ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ବିତୀୟ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଅଛି। ଭାରତ ପକ୍ଷରୁ ହିଟ ମ୍ୟାନ ରୋହିତ ଶର୍ମା ଶତକ ଲଗେଇଲେ। ସେ ତାଙ୍କ କ୍ୟାରିୟରର ସପ୍ତମ ଶତକ ଲଗେଇ ୧୬୧ ରନର ପାରି ଖେଳିଲେ। ସେ ୭ ଟି ଯାକ ଶତକ ଭାରତରେ ଲଗେଇଛନ୍ତି ଓ ବିଦେଶରେ ଶତକ ନ ଲଗେଇ ଭାରତୀୟ ଭାବରେ ସେ ଭାରତରେ ଅଧିକ ଶତକ ଲଗେଇବା ବ୍ୟାଟ୍ସମ୍ୟାନ ଭାବେ ପରିଣତ ହୋଇଗଲେ।

ସେ ପୂର୍ବ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଧିନଙ୍କ ଭାରତରେ ୬ ଶତକ ଲଗେଇବାର ରେକର୍ଡ଼ ମଧ୍ୟ ଭାଙ୍ଗିଦେଇଛନ୍ତି। ଏହା ସହ ସେ ଆଉ ଏକ କୀର୍ତ୍ତିମାନ କରିଛନ୍ତି। ସେ ୱେଷ୍ଟଇଣ୍ଡିଜ,ଶ୍ରୀଲଙ୍କା,ସାଉଥ ଆଫ୍ରିକା ଓ ଇଂଲଣ୍ଡ ବିରୁଦ୍ଧରେ ତିନି ଫର୍ମାଟରେ ଶତକ ଲଗେଇବାର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ। ରୋହିତ ପୂର୍ଵ ୯ ମ୍ୟାଚ ମଧ୍ୟରୁ ୪ ମ୍ୟାଚରେ ଶତକ ଲଗେଇଛନ୍ତି। ସେ ପୂର୍ବ ଶତକ ଅକ୍ଟୋବର ୨୦୧୯ ରେ ସାଉଥ ଆଫ୍ରିକା ବିରୁଦ୍ଧରେ ରାଞ୍ଚିରେ ଲଗେଇଥିଲେ। ଚେନ୍ନାଇରେ ଏହା ତାଙ୍କର ପ୍ରଥମ ଶତକ।
ରୋହିତ ଚତୁର୍ଥ ଥର ଟେଷ୍ଟରେ ୧୫୦ ରୁ ଅଧିକ ରନ କଲେ।ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ରାଞ୍ଚିରେ ୨୦୧୯-୨୦ରେ ୨୧୨ ରନ ବନେଇଥିଲେ। ୨୦୧୩-୧୪ ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କୋଲକାତାରେ ୧୭୭ ରନ କରିଥିଲେ । ୨୦୧୯-୨୦ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବିଶାଖାପାଟାନାରେ ୧୭୬ ରନ କରିଥିଲେ। ରୋହିତ ଶର୍ମା ଚତୁର୍ଥ ୱିକେଟ ପାଇଁ ରାହାଣେଙ୍କ ସହ ମିଶି ୧୬୨ ରନ ପାର୍ଟନରସିପ କରିଥିଲେ। ସେ ୨୩୧ ବଲ ଖେଳି ୮ ଚୋୖକା ଓ ୨ ଛକା ମାରିବାର ନଜର ଆସିଥିଲେ। ଜ୍ୟାକ ଲିଚଙ୍କ ବଲରେ ସେ ମୋଇନ ଅଲ୍ଲୀ ହାତରେ କ୍ୟାଚ ଆଉଟ ହୋଇଥିଲେ।

ରାହାଣେ ୧୪୯ ବଲରେ ୬୭ ରନ କଲେ। ସେ ୯ ଟି ଚୋୖକା ମାରିଲେ। ମୋଇନ ଅଲ୍ଲୀ ତାଙ୍କୁ ବୋଲଡ଼ କଲେ। ଋଷଭ ପନ୍ତ ଏବେ ୩୩ ରନ କରି ଅପରାଜିତ ଅଛନ୍ତି । ଅଶ୍ୱିନ ୧୩ ରନ କରି ଜୋ ରୁଟଙ୍କ ବଲରେ ପୋପଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ବିରାଟ କୋହଲି ଓ ଶୁଭମାନ ଗିଲ ବିନା ସ୍କୋରରେ ଆଉଟ ହେଲେ। ଶୁଭମାନ ଗିଲଙ୍କୁ ଆଲି ଷ୍ଟୋନ ଏଲବିଡବ୍ଲୁ କଲେ। ପୂଜାରା ୨୧ ରନ କରି ଜ୍ୟାକ ଲିକ ବଲରେ ବେନ୍ ଷ୍ଟୋକସଙ୍କ ହାତରେ କ୍ୟାଚ ଆଉଟ ହୋଇଗଲେ। ବିରାଟ ଶୂନ୍ୟ ରନ କରି ମୋଇନ ଅଲ୍ଲୀଙ୍କ ଦ୍ୱାରା ବୋଲଡ଼ ହୋଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।