ରୋହିତଙ୍କ ଫିଟ ହେବା ଟିମ ଇଣ୍ଡିଆ ପାଇଁ ଭଲ ଖବର । କୋଚ ଶାସ୍ତ୍ରୀ ଓ ଗାଙ୍ଗୁଳିଙ୍କ ଚିନ୍ତା ଯଥାର୍ଥ-ଗାଭାସ୍କର

ଭାରତୀୟ ଟିମର ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ ଫିଟ ହେବା କଥା ଶୁଣି ଖୁସି ହୋଇଯାଇଛନ୍ତି। ତାଙ୍କୁ ଲାଗୁଛି କି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ପାଇଁ ଏହା ଖୁସି ଖବର ଅଟେ। ଏହାସହ ସେ ମୂଖ୍ୟ କୋଚ ରବି ଶାସ୍ତ୍ରୀ ଓ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଚିନ୍ତାକୁ ଯଥାର୍ଥ ବୋଲି କହିଛନ୍ତି।ରୋହିତ ଆଇପିଏଲ ୨୦୨୦ର ପଞ୍ଜାବ ବିରୁଦ୍ଧ ମ୍ୟାଚରେ ଆହତ ହୋଇଯାଇଥିଲେ। ମଙ୍ଗଳବାରକୁ ହାଇଦ୍ରାବାଦ ବିରୁଦ୍ଧ ମ୍ୟାଚରେ ସେ ପଡିଆକୁ ଓହ୍ଲାଇଲେ। ଫିଟନେସ ପାଇଁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ କରିଦିଆଯାଇଥିଲା।

Google

ଗାଭାସ୍କର କହିଲେ “ରୋହିତଙ୍କ ଆହତକୁ ନେଇ ଯାହା କିଛି ବି ହେଲା,ତାକୁ ପଛରେ ଛାଡି ମୁଁ ବି କହିବି ଯେ ତାଙ୍କର ଫିଟ ହେବା ଭାରତୀୟ କ୍ରିକେଟ ପାଇଁ ଖୁସି ଖବର ଅଟେ।ତାଙ୍କ ଫେରିବାରେ ଶୀଘ୍ର ନ କରି କୋଚ ରବି ଶାସ୍ତ୍ରୀ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁଜାଭ ମଧ୍ୟ ଯାଥାର୍ଥ ଅଟେ। ହେଲେ ସେ ଆତ୍ମବିଶ୍ଵାସରେ ଭରା ଦିଶୁଥିଲେ।ସେ ବାଉଣ୍ଡରି ଲାଇନ ଓ ୩୦ ଆର୍ଡ ସର୍କଲରେ ଫିଲ୍ଡିଂ କରିବା ନଜର ଆସିଥିଲେ। “ଶାସ୍ତ୍ରୀ ଓ ଗାଙ୍ଗୁଲି ରୋହିତଙ୍କ ଫେରିବାକୁ ନେଇ ଶୀଘ୍ରତା ନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଦିଗଜ ଓପ୍ନର ବ୍ୟାଟ୍ସମ୍ୟାନ କହିଛନ୍ତି କି ଯଦି ବୋର୍ଡ ରୋହିତଙ୍କ ଫିଟନେସ ଟେଷ୍ଟ କରିବାକୁ ଚାହାନ୍ତି,ତ ଏଥିରେ କିଛି ଚିନ୍ତିତ ହେବା କଥା ନୁହେଁ। ସେ ଏହା ଦେଖାଇବାକୁ ଚାହିଁଲେ ଯେ ସେ ଫିଟ ଅଛନ୍ତି। ହେଲେ ଯଦି ବୋର୍ଡ ତାଙ୍କ ଫିଟନେସ ଟେଷ୍ଟ କରିବାକୁ ଚାହାନ୍ତି ତ ଏଥିରେ କିଛି ଭୁଲ ନାହିଁ। କାହିଁକିନା ସେ ଜାଣିବାକୁ ଚାହୁଁଛନ୍ତି ଯେ ରୋହିତ ପୁରା ଭାବରେ ଫିଟ ଅଛନ୍ତି ନା ନାହିଁ।

Google

ଟିମରେ ଫେରିବା ପରେ ରୋହିତ ଉପଅଧିନାୟକ ରହିବେ ନା ନାହିଁ। କହି ପ୍ରଶ୍ନରେ ସେ କହିଛନ୍ତି କି ଅଧିନାୟକ,ଉପଅଧିନାୟକ ଏକ ପ୍ରସଙ୍ଗ ନୁହେଁ। ଜରୁରୀ କଥା ଏହା ଯେ ଖେଳାଳି ଖେଳିବା ପାଇଁ ଉପଲବ୍ଧ ହେବା ଦରକାର ଓ ସେ ଉପଲବ୍ଧ ଅଛନ୍ତି। ହାଇଦ୍ରାବାଦ ମ୍ୟାଚ ପୂର୍ବରୁ ଓ ପରେ ଦୁଇ ଥର ଫିଟନେସକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ସେ କହିଲେ କି ସେ ଫିଟ ଅଛନ୍ତି ଓ ଭଲ ଅନୁଭବ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *