ରୋହିତ ଶର୍ମା ହରଭଜନ ସିଂଙ୍କ ଭଳି ବଲ ଫିଙ୍ଗିଲେ ଆଉ ଋଷଭ ପନ୍ତଙ୍କୁ ନେଇ କହିଲେ ଏହି କଥା,ଏବେ ସବୁ ଆଶ୍ଚର୍ଯ୍ୟ।

ଚେନ୍ନାଇ ଚେପକ ଷ୍ଟାଡିୟମରେ ବୋଲର ମାନଙ୍କ ପାଇଁ ବେସି କିଛି ସାହାଯ୍ୟ ନାହିଁ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନେ ପ୍ରଥମ ଦୁଇ ଦିନରେ ବହୁତ ଉନ୍ନତ ମାନର ବ୍ୟାଟିଂ କରିକି ୫୭୮ ରନର ବହୁତ ଉନ୍ନତ ସ୍କୋର କଲେ। ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ନିଜର ମୁଖ୍ୟ ବୋଲର ମାନଙ୍କୁ ଟିକେ ଆରାମ ଦେବା ପାଇଁ ରୋହିତ ଶର୍ମାଙ୍କୁ ବୋଲିଂ କରେଇଲେ। ବଲ ହାତକୁ ଆସିବା କ୍ଷଣି ହିଁ ରୋହିତ ବହୁତ ମଜାଳିଆ ଭାବରେ ବୋଲିଂ କରିବା ଆରମ୍ଭ କଲେ। ରୋହିତ ଶର୍ମା ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ହରଭଜନ ସିଂଙ୍କ ଭଳି ବଲ ଫିଙ୍ଗିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେଉଛି। ହରଭଜନଙ୍କର ଆକ୍ସନ କପି କରିବା ସହ ରୋହିତ ଋଷବ ପନ୍ତଙ୍କ ସହ ବି ବହୁତ ମସ୍ତି କଲେ।

Google

ରୋହିତ ଶର୍ମା ଯେତେବେଳେ ବୋଲିଂ କରୁଥିଲେ ତ ଋଷଭ ପନ୍ତ ଷ୍ଟମ୍ପ ପଛରୁ ଲଗାତାର ତାଙ୍କୁ ଉପଦେଶ ଦେଉ ଥିଲେ। ପନ୍ତଙ୍କର କଥା ଷ୍ଟମ୍ପ ମାଇକରେ ଶୁଣାଗଲା। ପନ୍ତ ରୋହିତଙ୍କୁ ତାଙ୍କର ବୋଲିଂ ଲେଙ୍ଗଥ ଛୋଟ କରିବାକୁ କହିଲେ ଆଉ ତାର ଜବାବରେ ରୋହିତ ମଜାଳିଆ ଭାବେ ଜବାବ ଦେବାକୁ ଯାଇ କହିଲେ ‘ ଅକେ ସାର’। ପ୍ରକୃତରେ ଚେନ୍ନାଇ ଟେଷ୍ଟ ଭିତରେ ରୋହିତଙ୍କ ଦ୍ଵାରା ଗୋଟେ ଭାରି ଭୁଲ ହେଇଗଲା। ରୋହିତ ସୁନ୍ଦରଙ୍କର ବଲରେ ଡମ ବେଶ ଙ୍କର ସହଜ କ୍ୟାଚ ଛାଡିଲେ। ପ୍ୟାଭିଲିଅନରେ ବସିଥିବା ବେନ ଷ୍ଟୋକସଙ୍କୁ ରୋହିତ ଶର୍ମାଙ୍କର ଏହି ଖରାପ ଫିଲ୍ଡିଂ ଉପରେ ଭରସା ହିଁ ହେଇନଥିଲା।

Google
ଜୋ ରୁଟଙ୍କର ଉନ୍ନତ ବ୍ୟାଟିଂ:

ଟିମ ଇଣ୍ଡିଆର ବୋଲର ମାନଙ୍କୁ ଚେନ୍ନାଇ ପିଚ ଉପରେ ବହୁତ ଅଧିକା ବୋଲିଂ କରିବାକୁ ପଡିଲା। ପ୍ରକୃତରେ ପିଚ ପୁରା ପଟା ଭଳି ଅଟେ ଆଉ ଇଂଲଣ୍ଡ ବହୁତ ଉନ୍ନତ ବ୍ୟାଟିଂ ବି କଲା। ଖାସ କରି ଅଧିନାୟକ ଜୋ ରୁଟ ବହୁତ ଉନ୍ନତ ଦ୍ଵିଶତକ ଲଗେଇଲେ। ଜୋ ରୁଟ ୩ଟି ମ୍ୟାଚରେ ଦ୍ୱିତୀୟ ଦ୍ଵିଶତକ ଲଗାଉ ଲଗାଉ ପ୍ରାୟ ୨୧୮ ରନ ବନେଇଲେ। ରୁଟଙ୍କ ବ୍ୟତୀତ ବେନ ଷ୍ଟୋକସବି ବହୁତ ଉନ୍ନତ ମାନର ୮୨ ରନ ଇନିଂସ ଖେଳିଲେ। ପ୍ରଥମ ଦିନରେ ଡମ ଶିବଲୀ ବି ୮୭ ରନର ଉନ୍ନତ ଇନିଂସ ଖେଳି ଥିଲେ। ଚା ବ୍ରେକ ପରେ ଭାରତୀୟ ବୋଲର ମାନେ ବହୁତ ଭଲ ବୋଲିଂ କଲେ। ଅଶ୍ୱିନ ୩୪ ରନ ବନେଇଥିବା ଓଲି ପୋପଙ୍କୁ ଆଉଟ କଲେ। ଶହବାଜ ନଦୀମ ବି ଜୋ ରୁଟଙ୍କର ୱିକେଟ ଅକ୍ତିଆର କଲେ। ଏହାପରେ ଇଶାନ୍ତ ଶର୍ମା ବି ଲଗାତାର ଦୁଇଟି ବଲରେ ଜୋସ ବଟଲର ଆଉ ଜୋଫ୍ରା ଆରଚରଙ୍କୁ ଆଉଟ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *