ରୋହିତ ଶର୍ମା ନିଜର ବିବାହର ୨ୟ ବାର୍ଷିକ ଏମିତି ଭାବରେ ମନାଇଥିଲେ, ଦେଖନ୍ତୁ ଏହି ଖାସ ରିପୋର୍ଟରେ ।

ଭାରତୀୟ ଓପ୍ନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ପାଇଁ ଡିସେମ୍ବର ୧୩ ବହୁତ ଖାସ ଦିନ ଅଟେ। ପାଞ୍ଚ ବର୍ଷ ପୂର୍ଵ ଏହି ଦିନରେ ତାଙ୍କୁ ରିତିକାଙ୍କ ଭଳି ଜୀବନସାଥୀ ମିଳିଥିଲା ଓ ଏହି ଦିନ ସେ ମଧ୍ୟ ତୃତୀୟ ଦ୍ଵିଶତକ ମାରି ଇତିହାସ ରଚିଥିଲେ। ରୋହିତ ଓ ରିତିକା ୨୦୧୫ ରେ ବିବାହ କରିଥିଲେ। ଏହାପରେ ମୋହଲି ଠାରେ ୨୦୧୭ରେ ଶ୍ରୀଲଙ୍କା ବିରୁଦ୍ଧରେ ଦ୍ଵିଶତକ ଲଗେଇ ନିଜର ଦ୍ଵିତୀୟ ବାର୍ଷିକୀ ଭଲ ଭାବରେ ମନାଇଥିଲେ।

Google
୨୫ ବଲରେ କରିଦେଲେ ୧୨୪ ରନ:-

୨୦୧୭ ଶ୍ରୀଲଙ୍କା ବିରୁଦ୍ଧରେ ମୋହଲି ଦିନିକିଆରେ କାର୍ଯ୍ୟବାହକ ଅଧିନାୟକ ରୋହିତ ନିଜର ତୃତୀୟ ଦ୍ବିଶତକ ଲଗେଇ ଇତିହାସ ରଚିଥିଲେ। ସେ ଅପରାଜିତ ୨୦୮ ରନ କରିଥିଲେ ଓ ଭାରତ ୪ ୱିକେଟ ବିନିମୟରେ ୩୯୨ ରନ କରିଥିଲେ। ଉତ୍ତରରେ ଶ୍ରୀଲଙ୍କା ଦଳ ୮ ୱିକେଟ ହରାଇ ୨୫୧ ରନ କରିପାରିଲା ଓ ୧୪୧ ରନରେ ହାରିଲା।

Google

ରୋହିତ ଏହି ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ୧୫୩ ରନରେ ୨୦୮ ରନ କରିଦେଲେ। ସେ ୧୨୪ ରନ କେବଳ ୨୫ ଟି ବଲରେ କରିଦେଲେ । ସେ ୧୩ ଚୋୖକା ଓ ୧୨ ଛକା ଲଗେଇଥିଲେ। ଏହା ପୂର୍ବରୁ ରୋହିତ ୨୦୧୪ ରେ ଶ୍ରୀଲଙ୍କା ବିରୁଦ୍ଧ ୱାଣ୍ଡେ ମ୍ୟାଚରେ ୨୬୪ ରନର ନିଜର ପାଳି ଖେଳିଥିଲେ। ଏହା ପୂର୍ବରୁ ୨୦୧୩ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜର ପ୍ରଥମ ଦ୍ବିଶତକ (୨୦୯) ଲଗେଇଥିଲେ।

୬ ବର୍ଷ ପର୍ଯ୍ୟନ୍ତ କରିଥିଲେ ଡେଟିଂ:

ରୋହିତ ଓ ରିତିକା ୬ ବର୍ଷ ଉଭୟଙ୍କୁ ଡେଟିଂ କରି ଡିସେମ୍ବର ୧୩, ୨୦୧୫ ରେ ବିବାହ କରିଥିଲେ । ରୋହିତ ଅଲଗା ପ୍ରକାରରେ ରିତିକାଙ୍କୁ ପ୍ରପୋଜ କରିଥିଲେ। ରୋହିତ ରିତିକାକୁ ବୋରିବଳି ସ୍ପୋର୍ଟସ କ୍ଲବ ନେଇ ଯାଇଥିଲେ। ଏହି ଜାଗାରେ ରୋହିତ ପ୍ରଥମ ଥର ୧୧ ବର୍ଷରେ ବ୍ୟାଟ ହାତରେ ଧରିଥିଲେ। ଏହି ଜାଗାରେ ରୋହିତ ଆଣ୍ଠେଇ ରିତିକାଙ୍କୁ ରିଙ୍ଗ ପିନ୍ଧେଇଥିଲେ।

rohit sharma, ritika sajdeh, rohit sharma double-century, रोहित शर्मा, रितिका सजदेह
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *