତ ବୁମରାହ ୭୬୧ ଅଙ୍କ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ଲିଷ୍ଟରେ ୯୦୭ ରେଟିଂ ସହ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ସର୍ବୋଚ୍ଚ ସ୍ଥାନ ବଜାୟ ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *