ରୋହିତ ଶର୍ମା ଭାରତରେ ୨୦୦ଟି ଅନ୍ତଃରାଷ୍ଟ୍ରୀୟ ଛକା ଲଗାଇଥିବା ଦୁନିଆର ପ୍ରଥମ କ୍ରିକେଟର ହୋଇଗଲେ। ସେ ଇଂଲଣ୍ଡ ବିରୁଦ୍ଧରେ ଚାରୋଟି ମ୍ୟାଚର ସିରିଜର ଦ୍ୱିତୀୟ ଟେଷ୍ଟରେ ଏହି ଉପଲବ୍ଧି ନିଜ ନାମରେ କଲେ। ଏତିକି ନୁହେଁ, ରୋହିତ ଶର୍ମା ଆଇସିସି ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପରେ ମଧ୍ୟ ସବୁଠାରୁ ଅଧିକ ଶତକ ଲଗାଇଥିବା ଭାରତୀୟ ହୋଇଯାଇଛନ୍ତି। ସେ ଏହି ମାମଲାରେ ଇଣ୍ଡିଆ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ମୟଙ୍କ ଅଗ୍ରୱାଲଙ୍କୁ ପଛରେ ପକାଇଲେ।

ରୋହିତ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପରେ ସବୁଠୁ ଅଧିକ ଶତକ ଲଗାଇବା ମାମଲାରେ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥ, ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକସ୍ ଓ ପାକିସ୍ତାନର ବାବର ଆଜାମଙ୍କ ସହ ସଂଯୁକ୍ତ ରୂପରେ ଦ୍ୱିତୀୟ ସ୍ଥାନରେ ପହଁଞ୍ଚି ଯାଇଛନ୍ତି। ଏହି ସମସ୍ତ ବ୍ୟାଟ୍ସମ୍ୟାନ୍ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପରେ ୪-୪ ଶତକ ଲଗାଇସାରିଛନ୍ତି। ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ,ଇଂଲଣ୍ଡର ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ,ପାକିସ୍ତାନର ଶାନ୍ ମସୁଦ, ଅଷ୍ଟ୍ରେଲିଆର ଓପନର ଡେଭିଡ ୱାରନର,ନ୍ୟୁଜଲ୍ୟାଣ୍ଡର ଅଧିନାୟକ କେନ ଉଇଲିୟମ ସନ ୩-୩ ଶତକ ଲଗାଇ ସଂଯୁକ୍ତ ରୂପରେ ତୃତୀୟ ନମ୍ବରରେ ସ୍ଥାନିତ।
Applause from the Chepauk crowd ?
Dressing room on its feet ?
A congratulatory hug from Ajinkya Rahane ?Appreciation from all round for @ImRo45 as he completes a fine hundred in tough conditions. ?? @Paytm #INDvENG #TeamIndia
Follow the match ? https://t.co/Hr7Zk2kjNC pic.twitter.com/nWmQfH5Xem
— BCCI (@BCCI) February 13, 2021
ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପରେ ସବୁଠାରୁ ଅଧିକ ଶତକ ଲଗାଇ ଥିବା ମାମଲାରେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ମାର୍ଣ୍ଣସ୍ ଲାବୁସେନ ଅଛନ୍ତି। ସେ ଏ ପର୍ଯ୍ୟନ୍ତ ୫ଟି ଶତକ ଲଗାଇଛନ୍ତି। ମାର୍ଣ୍ଣସ୍ ଲାବୁସେନ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପରେ ସବୁଠାରୁ ଅଧିକ ରନ କରିଥିବା ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ସେ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚର ୨୩ଟି ପାଳିରେ ୧୬୭୫ରନ ବନେଇଛନ୍ତି।
ରୋହିତ ଶର୍ମା ଭାରତରେ ସବୁଠାରୁ ଅଧିକ ଅନ୍ତଃରାଷ୍ଟ୍ରୀୟ ଛକା ଲଗାଇବା ମାମଲାରେ ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି।ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୧୮ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚର ୧୨୩ଟି ପାଳିରେ ୨୦୦ ଛକା ଲଗାଇଛନ୍ତି। ରୋହିତ ୫୫.୭୦ର ଔଷତରେ ଏ ପର୍ଯ୍ୟନ୍ତ ୫୯୬୦ ଅନ୍ତଃରାଷ୍ଟ୍ରୀୟ ରନ କରିସାରିଛନ୍ତି। ଏଥିରେ ତାଙ୍କର ମୋଟ ୨୧ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ସାମିଲ ଅଛି। ସେ ଏବେ ଯାଏ ୧୬ଥର ନଟଆଉଟ ରହିଛନ୍ତି।

ଭାରତର ସବୁଠାରୁ ଅଧିକ ଅନ୍ତଃରାଷ୍ଟ୍ରୀୟ ଛକା ଲଗାଇଥିବା ମାମଲାରେ ମହେନ୍ଦ୍ର ସିଂହ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହେନ୍ଦ୍ର ସିଂହ ଧୋନୀ ନିଜ କ୍ୟାରିୟର ବେଳେ ୨୦୫ଟି ଟେଷ୍ଟ ମ୍ୟାଚର ୨୦୮ଟି ପାଳିରେ ୧୮୬ଟି ଛକା ଲଗାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।