IND VS ENG:ରୋହିତ ଶର୍ମା ପ୍ରଥମ ବଲରେ ଛକା ମାରି ରଚିଲେ ଇତିହାସ। ଚାରିଆଡେ ହେଉଛି ଚର୍ଚ୍ଚା।

ଭାରତ ଏବଂ ଇଂଲଣ୍ଡର ମଧ୍ୟରେ ଚତୁର୍ଥ ଟି୨୦ ମ୍ୟାଚରେ ଭାରତର ଆରମ୍ଭ ବହୁତ ଧମାକାଦାର ରହିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରେ ଛକା ଲଗାଇ ଦଳର ଖାତା ଖୋଲିଲେ। ଇଂଲଣ୍ଡ ପ୍ରଥମ ଓଭର ଆଦିଲ ରସିଦଙ୍କୁ ଦେଇଥିଲା ଓ ସେ ପ୍ରଥମ ବଲରେ ଗୁଗଲି ପକାଇଲେ। କିନ୍ତୁ ରୋହିତ ଶର୍ମା ବଲକୁ ତୁରନ୍ତ ପଢ଼ିନେଲେ ଓ ତାକୁ ବାଉନଡ୍ରି ଲାଇନ ବହାରକୁ ପକାଇଲେ।

Google

ପ୍ରଥମ ବଲରେ ଛକା ଲଗାଇ ରୋହିତ ଶର୍ମା ଇତିହାସ ରଚିଲେ। ରୋହିତ ଶର୍ମା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ ଯିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚର ପ୍ରଥମ ବଲରେ ଛକା ମାରିଲେ। ଯଦିଓ ରୋହିତ ଶର୍ମା ଭଲ ଆରମ୍ଭକୁ ବଡ ସ୍କୋରରେ ପରିବର୍ତ୍ତନ କରିପାରିଲେ ନାହିଁ।ରୋହିତ ଶର୍ମା ୧୨ଟି ବଲରେ ୧୨ ରନ କରିପାରିଲେ।ରୋହିତ ଶର୍ମାଙ୍କୁ ଜୋଫ୍ରା ଆର୍ଚର ନିଜ ବଲରେ କ୍ୟାଚ ଧରି ଆଉଟ କଲେ।

ଭାରତୀୟ ଦଳର ଟପ ଅର୍ଡର ବିଫଳ: ଚତୁର୍ଥ ଟି୨୦ ମ୍ୟାଚରେ ମଧ୍ୟ ଭାରତୀୟ ଦଳ ବିଫଳ ରହିଲେ। କେଏଲ ରାହୁଲ ଲଗାତାର ଚତୁର୍ଥ ମ୍ୟାଚରେ ବିଫଳ ରହିଲେ। ରାହୁଲ ୧୭ଟି ବଲରେ କେବଳ ୧୪ରନ ହିଁ କରିପାରିଲେ। ତାଙ୍କୁ ବେନ ଷ୍ଟୋକସ ଆଉଟ କଲେ। ଏହା ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ବହୁତ ଖରାପ ସଟ ଖେଳି ନିଜ ୱିକେଟ ହରାଇଲେ। ବିରାଟ କୋହଲି ଲେଗ ସ୍ପିନର ଆଦିଲ ରସିଦ ଆଉଟ କଲେ। ସିରିଜରେ ଦ୍ୱିତୀୟ ଥର ରସିଦ ବିରାଟ କୋହଲିଙ୍କୁ ନିଜର ଶିକାର ବନାଇଲେ। ରସିଦ ମୋଟ ୮ଥର ବିରାଟ କୋହଲିଙ୍କ ୱିକେଟ ଅକ୍ତିଆରଛନ୍ତି। କୋହଲି ୫ଟି ବଲରେ ୧ରନ କରି ପାରିଲେ।ଟି୨୦ ଅନ୍ତର୍ଜାତୀୟରେ ବିରାଟ କୋହଲି ପ୍ରଥମ ଥର ଷ୍ଟମ୍ପ ଆଉଟ ହେଲେ। ଯଦିଓ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ପାଖାପାଖି ୨୮ ବଲରେ ଅର୍ଦ୍ଧଶତକ ଲଗେଇଲେ ନିଜକୁ ସାବ୍ୟସ୍ତ କଲେ।

Google

ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଦୁଇଟି ଚେଞ୍ଜ: ବିରାଟ କୋହଲି ଚତୁର୍ଥ ଟି୨୦ ପାଇଁ ଚୂଡ଼ାନ୍ତ ଏକାଦଶରେ ଦୁଇଟି ବଡ ଚେଞ୍ଜ କରିବାର ନଜର ଆସିଥିଲେ। ଇଶାନ କିଷାନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଜାଗା ରାହୁଲ ଚାହର ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମୌକା ଦିଆଗଲା। ଇଶାନ କିଷାନ ଆଘାତ କାରଣରୁ ଦଳରୁ ବାହାର ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *