ବ୍ୟୁରୋ ରିପୋର୍ଟ: ପ୍ରଥମେ ଟି-୨୦, ଟେଷ୍ଟର ଅଧିନାୟକ ପଦ ଛାଡିଲେ କୋହଲି ଏବଂ ODI ରେ ତାଙ୍କୁ ହଟାଇ ଦିଆଯାଇଥିଲା। ଏହା ପୁଣି ମାତ୍ର ୪ ମାସ ଭିତରେ ଅଟେ। ଗୋଟେ ଦିନ ପୂର୍ବରୁ ସେ ଟ୍ୱିଟରେ ଲମ୍ବା ବୟାନ ଦେଇ ଟେଷ୍ଟର ଅଧିନାୟକ ପଦ ଛାଡିବାର ଘୋଷଣା କରିଥିଲେ। ତାଙ୍କର ଏହି ଫଇସଲା ପରେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ଟି-୨୦ ଓ ଏକଦିବସିୟର ଅଧିନାୟକରୋହିତ ଶର୍ମା ମଧ୍ୟ ଟ୍ୱିଟ କରି ନିଜ ମତ ରଖିଛନ୍ତି।

ରୋହିତ ଶର୍ମା ବିରାଟ କୋହଲିଙ୍କ ସହ ଇଂଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର ଲେଖିଛନ୍ତି,”ଆଶ୍ଚର୍ଯ୍ୟ କିନ୍ତୁ ଭାରତୀୟ ଅଧିନାୟକ ରୂପରେ ସଫଳତା ପୂର୍ଵକ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଆଗ ପାଇଁ ଶୁଭକାମନା।
କହିରଖିବୁ କୋହଲି ଟି-୨୦ ବିଶ୍ୱକପ ପୂର୍ବରୁ ସେପ୍ଟେମ୍ବରରେ ଟି-୨୦ ଅଧିନାୟକ ପଦ ଛାଡିବାର ଘୋଷଣା କରିଥିଲେ। ଏହାପରେ ରୋହିତ ଶର୍ମାଙ୍କୁ ଟି-୨୦ର ଅଧିନାୟକ କରାଯାଇଥିଲା। ଏହା ପରେ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଓ ଏକଦିବସିୟ ସିରିଜପାଇଁ ଟିମ ଘୋଷଣା ସହ ରୋହିତଙ୍କୁ ଏକଦିବସିୟର ନୂତନ ଅଧିନାୟକ ଘୋଷଣା କରାଯାଇଥିଲା ଓ ଟେଷ୍ଟର ଉପ ଅଧିନାୟକ ମଧ୍ୟ ରୋହିତଙ୍କୁ କରାଯାଇଥିଲା। ରୋହିତ ଆଘାତ କାରଣ ପ୍ରଥମେ ଟେଷ୍ଟ ଓ ପରେ ଏକଦିବସିୟ ସିରିଜରୁ ବାହାର ହୋଇଯାଇଥିଲେ।
Rohit Sharma is shocked after Virat Kohli steps down as the Test captain.#RohitSharma #ViratKohli pic.twitter.com/HRFf5wLZ35
— CricTracker (@Cricketracker) January 16, 2022
ରୋହିତ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଯାଇପାରିଲେନି:
ରୋହିତଙ୍କ ଅନୁପସ୍ଥିତରେ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଟେଷ୍ଟ ସିରିଜର ଉପଅଧିନାୟକ କରାଯାଇଥିଲା। ରାହୁଲ ଦ୍ୱିତୀୟ ଟେଷ୍ଟରେ ଅଧିନାୟକତ୍ୱ ମଧ୍ୟ କରିଥିଲେ। କାରଣ ଦ୍ୱିତୀୟ ଟେଷ୍ଟରେ ପିଠି ଦରଜ କାରଣରୁ କୋହଲି ଖେଳିନଥିଲେ। କୋହଲି ତୃତୀୟ ଟେଷ୍ଟରେ ଫେରିଥିଲେ ଓ ପ୍ରଥମ ପାରିରେ ୭୯ ଏବଂ ଦ୍ୱିତୀୟ ପାରିରେ ୨୯ ରନ କରିଥିଲେ। ଅଧିନାୟକ ରୂପରେ ତାହା ତାଙ୍କର ଶେଷ ଟେଷ୍ଟ ଥିଲା। କାରଣ ଏହି ପରାଜୟ ପରେ ବିରାଟ କୋହଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଟେଷ୍ଟ ଅଧିନାୟକ ପଦଛାଡୁଛନ୍ତି ବୋଲି ଘୋଷଣା କଲେ।
କୋହଲି ଲେଖିଥିଲେ,”ଟିମକୁ ସଠିକ ଦିଗରେ ନେଇଯିବା ପାଇଁ ମୋର ସାତ ବର୍ଷର ପରିଶ୍ରମ ରହିଛି। ମୁଁ ବହୁତ ସଂମାନର ସହ କାର୍ଯ୍ୟ କରିଆସିଅଛି”। ସେ ଆଗକୁ ଲେଖିଛନ୍ତି,”ଯାତ୍ରାରେ ଅନେକ ସମୟରେ କଷ୍ଟ ଓ ଭଲ ସମୟ ଆସିଛି କିନ୍ତୁ ମନବଳ କେବେବି କମିନାହିଁ। ମୁଁ ସବୁବେଳେ ମୋର ସବୁ କାମକୁ ୧୨୦% ଦେବାକୁ ଚେଷ୍ଟା କରିଥାଏ। ଯଦି ମୁଁ ଏପରି କରିପାରିନଥାଏ ଏହା ଭୁଲ ଅଟେ। ମୋ ମନରେ ଏହି ଫଇସଲାକୁ ନେଇ କୌଣସି ସନ୍ଦେହ ନାହିଁ ଓ ମୁଁ ନିଜେ ଟିମ ସହିତ ବିଶ୍ୱାସଘାତକତା କରିପାରିବିନି”।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।