ରାଜସ୍ତାନର କରୌଲିରେ ପୂଜାରୀଙ୍କୁ ଜୀବନ୍ତ ଜଳେଇବା ଏବଂ ତାଙ୍କର ମୃତ୍ୟ ରେ ବଲିଉଡ ଆକ୍ଟର ରିତେଶ ଦେଶମୁଖ ନିନ୍ଦା କରିଛନ୍ତି, ସେ ପୂଜାରୀଙ୍କ ପ୍ରତି ସମ୍ବେଦନାଶୀଳ ବକ୍ତବ୍ୟ କହିଛନ୍ତି। ସେ ଏହା ବି କହିଛନ୍ତି କି ଏହି ପ୍ରକାରର ଘଟଣାମାନ ଦୁନିଆକୁ ନୃଶଂସ କରିଦେଉଛି।

ବଲିଉଡ ଆକ୍ଟର ରିତେଶ ଦେଶମୁଖ ରାଜସ୍ତାନ ରେ ହେଇଥିବା ପୂଜାରୀ ଙ୍କ ହତ୍ୟା ରେ ଖରାପ ନିନ୍ଦା କରିଛନ୍ତି।ରାଜସ୍ତାନ ର କରୌଲି ଜେଲରେ ଜମି ବିବାଦକୁ ନେଇ ୫ ଜଣ ଲୋକ ଏକ ମନ୍ଦିର ର ପୂଜାରୀକୁ ଜୀବନ୍ତ ଜଳେଇଦେଇଛନ୍ତି,ଯାହାଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଗଲା।ପୁଲିସଙ୍କ କହିବା ଅନୁସାରେ କରୌଲିର ବୁକନା ଗ୍ରାମର ୫ ଜଣ ଦୋଷୀ ପୂଜାରୀଙ୍କୁ ପେଟ୍ରୋଲ ଢାଳି ବୁଧବାର ଦିନ ନିଆଁ ଲାଗେଇଦେଇଥିଲେ। ପୂଜାରୀଙ୍କର ସାଙ୍ଘାତିକ ଅବସ୍ଥାରେ ଜୟପୁରର ଏମ୍ ଏମ ଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୂଜାରୀଙ୍କ ନାମ ବାବୁ ଲାଲ ବୈଷ୍ଣବ ଥିଲା। ପୂଜାରୀଙ୍କର ମୃତ୍ୟୁରେ ରିତେଶ ଦେଶମୁଖ ବହୁତ ରାଗି ଯାଇଛନ୍ତି ଏବଂ ସେ ଟୁଇଟ ଜରିଆରେ ନିଜର ରାଗ ବାହାର କରିଛନ୍ତି।ସେ ଲେଖିଲେ,”ରାଜସ୍ଥାନରେ ଜମି ବିବାଦକୁ ନେଇ ଏକ ମନ୍ଦିରର ପୂଜାରୀଙ୍କୁ ଜୀବନ୍ତ ଜଳେଇଦେଲେ। ଏହା ଦୁଃଖଦ ପୂର୍ଣ ଏବଂ ବିସ୍ମିତ କରିବା କଥା। ଆମେ କେଉଁ ପ୍ରକାରର ନୃଶଂସ ଦୁନିଆ କରୁଛୁ। ଆଶା କରୁଛି କି ଏହି ଭୟାବହ ଘଟଣାର ଦୋଷୀମାନଙ୍କୁ ଜଲ୍ଦି ହିଁ ଗିରଫ କରାଯିବ ଏବଂ ନ୍ୟାୟ ହେବ। ଶୋକରେ ବୁଡି ରହିଥିବା ପରିବାର ପାଇଁ ସମ୍ବେଦନା।”

ମୁଖ୍ୟମନ୍ତ୍ରୀ ଦେଲେ ସିଆଇଡି- ସିବିଙ୍କୁ ଯାଞ୍ଚ କରିବାର ଆଦେଶ:-
ସେଠାରେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମନ୍ଦିରର ପୂଜାରୀଙ୍କର ହତ୍ୟାର ଯାଞ୍ଚ ସିଆଇଡି-ସିବି ଦ୍ୱାରା କରିବାର ନିର୍ଦେଶ ଦେଇଛନ୍ତି।ଗହଲେତ ଏହି ପୂରା ମାମଲାର ଯାଞ୍ଚ ସିଆଇଡି-ସିବି ର ପୋଲିସ ଅଧକ୍ଷକ ବିକାଶ ଶର୍ମା ଙ୍କର ଦେଖାଶୁଣାରେ କରିବାରେ ନିର୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଗହଲେତ କହିଛନ୍ତି କି ଏହି ଘଟଣାର ଏକ ଦିନ ପୂର୍ବରୁ ୬ ଅକ୍ଟୋବରକୁ ଜମିର ବିବାଦକୁ ନେଇ ଗ୍ରାମଲୋକଙ୍କର ଏକ ପଞ୍ଚାୟତ ବି ହୋଇଥିଲା।

ବସୁନ୍ଧରା ରାଜ୍ ବି କଲେ ନିନ୍ଦା:-
ସେଠାରେ,ଏହା ପୂର୍ବରୁ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜ୍ ବି ଟୁଇଟ କରି ଗହଲେତ ସରକାର ଉପରେ ଲକ୍ଷ କରିଥିଲେ।ସେ ଲେଖିଲେ,’ଗୋଟେ କଥା ସଫା ହେଉଛି କି ରାଜସ୍ଥାନ ରେ ଛୁଆ, ବୁଢ଼ା,ମହିଳା ,ବେପାରୀ କେହି ବି ସୁରକ୍ଷିତ ନାହାନ୍ତି’ସେ ସେହି ଘଟଣାର ନିନ୍ଦା କରୁଥିବା ବେଳେ ଗୋଟେ ପରେ ଗୋଟେ ଟୁଇଟ କରିଥିଲେ।ଯେଉଁଥିରେ ସେ ଲେଖିଲେ’କରୌଲି ‘ ଜେଲର ସପୋଟରାରେ ମନ୍ଦିରର ପୂଜାରୀଙ୍କୁ ଜୀବନ୍ତ ଜଳେଇକି ମୃତ୍ୟୁର ନାମ ଦେବାର ମାମଲାରେ ଯେତେ ନିନ୍ଦା କଲେ ବି,ଯେତେ ବି ଦୁଃଖ ଦେଖେଇଲେ ,କମ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।