୨୦୦୭ ବିଶ୍ୱକପରେ ରୋହିତ ଖେଳିଥିଲେ ମହତ୍ତ୍ୱପୂର୍ଣ୍ଣ ପାରି, ଫିନିସର ସ୍ଥାନରେ ଖେଳିଥିଲେ ମ୍ୟାଚ ୱିନିଂ ପାରି! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ଅଛି। ଟି-୨୦ ବିଶ୍ୱକପ ୧୬ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି। ଆଜିର ଦିନ ୨୪ ସେପ୍ଟେମ୍ବର ଭାରତ ପାଇଁ ଖାସ ଅଟେ। ଏହାର କାରଣ ଭାରତ ଆଜିରଦିନ ୨୦୦୭ ସେପ୍ଟେମ୍ବର ୨୪ କୁ ପ୍ରଥମ ଥର ଟି-୨୦ ବିଶ୍ୱକପ ଜିତିଥିଲା।

ସେବେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଡେବ୍ୟୁ ସିଜନରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଆଜି ମଧ୍ୟ ମନେ ଅଛି ଯୋଗୀନ୍ଦର ଶର୍ମାଙ୍କ ବଲରେ ଶ୍ରୀସାନ୍ତଙ୍କ ସେହି କ୍ୟାଚ ଓ ପାକିସ୍ତାନକୁ ହରାଇ ଭାରତ ଚମ୍ପିୟନ ହୋଇଥିଲା।

Google

ସେହି ଟି-୨୦ ବିଶ୍ୱକପ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାଭିଡଙ୍କ ପରି ଖେଳାଳି ନାମ ଫେରାଇ ନେଇଥିଲେ ଧୋନିଙ୍କ ଅଧିନାୟକତ୍ୱରେ ଯୁବ ଖେଳାଳି।ସେହି ଟି-୨୦ ବିଶ୍ୱକପରେ ଓହ୍ଲାଇଥିଲେ।

ପ୍ରଥମ ମ୍ୟାଚ ସ୍କର୍ଟଲ୍ୟାଣ୍ଡ ବିରୁଦ୍ଧରେ ଥିଲା କିନ୍ତୁ ବର୍ଷା କାରଣରୁ ସେହି ମ୍ୟାଚ ଖେଳାଯାଇପାରିନଥିଲା। ସେହି ମ୍ୟାଚରେ ରୋହିତଙ୍କୁ ମୌକା ମିଳିନଥିଲା। ରୋହିତଙ୍କୁ ଇଂଲଣ୍ଡ ବିରୁଦ୍ଧରେ ମ୍ୟାଚରେ ମୌକା ମିଳିଥିଲା ହେଲେ ବ୍ୟାଟିଙ୍ଗ ମିଳିନଥିଲା।

୨୦ ସେପ୍ଟେମ୍ବରକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମ୍ୟାଚରେ ରୋହିତଙ୍କୁ ମୌକା ମିଳିଲା ସେବେ ଭାରତର ସ୍କୋର ୬୧ରନରେ ୪ ଟି ୱିକେଟ ଥିଲା। ସେବେ ରୋହିତ ୪୦ ବଲରେ ୫୦ ରନର ଅର୍ଦ୍ଧଶତକୀୟ ପାରି ଖେଳି ଟିମର ସ୍କୋର ୧୫୦ ପାର କରିଥିଲେ। ସେ ଧୋନିଙ୍କ ସହିତ ୫ ମ ୱିକେଟ ପାଇଁ ୮୫ ରନର ପାର୍ଟନରସିପ କରିଥିଲେ।

ଆରପି ସିଂହ ଖେଳିଥିଲେ ଦମଦାର ପାରି:

ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୫ ଟି ୱିକେଟ ହରାଇ ୧୫୩ ରନ କରିଥିଲା। ଦକ୍ଷିଣ ଆଫ୍ରିକା ଲକ୍ଷ୍ୟର ପିଛା କରି ୯ ୱିକେଟ ହରାଇ ୧୧୬ ରନ କରିପାରିଲା ଓ ଭାରତ ଏହି ମ୍ୟାଚ ୩୭ ରନରେ ଜିତିଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ମାର୍କ ବାଉଚର ଓ ଏଲବି ମୋର୍କଲ ୩୬-୩୬ ରନ କରିଥିଲେ। ଭାରତ ତରଫରୁ ଆରପି ସିଂହ ୪ ଓଭରରେ ୧୩ ରନ ଦେଇ ୪ ଟି ୱିକେଟ ନେଇଥିଲେ। ସେହିପରି ହରଭଜନ ସିଂହ ଓ ଶ୍ରୀସାନ୍ତ ୨-୨ଟି ୱିକେଟ ନେଇଥିଲେ।

ସୁପର ୮ ର ଶେଷ ମ୍ୟାଚ ଭାରତ ହାରିଥିଲେ ସେମିଫାଇନାଲରେ ପହଁଚିପାରିନଥାନ୍ତା। କାରଣ ୩-୩ ଟି ମ୍ୟାଚ ପରେ ନ୍ୟୁଜିଲାଣ୍ଡ,ଦକ୍ଷିଣ ଆଫ୍ରିକା ଓ ଭାରତର ୪-୪ ଅଙ୍କ ଥିଲା। ଭଲ ରନ ରେଟ କାରଣରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ଯାଇଥିଲେ। ସେମି ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୧୫ ରନରେ ଓ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ହରାଇଥିଲା। ଶେଷରେ ଭାରତ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ହରାଇ ଆଜିର ଦିନରେ ଟି-୨୦ ବିଶ୍ୱ ଚମ୍ପିୟନ ହୋଇଥିଲା।

Leave a Reply

Your email address will not be published. Required fields are marked *