ରୋହିତ ଶର୍ମା କହିଛନ୍ତି,”ମୁଁ ସେହି ଶର୍ଟକୁ ଖେଳିବା କାରଣରୁ କୌଣସି ଅନୁତାପ ନାହିଁ। ସର୍ଵଦା ମୁଁ ବୋଲରଙ୍କ ଉପରେ ପ୍ରେସର ପକାଇବାକୁ ଚାହେଁ। ନେଥନ ଲାୟନ ଚତୁର ବୋଲର ଅଟନ୍ତି। ସେ ମତେ ଏପରି ବଲ ପକାଇଲେ ସେ ବଲକୁ ଉପରକୁ ଉଠାଇବା ବହୁତ ଅଶୁବିଧା ହେଲା”।

ରୋହିତ ଶର୍ମା ଭୁଲ ସମୟରେ ଆଉଟ ହେବା ଦ୍ଵାରା ହେଉଥିବା ସମାଲୋଚନାକୁ ଭଲ ଭବେ ଜାଣିଛନ୍ତି କିନ୍ତୁ ଭାରତୀୟ ଉପଅଧିନାୟକଙ୍କୁ ନେଥନ ଲାୟନଙ୍କ ବଲରେ ଆଉଟ ହେବା ଦ୍ଵାରା କୌଣସି ଅନୁତାପ ନାହିଁ। ସେ କହିଛନ୍ତି ଏହା ବୋଲରଙ୍କୁ ଚାପରେ ପକାଇବାର ତାଙ୍କ ପ୍ରୟାସ।ରୋହିତ ୭୪ ବଲରେ ୪୪ ରନର ପାରି ଖେଳି ଭଲ ପ୍ରଦର୍ଶନ କରୁଥିଲେ କିନ୍ତୁ ଲାୟନଙ୍କ ବଲକୁ ଛକା ମାରିବାକୁ ଯାଇ ଆଉଟ ହୋଇଗଲେ।
ଏହା ସେହି ଭଳି ଶର୍ଟ ଅଟେ ଯାହା ଟେଷ୍ଟ ମ୍ୟାଚର ଆରମ୍ଭରେ ବି ତାଙ୍କ ଆଉଟ ହେବାର କାରଣ ହୋଇପାରିଥାନ୍ତା। ରୋହିତ ଦିନର ଖେଳ ଶେଷ ହେବା ପରେ ଭ୍ରଚ୍ୟୁଆଲ ପ୍ରେସ କଂଫ୍ରେନ୍ସରେ କହିଛନ୍ତି ,” ଆପଣଙ୍କ ପାଖରେ ସବୁବେଳେ ଏକ ଯୋଜନା ରହିଥାଏ ବାସ୍ତବରେ ମତେ ସେହି ଶର୍ଟ ଖେଳିବାକୁ ନେଇ କୌଣସି ଅନୁତାପ ନାହିଁ। ସବୁବେଳେ ବୋଲରଙ୍କ ଉପରେ ପ୍ରେସର ପକାଇବାକୁ ଚାହେଁ। ନେଥନ ଲାୟନ ଚତୁର ବୋଲର ଅଟନ୍ତି।ସେ ମତେ ଏମିତି ବଲ ପକାଇଲେ ସେ ବଲକୁ ଉପରକୁ ଉଠାଇବା ବହୁତ ଅଶୁବିଧା ହେଲା। କମେଟ୍ରି ବକ୍ସରେ ତାଙ୍କ ଶର୍ଟକୁ ନେଇ ଆଲୋଚନା କରାଯାଇଥିଲା। ରୋହିତ ଭଲ ଆରମ୍ଭ କରି ବଡ଼ ସ୍କୋର କରିପାରିଥାନ୍ତେ କିନ୍ତୁ ଏପରି ହେଲା ନାହିଁ।ଏହି କାରଣ ପାଇଁ ଟିମ ଇଣ୍ଡିଆ ଚତ୍ରୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ୬୦ ରନରେ ଦୁଇଟି ୱିକେଟ ହରାଇ ଦେଲା।
"We bowled pretty well considering the amount of experience we have in our bowling unit. This is a great experience and learning for them to bowl against the best batters and test themselves," @ImRo45 on #TeamIndia's bowling unit.#AUSvIND pic.twitter.com/9oQk7cmCzg
— BCCI (@BCCI) January 16, 2021
ରୋହିତ ନିରାଶକୁ ବୁଝୁଛନ୍ତି ଓ ସେ ଏହା ମଧ୍ୟ କହିଛନ୍ତି ସେ କଣ ପାଇଁ ଏହିପରି ଶର୍ଟ ଖେଳିଛନ୍ତି। ସେ କହିଛନ୍ତି,”ଏପରି ନୁହେଁ କି ସେ ଶର୍ଟ କେଉଁଠୁ ଆସିଗଲା। ଏହା ଏପରି ଶର୍ଟ ଅଟେ ଯାହା ପୂର୍ବରୁ ମୁଁ ଭଲ ଖେଳୁଛି। ମୁଁ ସେହିଭଳି ଶର୍ଟ ଖେଳିବାକୁ ଚାହେଁ ଓ ଟିମରେ ଏହିଭଳି ଭୂମିକା ନିଭାଇବା ପାଇଁ ଚାହେଁ। ଯେବେ ଏପରି ହୋଇଥାଏ ଖରାପ ଦର୍ଶାଇ ଥାଏ କିନ୍ତୁ ମୁଁ ଅଧିକ ଭାବିନଥାଏ କାରଣ ମୋ ଧ୍ୟାନ ଏହା ଉପରେ ଥାଏ। ଯେବେ ମୁଁ କ୍ରିଜରେ ଓହ୍ଲାଇଥାଏ ଉପଯୋଗୀ ସାବ୍ୟସ୍ତ ହୋଇଥାଏ”।
ଏହି ସିନିୟର ଖେଳାଳୀ ଏହି ଶର୍ଟ ଖେଳିବାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି,”ଏପରି କହିବାର ଅର୍ଥ ମୁଁ ଏକ ପ୍ରୟାସ କରିବାକୁ ଚାହୁଁଛି। କେବେ କେବେ ଆପଣ ଆଉଟ ହୋଇଯାଇଥାନ୍ତି ଓ କେବେ କେବେ ଏହା ସଠିକ ଚାଲିଯାଇଥାଏ। ସତ କହିବାକୁ ଗଲେ ମୋର ଆଉଟ ଦୃଭାବ୍ୟପୁର୍ଣ ଓ ଦୁଃଖଦ ଥିଲା। ଯେପରି ମୁଁ କହିଛି ଏହା ମୋର ଶର୍ଟ ଅଟେ ଓ ମୁଁ ଏହାକୁ ନିରନ୍ତର ରଖିବି”।
Rohit Sharma on his dismissal in the first innings at the Gabba Test.#AUSvIND pic.twitter.com/aIReacNKmP
— BCCI (@BCCI) January 16, 2021
ଯେପରି ସେ ସବୁବେଳେ କହିଥାନ୍ତି ତାଙ୍କ ପାଖରେ ଆଲୋଚନାକୁ ଭାବିବାକୁ ସମୟ ନାହଁ। ସେ ଏହାକୁ ଛାଡି ଧ୍ୟାନ ତାହା ଉପରେ ଲଗାଇବା ପାଇଁ ଚାହୁଁଛନ୍ତି ଯାହା ଟିମ ତାଙ୍କ ଉପରେ ଚାହୁଁଛି। ରୋହିତ କହିଛନ୍ତି ଟିମ ଆମ ଉପରେ ଅନେକ ଭରସା କରିଛି। ଟିମ ମୋ ଉପରେ ଯାହା ଚାହୁଁଛି ମତେ ତାକୁ କରିବାକୁ ହେବ। କେବେ ବି କଣ ହେଉଛି ତାହା ଉପରେ କୌଣସି ଚିନ୍ତା କରେ ନାହିଁ।।ଲୋକ ଯାହା କହୁଛନ୍ତି କହନ୍ତୁ”।
ରୋହିତ ନିଜ ତିନୋଟି ପାରିରେ ୨୭ ,୫୨ ଓ ୪୪ ରନ କରି ଆରମ୍ଭ କରିଛନ୍ତି। ସେ ସିଡନି ଓ ବ୍ରିସବେନରେ ବୋଲରଙ୍କୁ କିପରି ଖେଳିବେ ତାହା ଉପରେ ହେଉଥିବା ବୈଠକ ବିଷୟରେ କହିଛନ୍ତି,”ସିଡ଼ନରେ ବଲକୁ ଅଧିକ ଉଚ୍ଚତା ରହିନଥାଏ ସେଥିପାଇଁ ମୁଁ ସବୁବେଳେ ଲେଗ ଷ୍ଟମ୍ପ ବାହାରେ ରହି ଖେଳିବାକୁ ଚେଷ୍ଟା କରିଥାଏ କିନ୍ତୁ ଏଠି ଅଲଗା ପ୍ରକାର ବଲ କମିନ୍ସ ଓ ହେଜଲହୁଡ଼ ପକାଇ ଥାନ୍ତି।କାରଣ ବୋଲର ସବୁବେଳେ ଅଫଷ୍ଟମ୍ପ ବାହାରେ ବୋଲଙ୍ଗ କରିଥାଏ। ତେଣୁ ଏଠି ମୁଁ ସବୁବେଳେ ଅଫଷ୍ଟମ୍ପ ଆଡ଼କୁ ଯାଇ ଖେଳିବାକୁ ଚେଷ୍ଟା କରେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।