ଭାରତୀୟ କ୍ରିକେଟ ଟିମର ଧୁରନ୍ଧର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆଇପିଏଲର ୧୩ ତମ ସିଜନରେ ହାମଷ୍ଟ୍ରିଙ୍ଗ ସମ୍ବନ୍ଧିତ ଆଘାତ ଲାଗିଥିଲା। ଯାହା ଫଳରେ ରୋହିତ କିଛି ମ୍ୟାଚ ବିଶ୍ରାମ ନେଇଥିଲେ । ଏହାର କିଛି ଦିନ ପରେ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ୩ ଫର୍ମାଟରେ ରୋହିତଙ୍କୁ ବଛା ଯାଇନଥିଲା ମାତ୍ର ରୋହିତ ଆଇପିଏଲରେ ୨୦୨୦ ର ଫାଇନାଲ ମ୍ୟାଚ ଖେଳିଥିଲେ ଏବଂ ନିଜ ଆଘାତ ବିଷୟରେ ଅପଡେଟ ଦେଇଥିଲେ। ଯାହା ଫଳରେ ତାଙ୍କୁ ଟେଷ୍ଟ ଟିମରେ ଖେଳିବା ପାଇଁ ମଉକା ମିଳିଥିଲା। ହେଲେ ଏବେ ରୋହିତ. ନିଜ ହାମଷ୍ଟ୍ରିଙ୍ଗ ଆଘାତକୁ ଉପରେ ପୁଣି ଥରେ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି।

ପ୍ରସ୍ତୁତି ହେଉଛନ୍ତି ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ:-
ରୋହିତ ଶର୍ମା କହିଛନ୍ତି ଯେ ମୁଁ ନିଜେ ଆଘାତରୁ ବାହାରକୁ ଆସୁଅଛି ଏବଂ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ରୋହିତ ଏକ ସମାଚାର ଲୋକଙ୍କ ସହ କଥା ହେବା ବେଳେ କହିଲେ ଯେ:-
“ପ୍ରକୃତ କଥା କହିବି ତ ମତେ ଜଣାନାହିଁ ଏଠି କଣ ସବୁ ଚାଲୁଅଛି। ଲୋକମାନେ କାହାକୁ ନେଇ କଥା ହେଉଥିଲେ, ମତେ ରେକର୍ଡରେ ଛଡାଗଲା। ମୁଁ ନିରନ୍ତର ଭାବେ ବିସିସିଆଇ ଓ ମୁମ୍ବାଇ ଇଂଣ୍ଡିଆନ୍ସ ସହ କଥାବାର୍ତ୍ତା ହେଉଥିଲି”।
ଦିଲ୍ଲୀ କ୍ୟାପିଟଲ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ରୋହିତ ଶର୍ମା ଆଇପିଏଲ ୨୦୨୦ର ଫାଇନାଲରେ ୫୦ ବଲରେ ଆକର୍ଷଣୀୟ ୬୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ତାଙ୍କୁ ବହୁତ କଷ୍ଟ ସହି ଖେଳିବାକୁ ପଡିଥିଲା। ଏବେ ରୋହିତ ଶର୍ମା ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବାଙ୍ଗାଲୋରରେ ନେସନାଲ କ୍ରିକେଟ ଏକାଡେମୀରେ କଣ୍ଡିସନିଙ୍ଗ ଉପରେ ନିରନ୍ତର କାର୍ଯ୍ୟ ଚଳେଇଛନ୍ତି।

ସେ କହିଛନ୍ତି ଯେ:
” ମୁମ୍ବାଇ ଇଂଣ୍ଡିଆନ୍ସକୁ ମୁଁ କହିଥିଲି କି ମୁଁ ଖେଳିବାକୁ ପ୍ରସ୍ତୁତ ଅଛି ,କାରଣ ଏହା ଛୋଟ ଫର୍ମାଟର ଖେଳ ଅଟେ। ମୁଁ ସ୍ଥିତିକୁ ଭଲ ଭାବରେ ସମ୍ଭାଳି ପାରିବି। ରୋହିତ ଆଗକୁ କହିଛନ୍ତି ଯେବେ ମୁଁ ନିଜେ ମୁଣ୍ଡ ଶାନ୍ତ କରିଦେଲି ତେବେ ମୋତେ ଏହା ଉପରେ ଧ୍ୟାନ ଚିନ୍ତନ କରିବାର ଥିଲା କି ମତେ କଣ କରିବା ଠିକ ଅଟେ।
ରୋହିତ କହିଲେ:- ସେ ହାମଷ୍ଟ୍ରିଙ୍ଗରେ ପୁରା ଠିକ ଅନୁଭବ କରୁଛନ୍ତି-
ହାମଷ୍ଟିଙ୍ଗକୁ ନେଇ ରୋହିତ ଆଗକୁ କହିଲେ ଯେ ,”ହାମଷ୍ଟ୍ରିଙ୍ଗରେ ପୁରା ଠିକ ଅନୁଭବ କରୁଅଛି। ଏବେ ସ୍ଥିତି ଠିକ କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ସେହିପରି ଆଗକୁ ମୁଁ ଅଧିକ ସମୟ ମ୍ୟାଚ ଖେଳିଲେ ମତେ ଏହା ଉପରେ ଧ୍ୟାନ ରଖିବାକୁ ପଡିବ କି ଯେପରି ମତେ ଏପରି ଅଶୁବିଧା ପୁଣି ଥରେ ନହେବ। ଯେଉଁଥି ପାଇଁ ମତେ ସଂଘର୍ଷ କରିବାକୁ ପଡୁ”। ରୋହିତ ପରେ କହିଲେ କି ଯେବେ ଯାଏ ପଡ଼ିଆକୁ କେହି ଯାଇନଥାଏ କାହାକୁ ଜଣାନଥାଏକି ଶରୀର କଣ ଆକାର ନେଉଅଛି।

ଆପଣଙ୍କୁ କହିଦେଉଛୁ ଟେଷ୍ଟ ମ୍ୟାଚ ପାଇଁ ଠିକ ହେବାକୁ ରୋହିତଙ୍କୁ ପ୍ରାୟ ସାଢେ ୩ ସପ୍ତାହ ସମୟ ଦରକାର ଥିଲା।ଯାହାପାଇଁ ସେ ଦିନିକିଆ ଓ ଟି-୨୦ରେ ଖେଳିବା ଜରୁରି ଭାବିନାହାନ୍ତି। ରୋହିତଙ୍କର କହିବା ଅଟେ କି ଦିନିକିଆ ଓ ଟି-୨୦ ମ୍ୟାଚ ଲଗାତର ଭାବେ ହେବାକୁ ଅଛି। ଏହା ମଝିରେ ତାଙ୍କୁ ଆହତରୁ ସମ୍ପୂର୍ଣ ଭାବେ ଭଲ ହେବାକୁ ଚାନ୍ସ ମିଳିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।