ରୋହିତଙ୍କ ବଡ଼ ବୟାନ! କାର୍ତ୍ତିକଙ୍କୁ ନେଇ କହିଲେ ବଡ଼ କଥା, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିରୁଦ୍ଧରେ ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ନିଜର ଜବରଦସ୍ତ ପାରି ଦ୍ଵାରା ଆଶ୍ଚର୍ଯ୍ୟ ଥିଲେ।ସେ କହିଛନ୍ତି ତାଙ୍କୁ ନିଜ ଉପରେ ଏପରି ବ୍ୟାଟିଙ୍ଗର ଆଶା ନଥିଲା। ରୋହିତ ଏହି ମ୍ୟାଚରେ ୨୦ ବଲରର ୪୬ ରନର ନଟଆଉଟ ପାରି ଖେଳିଥିଲେ ଯାହାଦ୍ୱାରା ଭାରତ ଅଷ୍ଟ୍ରେଲିଆର ୯୦/୫ ସ୍କୋରକୁ ୪ ଟି ବଲ ଥାଇ ହାସଲ କରିନେଇଥିଲା।

ସେ ନିଜ ପାରିରେ ଚାରିଟି ଚୌକା ଓ ଚାରିଟି ଛକା ଲଗାଇଥିଲେ।ସେ ପ୍ଲେୟାର ଅଫ ଦି ମ୍ୟାଚ ରହିଥିଲେ,”। ଏହା ପରେ ରୋହିତ ଶର୍ମା କହିଛନ୍ତି,”ମୁଁ ଏହିପରି ହିଟିଙ୍ଗର ଆଶା କରିନଥିଲେ,କିନ୍ତୁ ସେ ମ୍ୟାଚ ହିଁ ଏପରି ଥିଲା। ପୂର୍ଵ ଆଠ ନ ମାସରୁ ମୁଁ ଏହିପରି ଖେଳୁଛି,କିଛି ଅଲଗା କରୁଛି”।

ରୋହିତ କହିଛନ୍ତି,”ଯେଉଁଠି ବୋଲିଙ୍ଗର କଥା ଉଠୁଛି ଆମ ବୋଲର ଗ୍ରୀପ କରିପାରୁନାହଁନ୍ତି, ଯାହା କିଛି ଫୁଲ ଟସ୍ ବଲ ପଡିଲା। ଯଶପ୍ରୀତ ବୁମରା ଫେରିଛନ୍ତି ଓ ମୁଁ ତାଙ୍କୁ ନେଟରେ ବୋଲିଙ୍ଗ କରୁଥିବାର ଦେଖିଛି। ବୁମରା ଆମକୁ ମୁଖ୍ୟ ୱିକେଟ ଦେଇଛନ୍ତି। ଅକ୍ସର ପଟେଲଙ୍କ କଥା କହିବା ତ ସେ ଜାଡେଜାଙ୍କ ଦାୟୀତ୍ୱ ସୁନ୍ଦର ଭାବେ ତୁଲାଇଛନ୍ତି। ଆଶା କରୁଛୁକି ଆମେ ଅକ୍ସରଙ୍କ ବ୍ୟାଟିଙ୍ଗ ଦେଖିବୁ”।

ଅଧିନାୟକ ରୋହିତ ଆଗକୁ କହିଛନ୍ତି,”ଦିନେସ କାର୍ତ୍ତିକଙ୍କୁ ଏପରି କଷ୍ଟକର ଓଭର ଖେଳିବାକୁ ଭଲ ଲାଗିଥାଏ। ରିଷଭ ପନ୍ତଙ୍କ ପାଇଁ ସାମ୍ସଙ୍କ ବଲ ଅଫ କଟର ହୋଇଥାଏ ତେଣୁ ମୁଁ ଦିନେସଙ୍କୁ ଆସିବା ପାଇଁ କହିଥିଲି ଓ ସେ ନିଜ କାମ ବହୁତ ସୁନ୍ଦର ଭାବେ କରିଛନ୍ତି। ବର୍ଷ ପରେ ମଧ୍ୟ ବିଦର୍ଭ ଗ୍ରାଉଣ୍ଡକୁ ଯେଉଁପରି ପୁଣି ପ୍ରସ୍ତୁତ କରାଗଲା ପ୍ରଶଂସାଯୋଗ୍ୟ। ଲମ୍ବା ସମୟ ପରେ ଏଠାରେ ମ୍ୟାଚ ହେଉଛି ଓ ଆମେ ମଧ୍ୟ ତାଙ୍କୁ ଖୁସି ଦେବାକୁ ଚାହୁଁଥିଲୁ”।

ଏହି ମ୍ୟାଚରେ ସେ ୨୦ ବଲରେ ୪୬ ରନର ନଟ ଆଉଟ ପାରି ଖେଳିଥିଲେ ଓ ଚାରିଟି ଛକା ଲଗାଇଥିଲେ। ସେ ପ୍ରଥମ ଛକା ଲଗାଇବା କ୍ଷଣି ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ ହୋଇଯାଇଥିଲେ। ସେ ୧୩୮ ଟି-୨୦ ଇଣ୍ଟରନେସନାଲରେ ୧୭୬ ଛକା ଲଗାଇଛନ୍ତି।ଦ୍ୱିତୀୟ ନମ୍ବରରେ ନ୍ୟୁଜିଲାଣ୍ଡର ମାର୍ଟିନ ଗପଟିଲ ୧୨୧ ମ୍ୟାଚରେ ୧୭୨ ଛକା ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *