IND VS ENG: କୋହଲିଙ୍କ ଉପରେ ଏମିତି ଟ୍ୱିଟ କରି ଫସିଗଲେ ରିୟାନ ପରାଗ, ଲୋକ ରାଗରେ…

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ଏବେ ପର୍ଯ୍ୟନ୍ତ ଇଂଲଣ୍ଡ ସିରିଜରେ ଭଲସେ ଚାଲିପାରିନାହିଁ। ୫ ଟି ଟେଷ୍ଟ ମ୍ୟାଚର ସିରିଜରେ ସେ ଖରାପ ଫର୍ମ ଦେଇ ଗତିକରୁଛନ୍ତି। ତାଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଯାଇଛି। ଏହା ମଧ୍ୟରେ ରାଜସ୍ଥାନ ରୟାଲର୍ସର ଯୁବ ଅଲରାଉଣ୍ଡର ରିଆନ ପରାଗ କୋହଲିଙ୍କୁ ନେଇ ଏକ ଟ୍ୱିଟ କରି ଫସିଯାଇଛନ୍ତି। ଫ୍ୟାନ୍ସମାନେ ତାଙ୍କ ଟ୍ୱିଟକୁ ଦେଖି ରାଗିଯାଇଛନ୍ତି।

ପରାଗ ଟ୍ୱିଟ କରି କହିଛନ୍ତି ବୋତାମ ଲଗାଇ ଓ କଲର ତଳକୁ କରି ବିରାଟ କୋହଲିଙ୍କ ପାଖରେ ପୂର୍ଵଭଳି ବାଇବ ନାହିଁ।

ଏହା ପରେ ଫ୍ୟାନସଙ୍କୁ ପରାଗଙ୍କୁ ଅନେକ ପ୍ରକାର ଉପଦେଶ ଦେଉଛନ୍ତି। ଇଂଲଣ୍ଡ ସହ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାରିରେ କୋହଲି ଗୋଲଡ଼ନ ଡ଼କ ହୋଇଯାଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚର ପ୍ରଥମ ପାରିରେ ମଧ୍ୟ କୋହଲି ମାତ୍ର ୪୨ ରନ ବନେଇଛନ୍ତି, ଏହା ବି ଖରାପ ରନ ନୁହେଁ।

Google

କୋହଲି ପୂର୍ଵ ୨ ବର୍ଷ ହେବ କୌଣସି ଶତକ ଲଗାଇନାହାନ୍ତି। ଏବେ ତାଙ୍କ ଫର୍ମକୁ ନେଇ ଆଙ୍ଗୁଠି ଉଠିବାରେ ଲାଗିଲାଣି। ଏପରିକି ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଲାଣି। କିନ୍ତୁ କୋହଲିଙ୍କୁ ନେଇ ଟ୍ୱିଟ କରିବା ପରାଗଙ୍କୁ ଭାରି ପଡିଗଲା।

ଏହି ଟ୍ୱିଟ କରି ପ୍ରଶଂସକ ପରାଗଙ୍କୁ ନିଜକୁ ଆଇନାରେ ଦେଖିବା ପାଇଁ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *