ରୋହିତ ଅଷ୍ଟ୍ରେଲିଆ ଗସ୍ତରୁ ବାହାର, ଭାରତୀୟ ଟିମ ଘୋଷଣା ହେବ କ୍ଷଣି ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଛି ଅଧିନାୟକଙ୍କ ଅଭ୍ୟାସ ଭିଡ଼ିଓ ।

Rohit out of Australian tour Mumbai Indians shared captain's practice video

ବିସିସିଆଇ ଏକ ଵୟାନ ଜାରିକରି କହିଛି ରୋହିତଙ୍କ ଆଘାତ ଉପରେ ଲଗାତର ଦୃଷ୍ଟି ରଖାଯାଇଛି । ରୋହିତଙ୍କୁ ପୂର୍ବ ସପ୍ତାହରେ ହୈମଷ୍ଟିଙ୍ଗ ଆଘତ ଲାଗିଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଥିବା ଭିଡ଼ିଓରେ ରୋହିତ ପୁରା ଠିକ ଦେଖାଯାଉଛନ୍ତି ।

Rohit out of Australian tour, Mumbai Indians shared captain's practice video as soon as Indian team was announced
Twitter

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା ବିସିସିଆଇ ସୋମବାରକୁ କରିଦେଇଛି । ଭାରତର ଏକଦିବସିୟ, ଟି-୨୦ ,ଓ ଟେଷ୍ଟ ଟିମରେ ରୋହିତଙ୍କ ନାମ ନାହିଁ । ରୋହିତଙ୍କୁ ଆଇପିଏଲରେ ଆଘତ ଲାଗିଥିଲା ଓ ସେ ପୂର୍ଵ ଦୁଇଟି ମ୍ୟାଚ ଖେଲିନାହାଁନ୍ତି । ଏକଦିବସିୟ, ଟି-୨୦ ରେ ରୋହିତଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି କିନ୍ତୁ ଟିମ ଘୋଷଣା ହେବାକ୍ଷଣି ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟ କରିଛି ଯେଉଁଥିରେ ରୋହିତ ଫିଟ ଦେଖାଯାଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡ଼ିଓ ସେୟାର କରିଛି ଯେଉଁଥିରେ ସେ ବ୍ୟାଟିଙ୍ଗ ଅଭ୍ୟାସ କରୁଥିବା ଦେଖାଯାଉଛି ।

ରୋହିତଙ୍କ ଆଘାତ କେତେ ଗମ୍ଭୀର?

ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ ଆଜିଠୁ ଠିକ ଏକ ମାସ ପରେ ୨୯ ନଭେମ୍ବରକୁ ଖେଳାଯିବ। ଏହାର ଅର୍ଥ ରୋହିତଙ୍କ ପାଖରେ ଠିକ ହେବା ପାଇଁ ଏକ ମାସର ସମୟ ଥିଲା । ବିସିସିଆଇ ଏକ ଵୟାନ ଜାରିକରି କହିଛି ରୋହିତଙ୍କ ଆଘାତ ଉପରେ ଲଗାତର ଦୃଷ୍ଟି ରଖାଯାଇଛି । ରୋହିତଙ୍କୁ ପୂର୍ବ ସପ୍ତାହରେ ହୈମଷ୍ଟିଙ୍ଗ ଆଘତ ଲାଗିଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଥିବା ଭିଡ଼ିଓରେ ରୋହିତ ପୁରା ଠିକ ଦେଖାଯାଉଛନ୍ତି । ରୋହିତଙ୍କ ଅଭ୍ୟାସ ଭିଡ଼ିଓ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସକ ବିସିସିଆଇ ଉପରେ ରାଗିଯାଇଛନ୍ତି ।

କଣ ଟିମରେ ଚାଲୁଛି ପଲଟିକ୍ସ?

ପୂର୍ଵ କିଛି ସମୟରୁ ସୋସିଆଲ ମିଡିଆରେ ରୋହିତ ଓ ବିରାଟଙ୍କ ଭିତରେ କିଛି ମନମାଳିନ ଚାଲୁଥିବା ଖବର ଆସୁଥିଲା । ପୂର୍ବ ବର୍ଷ ରୋହିତ ଶର୍ମା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସୋସିଆଲ ମିଡ଼ିଆରୁ ଅନଫଲୋ କରିଦେଇଥିଲେ । ବିଶ୍ୱକପ ୨୦୨୯ ରେ ଟିମ ସେମିଫାଇନାଲରେ ହାରିବା ପରେ ରୋହିତ ବାକି ଟିମ ମେମ୍ବରଙ୍କ ପୂର୍ବରୁ ସେଠାରୁ ପଳେଇଆସିଥିଲେ। ଏଥିରୁ ଲାଗୁଥିଲା କି ଦୁଇ ଖେଳାଳିଙ୍କ ଭିତରେ ସବୁକିଛି ଠିକ ଚାଲୁନାହିଁ କିନ୍ତୁ ଦୁଇ ଖେଳାଳି ସବୁବେଳେ ଏହି କଥାକୁ ମନାକରିଦେଇଛନ୍ତି । ଟିମରେ ସବୁ ଠିକ ଚାଲୁନଥିବା ସଂକେତ ଏହି କଥାରୁ ଜଣାପଡୁଛି ଯେପରି ବିସିସିଆଇ ଟିମ ଘୋଷଣା କରିଛି, ଏହାର ପରେ ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଭିଡ଼ିଓ ଟ୍ୱିଟ କରିଛନ୍ତି ।

Rohit out of Australian tour, Mumbai Indians shared captain's practice video as soon as Indian team was announced
Twitter

ଭାରତୀୟ ଏକଦିବସିୟ ଟିମ: ବିରାଟ କୋହଲି(ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେଏଲ ରାହୁଲ(ଉପଅଧିନାୟକ ଓ ୱିକେଟ କିପର), ଶ୍ରେୟର୍ସ ଆୟର, ମନୀସ ପାଣ୍ଡେ, ହାର୍ଦିକ ପାଣ୍ଡିଆ, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ନବଦୀପ ସୈନି, ଓ ସାରଦୁଲ ଠାକୁର।

ଭାରତୀୟ ଟି-୨୦ ଟିମ: ବିରାଟ କୋହଲି(ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପଅଧିନାୟକ ଓ ୱିକେଟ କିପର),ଶ୍ରେୟର୍ସ ଆୟର, ମନୀସ ପାଣ୍ଡେ, ହାର୍ଦିକ ପାଣ୍ଡିଆ, ସଞ୍ଜୁ ସୈମସନ (ୱିକେଟ କିପର) , ରବିନ୍ଦ୍ର ଜାଡେଜା, ୱାସିଙ୍ଗଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ନବଦୀପ ସୈନି, ଓ ଦୀପକ ଚାହାର, ଓ ବରୁଣ ଚକ୍ରବର୍ତ୍ତୀ।

Google

ଭାରତୀୟ ଟେଷ୍ଟ ଟିମ: ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥୀ ସ୍ୱ, ଲୋକେସ ରାହୁଲ, ଅଜିଙ୍କେ ରାହାଣେ (ଉପଅଧିନାୟକ), ଚେତେସ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ, ରିଧିମାନ ସାହା( ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ଉମେଶ ଯାଦବ, ନବଦୀପ ସୈମି, କୂଳଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱନି, ମହମ୍ମଦ ସିରାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *