ଆଘାତପ୍ରାପ୍ତ କାରଣରୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିପାରିନଥିଲେ ଓ ମେଲବର୍ଣ୍ଣ ଟେଷ୍ଟ ପରେ ସେ ଟିମରେ ସାମିଲ ହୋଇଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିଟି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ଅଛି। ଦୁହିଁଙ୍କର ଲକ୍ଷ ୭ ଜାନୁଆରୀରୁ ସିଡନିରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ ବିଜୟ ହାସଲ କରିବା ଓ ସିରିଜରେ ଆଗକୁ ବଢ଼ିବା। ଏହି ମ୍ୟାଚରୁ ରୋହିତ ଶର୍ମା ମଧ୍ୟ ପଡ଼ିଆକୁ ଓହ୍ଲାଇବେ। ଆଇପିଏଲ ୨୦୨୦ରେ ଆଘାତପ୍ରାପ୍ତ କାରଣରୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୁଦ୍ଧରେ ଏକଦିବସିୟ ଓ ଟି-୨୦ ସିରିଜରେ ସାମିଲ ନଥିଲେ ଓ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିପାରିନଥିଲେ।
ତୃତୀୟ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତର ଉପଅଧିନାୟକ କରାଯାଇଛି। ସେଥିପାଇଁ ସେ ତୃତୀୟ ଟେଷ୍ଟ ଖେଳିବେ। ଏବେ ଏହା ପ୍ରଶ୍ନ ଉଠୁଛିକି ସେ ଓପନିଙ୍ଗ କରିବେ ବା ମିଡ଼ିଲ ଅର୍ଡରରେ ଖେଳିବେ। ସ୍ପୋର୍ଟସ ଟୁଡେର ଖବର ଅନୁସାରେ ସିଡନିରେ ରୋହିତ ଶର୍ମା ଓପନିଙ୍ଗ କରିବେ ଓ ଖରାପ ଫର୍ମରେ ଚାଲୁଥିବା ମୟଙ୍କ ଅଗ୍ରୱାଲଙ୍କ ଜାଗାରେ ଖେଳିବେ।
ଗିଲଙ୍କୁ ରୋହିତ ଶର୍ମାଙ୍କ ସହିତ ମିଳିପାରେ ଓପନିଙ୍ଗ କରିବାର ମୌକା:
ଖବର ଅନୁସାରେ ରୋହିତ ଶର୍ମା ପୂର୍ବ ମ୍ୟାଚରୁ ଟେଷ୍ଟରେ ଡେଭ୍ୟୁ କରିଥିବା ଶୁଭମନ ଗିଲଙ୍କ ସହିତ ଓପନିଙ୍ଗ କରିବେ। ମୟଙ୍କ ଅଗ୍ରୱାଲ ଏବେ ପର୍ଯ୍ୟନ୍ତ ପ୍ରଥମ ଦୁଇଟି ମ୍ୟାଚରେ ୧୭, ୦୯,୦୦ ଓ ୦୫ ରନ କରିଛନ୍ତି। ଯେବେକି ଗିଲ ଡେଭ୍ୟୁ କରି ପ୍ରଥମ ପାରିରେ ୪୫ ଓ ଦ୍ୱିତୀୟ ପାରିରେ ନଟ ଆଉଟ ରହି ୩୫ ରନ କରିଥିଲେ।

ରୋହିତ ଶର୍ମା ସିଡ଼ନିରେ ୧୪ ଦିନିଆ କ୍ବାରେଣ୍ଟିନ ଶେଷ କରିବା ପରେ ମେଲବର୍ଣ୍ଣରେ ଟିମ ସହିତ ସାମିଲ ହୋଇଥିଲେ। ଆଇପିଏଲରେ ରୋହିତ ଶର୍ମା ବହୁତ ଆଘାତପ୍ରାପ୍ତ ହୋଇଥିଲେ । ଯାହା ପରେ ସେସେ ବାଙ୍ଗାଲୋରରେ ଏନସିଏରେ ରିହୈବ ପ୍ରକ୍ରିୟା ଦେଇ ଗତିକରୁଥିଲେ ଏହା ପରେ ପୂର୍ଵ ମାସରେ ସେ ଅଷ୍ଟ୍ରେଲିଆ ଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।