ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାଣ୍ଡେ ଓ ଟି ୨୦ ରେ ସାମିଲ କରାଯାଇନାହିଁ। ହେଲେ ତାଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି। ତାଙ୍କୁ ୱାଣ୍ଡେ ଓ ଟି୨୦ ରେ ସାମିଲ ନ କରାଯାଇଥିବାରୁ ବହୁତ ପ୍ରତିକ୍ରିୟା ଆସୁଛି।ସେ ଇଣ୍ଡିଆନ ପ୍ରିମିୟାର ଲିଗ (ଆଇପିଏଲ)ର ୧୩ ତମ ସଂସ୍କରଣରେ ନିଜ ଟିମ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ନିଜର ଶେଷ ତିନି ମ୍ୟାଚ ଖେଳି ଦଳକୁ ୫ ଥର ବିଜେତା କରାଇଲେ।

ଭାରତୀୟ ଦଳ ୨୭ ନଭେମ୍ବରକୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ସହ ମ୍ୟାଚ ପାଇଁ ଗୁରୁବାରକୁ ଏଠାରେ ଆସି ପହଞ୍ଚି ଗଲାଣି। ଟିମ ସହ ରୋହିତ ଶର୍ମା ନାହାନ୍ତି,ଯାହାଙ୍କୁ ପରେ ଟେଷ୍ଟ ଟିମରେ ସାମିଲ କରାଯାଇଥିଲା। ସେ ଭାରତରେ ଅଛନ୍ତି ଓ ପରେ ଟିମରେ ଯୋଗ ଦେବେ। ଏହାସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
ରୋହିତଙ୍କ ଫିଟନେସକୁ ନେଇ ବଡ ବୟାନ ଦେଇଛନ୍ତି।ଗାଙ୍ଗୁଲିଙ୍କ ମୁତାବକ ରୋହିତ ଏବେ ପାଖାପାଖି ୭୦% ଫିଟ ଅଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସର ଓପ୍ନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ବାମ ଗୋଡ଼ରେ ହ୍ୟାମଷ୍ଟିଙ୍ଗ ପାଇଁ ସେ ଆଇପିଏଲ ୨୦୨୦ର କିଛି ମ୍ୟାଚ ଖେଳି ନଥିଲେ। ଏଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ମଧ୍ୟ କରାଯାଇଥିଲା। ହେଲେ ମୁମ୍ବାଇର ଶେଷ ତିନି ମ୍ୟାଚରେ ସେ ଖେଳିବାର ଦେଖି ଚୟନକର୍ତା ତାଙ୍କୁ ଟେଷ୍ଟ ଟିମରେ ସାମିଲ କରିଥିଲେ।
ଦ ୱିକକୁ ଏକ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ରୋହିତ ଏବେ ୭୦% ଫିଟ ଅଛନ୍ତି। ଗାଙ୍ଗୁଲି ରୋହିତଙ୍କ ଫିଟନେସ ଉପରେ କହିଛନ୍ତି କି,”ଆପଣ ନିଜେ କାହିଁକି ରୋହିତଙ୍କ ସହ ଦେଖା କରୁନାହାନ୍ତି? ଫିଟନେସ କାରଣରୁ ହିଁ ତାଙ୍କୁ ୱାଣ୍ଡେ ଓ ଟି୨୦ ରୁ ବାଦ କରି ଟେଷ୍ଟ ଟିମରେ ସାମିଲ କରାଗଲା।”
ଗାଙ୍ଗୁଲି ରୋହିତଙ୍କ ଆହତ ଛଡା ରିଦ୍ଧିମାନ ସାହା କଥା ମଧ୍ୟ କହିଛନ୍ତି। ଆଇପିଏଲ ୨୦୨୦ରେ ନିଜର ଶେଷ ଦୁଇ ମ୍ୟାଚ ନ ଖେଳିଥିବା ଶାହା ମଧ୍ୟ ହ୍ୟାମଷ୍ଟ୍ରିଙ୍ଗ ସମସ୍ୟାରେ ମଧ୍ୟ ଟିମ ସହ ଯାଇଛନ୍ତି। ଗାଙ୍ଗୁଲି କହିଛନ୍ତି କି ସବୁ ଖେଳାଳିଙ୍କ ଫିଟନେସ ଉପରେ ଧ୍ୟାନ ରଖାଯାଇଛି।

ଗାଙ୍ଗୁଲି କହିଛନ୍ତି -“ଖେଳାଳିଙ୍କ ଆହତ ଉପରେ କାହାକୁ ଜଣାଯିବା ଉଚିତ?ଆମେ ଜାଣିଛୁ,ଭାରତୀୟ ଫିଜିଓ ଜାଣିଛନ୍ତି,ଏନସିଏ ଜାଣିଛନ୍ତି। ମତେ ଲାଗୁଛି କି ଲୋକଙ୍କୁ ବିସିସିଆଇର କାର୍ଯ୍ୟକଳାପ ଉପରେ ଜ୍ଞାତ ନାହିଁ। ବିସିସିଆଇ ପ୍ରଶିକ୍ଷକ,ଫିଜିଓ ଓ ସାହା ନିଜେ ତାଙ୍କ ଆହତ ବିଷୟରେ ଜାଣିବେ। ଲୋକ ଇଞ୍ଜୁରୀ ଦେଖିବେ ନାହିଁ ସେହି କାରଣରୁ ଖାଲି ଗପିବେ।
ରୋହିତ ବାଙ୍ଗାଲୋର ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ରହିବେ। ସେ ୱାଣ୍ଡେ ଓ ଟି୨୦ ରେ ସାମିଲ ହୋଇ ନାହାନ୍ତି କିନ୍ତୁ ଟେଷ୍ଟ ମ୍ୟାଚ ସମୟରେ ଟିମରେ ଯୋଗ ଦେବେ। ସେ ୧୭ ଡ଼ିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ପାଇଁ ଆଡ଼ିଲେଡ଼ରେ ଯୋଗ ଦେବେ,ଯଦି ସେ ଫିଟନେସ ଟେଷ୍ଟ ପାସ କରିପାରିଲେ ତ।
କହିରଖୁଛୁ କି ରୋହିତ ଶର୍ମାଙ୍କ ସହ ରିଧିମାନ ସାହା ମଧ୍ୟ ହ୍ୟାମଷ୍ଟ୍ରିଙ୍ଗ ସମସ୍ୟା ସହ ଜଡିତ ଅଛନ୍ତି। ସାହାଙ୍କୁ ମଧ୍ୟ ଟେଷ୍ଟ ଟିମରେ ସାମିଲ କରାଯାଇଛି ସେ ସୀମିତ ଓଭର ପାଇଁ ଦଳରେ ଯୋଗ ଦେବେ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।