IND VS ENG: ରୋହିତ ଶର୍ମା ରଚିଲେ ଇତିହାସ, ଏହି ରେକର୍ଡ କରିବାରେ ବନିଲେ ୩ୟ ଖେଳାଳି।

ଅହମ୍ମଦାବାଦ ନୂଆ ହୋଇଥିବା ମୋଟେରା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ତୃତୀୟ ଓ ପ୍ରଥମ ପିଙ୍କ ବଲ ଟେଷ୍ଟ ଖେଳାଯାଉଅଛି। ପ୍ରଥମ ଦିନ ଇଂଲଣ୍ଡ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କିନ୍ତୁ ମାତ୍ର ୧୧୨ ରନରେ ଅଟକିଯାଇଥିଲା। ଭାରତ ପାଇଁ ଅକ୍ଷର ପଟେଲ ୬ ଟି ଓ ଅଶ୍ୱିନୀ ୩ ୱିକେଟ ଅକ୍ତିଆର କରିଛନ୍ତି। ଅକ୍ଷର ପିଙ୍କ ବଲ ଟେଷ୍ଟରେ ପାଞ୍ଚଟି ୱିକେଟ ନେଇଥିବା ପ୍ରଥମ ଭାରତୀୟ ସ୍ପିନର ଅଟନ୍ତି। ବୋଲିଙ୍ଗରେ ଅକ୍ଷର ଓ ବ୍ୟାଟିଙ୍ଗରେ ରୋହିତ ଶର୍ମା ଏକ ନୂତନରେକର୍ଡ ନିଜ ନାମରେ କରିଛନ୍ତି। ସେ ଘରେ ଇଣ୍ଟରନେସନାଲ କ୍ରିକେଟରେ ୬ ହଜାର ରନ ପୁରା କରିଛନ୍ତି। ସେ ଏପରି କରିଥିବା ୯ ତମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କ ପୂର୍ବରୁ ସଚିନ ଟେନ୍ଦୁଲକର (୧୪୧୯୨), ବିରାଟ କୋହଲି(୯୬୮୮*), ମହେନ୍ଦ୍ର ସିଂହ ଧୋନି(୭୫୭୫), ମହମ୍ମଦ ଅଝହରଉଦିନ(୬୫୭୫), ସୌରଭ ଗାଙ୍ଗୁଲି(୬୪୧୦), ସୁନୀଲ ଗାଭାସ୍କର(୬୨୫୯) ଏପରି କୀର୍ତ୍ତିମାନ କରିସାରିଛନ୍ତି।

Google

ଏହା ଛଡା ରୋହିତ ଆଉଏକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ସେ ତିନୋଟି ଯାକ ଫର୍ମାଟରେ ୨୫୦୦ ରନ ପୁରା କରିଥିବା ତୃତୀୟ ଖେଳାଳି ହୋଇଯାଇଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଓ ମାର୍ଟିନ ଗପଟିଲ ଏପରି କରିସାରିଛନ୍ତି।ରୋହିତ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପରେ ମଧ୍ୟ ଏକ ହଜାର ରନର ପାଖରେ ପହଁଚିଗଲେଣି। ସେ ୧୦ ଟି ମ୍ୟାଚରେ ୯୦୦ ରୁ ଅଧିକ ରନ କରିସାରିଲେଣି। ଭାରତ ପାଇଁ ଅଜିଙ୍କ୍ୟ ରାହାଣେ ମଧ୍ୟ ଏକ ହଜାର ରନ କରିଥିବା ଭାରତୀୟ ଅଟନ୍ତି। ସେ ଏବେ ପର୍ଯ୍ୟନ୍ତ ୧୦୬୧ ରନ କରିସାରିଲେଣି।ରୋହିତ ଡବ୍ଲୁଟିସିରେ ୧୦ ଟି ମ୍ୟାଚ ଖେଳିଛନ୍ତି।ଏତିକିରେ ଚାରିଟି ଶତକ ଓ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି।

ରୋହିତ ଏହି ସିରିଜରେ ସବୁଠୁ ଅଧିକ ରନ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ:

ରୋହିତ ଇଂଲଣ୍ଡ ସହ ମଧ୍ୟ ଏହି ସିରିଜରେ ସବୁଠୁ ଅଧିକ ରନ କରିଥିବା ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ସେ ତିନୋଟି ଟେଷ୍ଟରେ ଏବେ ପର୍ଯ୍ୟନ୍ତ ୨୩୮ ରନ କରିସାରିଲେଣି। ସେ ଏହି ସିରିଜରେ ଗୋଟେ ଶତକ ମଧ୍ୟ ଲଗାଇସାରିଲେଣି। ସେ ଇଂଲଣ୍ଡ ସହ ଚେନ୍ନାଇରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୧୬୧ ରନର ପାରି ଖେଳିଥିଲେ। ଇଂଲଣ୍ଡର ଅଧିନାୟକ ଜୋ ରୁଟ ଏହି ସିରିଜରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ତିନୋଟି ମ୍ୟାଚରେ ଏବେ ପର୍ଯ୍ୟନ୍ତ ୩୧୪ ରନ ବନେଇଛନ୍ତି। ସେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ଦ୍ୱିତୀୟ ଶତକ ମାରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *