ଚେନ୍ନାଇ ସୁପର କିଙ୍ଗସର ନୂଆ ଓପନର ରବିନ ଉଥପା ଏବେ ବିରାଟ କୋହଲିଙ୍କର ସବୁଠୁ ବଡ଼ ରେକର୍ଡ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିବାର ଜଣା ଯାଇଛନ୍ତି। ତାଙ୍କୁ ଏହା ଆଗରୁ ରାଜସ୍ଥାନ ରୟାଲସ କିଣିଥିଲା ଆଉ ତାହା ପାଇଁ ସେ ଗୋଟେ ସଂସ୍କରଣ ଖେଳିଥିଲେ। ମାତ୍ର ଏହିବର୍ଷ ପାଇଁ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ କିଣିଛି ଆଉ ସେ ଚେନ୍ନାଇ ପାଇଁ ଏଥର ଓପନ କରିବାକୁ ଯାଉଛନ୍ତି। ତାଙ୍କର ନଜର ବିରାଟ କୋହଲି ଙ୍କର ସବୁଠୁ ବଡ଼ ରେକର୍ଡ ଭାଙ୍ଗିବା ଉପରେ ଅଛି। ସେ ଏକ ସଂସ୍କରଣରେ ସବୁଠୁ ଅଧିକ ରନ ଅଥବା ପ୍ରାୟ ୧୦୦୦ ରନ କରିବା ପ୍ରଥମ ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଛନ୍ତି। ଏହି ରେକର୍ଡରେ ସବୁଠୁ ଆଗରେ କୋହଲିଙ୍କର ନାଁ ଅଛି।

ମହେନ୍ଦ୍ର ସିଂ ଧୋନୀଙ୍କର ଚେନ୍ନାଇ ଟିମ ତାଙ୍କୁ ଏବର୍ଷ ୩କୋଟି ଟଙ୍କାରେ ଟ୍ରେଡ଼ କରିଛି। ସେ ଇଏସପି ଏନ କ୍ରୀକ ଇନ୍ଫୋ ସହ କଥା ହେଉଥିବା ବେଳେ ତାଙ୍କ ପଚାରାଗଲା,” ଆପଣ କେଉଁ ରେକର୍ଡ ଭାଙ୍ଗିବାକୁ ଚାହିଁବେ?” ତ ଏହାର ଜବାବ ରେ ଉଥପା କହିଲେ,” ମୁଁ ଆଇପିଏଲର ଗୋଟେ ସଂସ୍କରଣରେ ୧୦୦୦ ରନ କରିବା ପ୍ରଥମ ବ୍ୟାଟ୍ସମ୍ୟାନ ହେବାକୁ ଇଛା ଅଛି। ମୁଁ ନିଜକୁ ମୁସ୍କିଲରେ ରଖିବାକୁ ଚାହେଁ ଯାହାଦ୍ୱାରା କି ମୋତେ ବହୁତ କିଛି ଶିଖିବାକୁ ମିଳିବ।”
ଗୋଟେ ସଂସ୍କରଣରେ ସର୍ବାଧିକ ରନ କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଅଛି। ସେ ୨୦୧୬ ସଂସ୍କରଣରେ ୧୬ଟି ମ୍ୟାଚରୁ ୮୧.୦୬ହାରରେ ୯୭୩ ରନ ବନେଇଥିଲେ। ଏହା ଭିତରେ ତାଙ୍କର ଷ୍ଟ୍ରାଇକ ରେଟ ୧୫୨.୪ ରହିଥିଲା। ସେ ଏକ ହଜାର ରନ କରିବାରୁ ମାତ୍ର ୨୭ ରନ ଦୂରରେ ଥିଲେ। ଆରସିବି ସେଥର ଫାଇନାଲରେ ପହଂଚି ଥିଲା। ମାତ୍ର ନିଜର ପ୍ରଥମ ଟାଇଟଲ ଜିତିବାରୁ ବଞ୍ଚିତ ହେଲା। ବିରାଟ କୋହଲି ସେଥର ୭ଟି ଅର୍ଦ୍ଧଶତକ ଆଉ ୪ଟି ଶତକ ମାରିଥିଲେ।

ଚେନ୍ନାଇ ଟିମକୁ ଏଥର ଉଥପାଙ୍କ ଠାରୁ ବିସ୍ଫୋଟକ ବ୍ୟାଟିଂର ବିଶ୍ୱାସ ଅଛି। ଉଥପା ଏଥର ବହୁତ ଉନ୍ନତ ଫର୍ମରେ ଅଛନ୍ତି। ବିଜୟ ହଜାରେ ଟ୍ରଫିରେ ବି ଉଥପା ୬ଟି ମ୍ୟାଚର ୬ଟି ପାରିରେ ୩୭୭ ରନ ବନେଇଥିଲେ। ଏହା ଭିତରେ ତାଙ୍କ ରନ ହାର ଥିଲା ୭୫.୪୦ ଆଉ ତାଙ୍କ ଷ୍ଟ୍ରାଇକ ରେଟ ୧୩୧.୪ ଥିଲା। ସେ ଏହା ଭିତରେ ୩୦ଟି ଚୌକା ଆଉ ୨୩ଟି ଛକା ମାରିବାର ନଜର ଆସିଛନ୍ତି। ଉଥପା ଏଥର ୨ଟି ଶତକ ମାରିବାର ନଜର ଆସିଥିଲେ। ଏହି ବ୍ୟାଟ୍ସମ୍ୟାନ କର୍ଣ୍ଣାଟକର ହେଲେ କେରଳ ପାଇଁ ଘରୋଇ କ୍ରିକେଟ ଖେଳିବାର ନଜର ଆସୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।