ସୁଶାନ୍ତଙ୍କ କେସରେ ଶନିବାରକୁ ଏମ୍ସର ଡାକ୍ତରଙ୍କ ରିପୋର୍ଟ ପୈନଲ ସାମ୍ନାକୁ ଆସିଛି ଯେଉଁଥିରେ ସୁଶାନ୍ତଙ୍କ ହତ୍ୟା କଥାକୁ ଖଣ୍ଡନ କରାଯାଇଛି। ଏହି ରିପୋର୍ଟ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ବିକାଶ ଗୁପ୍ତା ଏକ ଇଣ୍ଟରଭିଉରେ ସୁଶାନ୍ତ ଓ ମିଡିଆ ଉପରେ ରାଗରେ ନିଜ ମତ ରଖିଥିଲେ।
ଡାକ୍ତରଙ୍କ ପୈନଲ ପରିବାର ଲୋକଙ୍କ ଦାବି କୁ କଲା ଖଣ୍ଡନ:-
ଅଖିଲ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନର ଡାକ୍ତରମାନଙ୍କ ଏକ ପୈନଲ ଶନିବାରକୁ କହିଛନ୍ତି କି ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ହୋଇନାହିଁ। ସୂତ୍ର ଅନୁସାରେ ଡାକ୍ତରଙ୍କ ପୈନଲ ସୁଶାନ୍ତଙ୍କ ପରିବାର ଲୋକ ଓ ତାଙ୍କ ଓକିଲଙ୍କ ଦାବିକୁ ଖଣ୍ଡନ କରିଛି କି ନାଁ ତାଙ୍କୁ ବିଷ ଦିଆଯାଇଛି ନା ହିଁ ତାଙ୍କ ଗଳାଦବାଯାଇ ହତ୍ୟା କରାଯାଇଛି।

ରାଗିଗଲେ ରିୟାଙ୍କ ଓକିଲ ବିକାଶ ଗୁପ୍ତା:-
ଏହା ଉପରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ବିକାଶ ଗୁପ୍ତା କହିଛନ୍ତି ସୁଶାନ୍ତଙ୍କ ପରିବାର ଲୋକ ଅଭିନେତ୍ରୀଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେଉଁଦିନ ସୁଶାନ୍ତଙ୍କର ଓକିଲ ବିକାଶ ସିଂ କହିଥିଲେ ସୁଶାନ୍ତଙ୍କର ହତ୍ୟା କରାଯାଇଛି ମୁଁ ତାଙ୍କୁ କହିଥିଲି ଏହା ପଛର କାରଣ କଣ? ପୀଡିତ ପରିବାର ଏଫ ଆଇ ଆର ଦାଖଲ କରିପାରିବେ କିନ୍ତୁ ଯାଞ୍ଚ କିପରି ହେବ ଏହାର ନିଷ୍ପତି ସେମାନେ ନେଇପାରିବେ ନାହିଁ। ଏହାର ଆଗକୁ ରିୟାଙ୍କ ଓକିଲ କହିଛନ୍ତି-
” ଏପରି ପ୍ରଥମ ଥର ନୁହେଁ କି ରିୟାଙ୍କ ଗିରଫ ସବୁ ଚ୍ୟାନେଲରେ ଦେଖାଯାଉଛି। ଇଣ୍ଟରଭିଉରେ ଉପରେ ରିୟାଙ୍କ ଓକିଲ ବିକାଶ ଗୁପ୍ତା କହିଛନ୍ତି ମିଡିଆ ଓ ସୁଶାନ୍ତଙ୍କ ପରିବାର ରିୟାଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ସୁଶାନ୍ତଙ୍କ କେସରେ ଦିଶାଙ୍କୁ ବି ଯୋଡି ଦିଆଗଲା। ତାଙ୍କ ସାକ୍ଷୀ ମାନଙ୍କୁ ଶୋ କୁ ଡ଼କାଯାଇ ତାଙ୍କ ବିୟାନ ବି ନିଆଗଲା”।

ଗତ କିଛି ଦିନ ହେଲା ଏହାର ନୂଆ ନୂଆ ତଥ୍ୟ ଆଗକୁ ଆସୁଛି। ଆଶା କରାଯାଉଛି ଯେ ଏହାର ସମାଧାନ ଶୀଘ୍ର ହେବ। ସେଥିପାଇଁ ଆମ ସହିତ ଯୋଡି ହେଇ ରୁହନ୍ତୁ ,ଆମେ ଆପଣଙ୍କୁ ସବୁ ଖବର ଜଣାଇବୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।