ରୋହିତ ଶର୍ମା କଲେ ବଡ଼ ଖୁଲାସା ସେ କହିଲେ ଯେ ସେ ଓ ଅଜିଙ୍କ୍ୟ ରହାଣେ ନିଜ ନିଜ ପତ୍ନୀଙ୍କ ସହିତ ଥିଲେ ଓ ରବୀନ୍ଦ୍ର ଜାଡେଜା ସମସ୍ତଙ୍କୁ ଅସୁବିଧାରେ ପକାଇଦେଇଥିଲେ।

ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମସ୍ତି ସ୍ୱଭାବ ବିଷୟରେ ସମସ୍ତେ ଜାଣିଛନ୍ତି। ପଡ଼ିଆରେ ଓ ପଡିଆ ବାହାରେ ସେ ସବୁବେଳେ ମସ୍ତି ସ୍ୱଭାବରେ ରହିଥାନ୍ତି କିନ୍ତୁ ଥରେ ତାଙ୍କର ମସ୍ତି ଭାରତୀୟ ଓପନର ରୋହିତ ଶର୍ମା ଓ ଅଜିଙ୍କ୍ୟ ରହାଣେଙ୍କୁ ମୃତ୍ୟୁ ପାଖରୁ ଦେଖାଇଦେଇଥିଲା।ନିଜେ ରୋହିତ ଶର୍ମା ଏହି କଥା କହିଛନ୍ତି। ବିୟୁ ଇଣ୍ଡିଆର ୟୁଟୁବ ଚ୍ୟାନେଲରେ ଏକ ଇଣ୍ଟରଭିଉରେ ରୋହିତ ଶର୍ମା ଓ ଅଜିଙ୍କ୍ୟ ରହାଣେଙ୍କ ଏହା ପୁରୁଣା ଭିଡ଼ିଓରୁ ଜାଡେଜାଙ୍କ ବିଷୟରେ ଏହା ଜଣାପଡ଼ିଛି।
ଏହି ଇଣ୍ଟରଭିଉ ସହିତ ରୋହିତ ଶର୍ମା ଓ ଅଜିଙ୍କ୍ୟ ରହାଣେ ସାଉଥ ଆଫ୍ରିକାକୁ ପରିବାର ସହିତ ଯାଇଥିବା ସଫାରିକୁ ବି ମନେ ପକାଇଛନ୍ତି। ରାହାଣେ କହିଛନ୍ତି ସଫାରିରେ ସେ ଓ ରୋହିତ ଶର୍ମା ନିଜ ପତ୍ନୀଙ୍କ ସହିତ ଓ ଜାଡେଜା ଯାଇଥିଲେ। ରାହାଣେ ପ୍ରଥମ କହିଥିଲେ କି ସେ ଚିତା ବୋକିଙ୍ଗ କରିବାକୁ ଗଲେ। ତାଙ୍କୁ ଲାଗିଲା କି ଦୁଇ ତିନି ଚିତା ହେବେ ଓ ସେ ତାଙ୍କ ପଛରେ ଚାଲିବେ କିନ୍ତୁ ଜଙ୍ଗଲରେ ପହଁଚିବା ପରେ କିଛି ଅନ୍ୟ ଚିତ୍ର ଦେଖାଗଲା।ତାଙ୍କଠୁ ପାଖାପାଖି ୨୦ ବା ୨୫ ମିଟର ଦୂରରେ ଦୁଇଟି ଚିତା ଏକ ଶିକାର କରିଥିଲେ ଓ ସେ ସେହି ଶିକାରକୁ ଖାଇବାରେ ହେଲା କରୁନଥିଲେ।
ଜାଡେଜାଙ୍କୁ ପିଟିବାକୁ ଚାହୁଁଥିଲେ ରୋହିତ:
ସେହି ସମୟରେ ରୋହିତ କହିଥିଲେ ଜାଡେଜାଙ୍କ ସହିତ କୁଆଡେ ଯିବା ଅନୁଚିତ । ସେ ବହୁତ କ୍ରେଜି ଅଟନ୍ତି। ରୋହିତ କହିଛନ୍ତି ଯେବେ ଚିତା ଖାଦ୍ୟ ଖାଉଥିଲେ ସେବେ ତାଙ୍କୁ ହଇରାଣ କରିବା ଉଚିତ ନୁହେଁ କିନ୍ତୁ ଜାଡେଜା ସେଠାରେ ଅଦ୍ଭୁତ ଶବ୍ଦ କରିଲେ ଓ ତାଙ୍କୁ ଡାକିବାକୁ ଲାଗିଲେ।

ରୋହିତ କହିଛନ୍ତିକି ଏହା ପରେ ଚିତା ତାଙ୍କ ଆଡ଼କୁ ବୁଲି ଦେଖିଲା। ରୋହିତ ଶର୍ମା କହିଛନ୍ତି ସେ ଜାଡେଜାଙ୍କ ମନା କରି କହିଥିଲେ ଭାଇ ଏ କଣ କରୁଛୁ, ଆମେ ଜଙ୍ଗଲରେ ଅଛେ ତାଙ୍କୁ ଜଣାପଡିଲା ତ ଆମକୁ ଦୁଇ ମିନିଟରେ ଉଠାଇ ନେଇଯିବେ। ରୋହିତ କହିଛନ୍ତି ସେହି ସମୟରେ ଏକ ସେମାନେ ହିଁ ଜାଣିଛନ୍ତି ତାଙ୍କ ଅବସ୍ଥା କଣ ହେଉଥିଲା। ସେହି ସମୟରେ ସେ ଜାଡେଜାଙ୍କ ଆଡ଼କୁ ରାଗରେ ଚାହିଁଲେ ଓ ଲାଗୁଥିଲା ଯେପରି ସେ ଜାଡେଜାଙ୍କୁ ମାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।