ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ କଲେ ଖୁଲାସା, କହିଲେ ୮ଜୁନକୁ କଣ ପାଇଁ ସୁଶାନ୍ତଙ୍କ ଘର ଛାଡି ଥିଲେ ରିୟା ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ମୃତ୍ୟୁର କୌଣସି ସଠିକ ପ୍ରମାଣ ମିଳିପାରି ନାହିଁ।ଯେଉଁଠି ଗୋଟେ ସୁଶାନ୍ତଙ୍କ ମୃତ୍ୟୁ କୁ ନେଇ ମିଳିଥିବା ପ୍ରମାଣ ଚିନ୍ତାର ବିଷୟ ପାଲଟିଛି ଅନ୍ୟ ପଟେ କିଛି ଖୁଲାସା ଅନେକ ମହାନ ବଡ଼ ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ସୁଶାନ୍ତଙ୍କ କେସର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି କିଛି ଦିନ ପାଇଁ ଗିରଫ କରିଥିଲା ।

Google
ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ରିୟା ଦାଖଲ କରିଥିଲେ ଅଭିଯୋଗ:-

କହିରଖିବୁ କି କିଛି ଦିନ ତଳେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ନିତୁ ସିଂ ଓ ପ୍ରିୟଙ୍କା ସିଂ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେହିପରି ଏବେ ଏହି ମାମଲାରେ ରିୟାଙ୍କ ଓକିଲ ସତୀଶ ମାନସିଂଦେ ଏକ ବୟାନ ଦେଇଛନ୍ତି।ଯେଉଁଥିରେ ସେ ଏକ କଥାର ଖୁଲାସା କରିଛନ୍ତି ରିୟା କଣ ପାଇଁ ୮ ଜୁନ କୁ ସୁଶାନ୍ତ ସିଂ ରାଜପୁତଙ୍କୁ ଛାଡିକରି ଯାଇଥିଲେ?

ରିୟାଙ୍କ ଓକିଲ କହିଲେ ଏହି କଥା:-

ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ଅଭିଯୋଗ କରିଥିଲେ କି ସେ ନକଲି ପତ୍ର ଦେଖାଇ କୌଣସି ଡାକ୍ତରଙ୍କୁ ପରାମର୍ଶ ନକରି ସୁଶାନ୍ତଙ୍କୁ ଔଷଧ ଦେଇଥିଲେ। ଯାହା ପରେ ମୁମ୍ବାଇ ପୋଲିସରେ ଏହି ମାମଲାରେ ଏକ ଏଫିଡେବିଟ ବି ଫାଇଲ କରାଯାଇଥିଲା। ମିଡିଆ ଅନୁସାରେ ଦାଖଲ ଏଫିଡେବିଟ ପରେ ଓକିଲ ସତୀଶ ମାନସିଂଦେ ବି ଏହି ମାମଲାରେ ଏକ ବୟାନ ଜାରିକରିଛନ୍ତି । ମାମଲା ଦ୍ବିରେ ଧୀରେ ଜଟିଳ ହେବାକୁ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି ସୁଶାନ୍ତଙ୍କ ଭଉଣୀ ସୁଶାନ୍ତଙ୍କ ମେଣ୍ଟାଲ କଣ୍ଡିସନ ବିଷୟରେ ଜାଣିକି ବି ଭୁଲ ଔଷଧ ଦେଇଥିଲେ। ଏହା ଶୁଣି ସମସ୍ତେ ଚକିତ।

Google
ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କ ମଧ୍ୟରେ ହୋଇଥିଲା କଥାବାର୍ତ୍ତା:-

ଆଗକୁ ସେ କହିଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଦ୍ଵାରା ଦାଖଲ କରାଯାଇଥିବା ଏଫଆଇଆର ରେ ନକଲି ପ୍ରେସକ୍ରିପ୍ସନ ଅବୈଧ ରୂପରେ ସଞ୍ଚାଳନ କରିବା ଅପରାଧକୁ ନେଇ ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି। ଆଗକୁ ମଧ୍ୟ କହିଛନ୍ତି କି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଙ୍କର ରିୟାଙ୍କ ସହିତ ୮ ଜୁନକୁ ଏହି ଔଷଧ ନେଇ କଥାବାର୍ତ୍ତା ହୋଇଥିଲା ।

Google

ସେହିପରି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଏହା ଜଣାଥିଲା କି ସୁଶାନ୍ତଙ୍କୁ ଡ୍ରଗ୍ସର ଅଭ୍ୟାସ ଅଛି ଓ ତାଙ୍କ ଚିକିତ୍ସା ମୁମ୍ବାଇରେ ଚାଲୁଛି। ଏହା ଉପରେ ସତୀଶ ମାନସିଂଦେ କହିଛନ୍ତି ସୁଶାନ୍ତଙ୍କୁ ଡାକ୍ତର ତାଙ୍କ ମେଣ୍ଟାଲ ସ୍ୱାସ୍ଥ୍ୟ ପାଇଁ ଉପଦେଶ ଦେଇଥିଲେ କି ସେ ଡ୍ରଗ୍ସ ଛାଡ଼ିଦିଅନ୍ତୁ ନଚେତ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ କିନ୍ତୁ ସୁଶାନ୍ତ ଡାକ୍ତରଙ୍କ କଥା ଶୁଣିନଥିଲେ । ଯାହା ପରେ ରିୟା ୮ ଜୁନକୁ ସୁଶାନ୍ତଙ୍କ ଘର ଛାଡ଼ିକି ଚାଲିଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *